ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ ଏହି ୫ କଥାକୁ ରଖନ୍ତୁ ଧ୍ୟାନରେ, ନଚେତ ହେବେ ହ୍ୟାଙ୍କିଂର ଶିକାର…

ଇଣ୍ଟରନେଟ୍‌ ଏବଂ ସ୍ମାଟ୍‌ଫୋନ ଦୁନିଆରେ ହ୍ୟାର୍କ୍‌ସମାନଙ୍କ ପାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଉଛି। ସେମାନଙ୍କ ଜାଲରେ ଫସିଲେ ଯେକେହି ହ୍ୟାକିଂ ନଚେତ ଅନ୍‌ଲାଇନ୍‌ ଠକେଇର ଶିକାର ହେବେ। ଆଜି ଆମେ କିଛି ଏଭଳି ପଏଣ୍ଟ ବିଷୟରେ କହିବୁ,ଯାହାକୁ ମାନିଲେ ଅନ୍‌ଲାଇନ୍‌ ବ୍ୟବହାର ସମୟରେ ସୁରକ୍ଷିତ ରହିପାରିବେ। ଏଥିଲାଗି କିଛି କଥାକୁ ଧ୍ୟାନରେ ରଖିବାକୁ ହେବ। ଯେପରିକି:-

ସର୍ବଦା ନିଜର ବ୍ରାଉଜରକୁ ଅପ୍‌ଡେଟ୍‌ ରଖନ୍ତୁ:
ଅନ୍‌ଲାଇନ୍‌ରେ ସର୍ବଦା ନିଜର ବ୍ରାଉଜରକୁ ଅପ୍‌ଡେଟ୍‌ ରଖନ୍ତୁ। ସେ ଗୁଗଲ କ୍ରୋମ ହେଉ ଅଥବା ଅନ୍ୟ କୌଣସି ବ୍ରାଉଜର, ସର୍ବଦା ତାହାକୁ ଅପ୍‌ଡେଟ୍‌ ରଖିବାକୁ ଭୁଲନ୍ତୁ ନାହିଁ।

ସର୍ବଦା ଶକ୍ତିଶାଳୀ ପାସଓ୍ବାର୍ଡ ବ୍ୟବହାର କରନ୍ତୁ:
ସର୍ବଦା ସୋସିଆଲ ମିଡିଆ ବ୍ୟବହାର ସମୟରେ ଶକ୍ତିଶାଳୀ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। କାରଣ ସହଜରେ ମନେ ରହିବା ଲାଗି ଆମେ ସେହିଭଳି ପାସଓ୍ବାର୍ଡ ବ୍ୟବହାର କରିଥାଉ। ଏହା କିନ୍ତୁ ସୁରକ୍ଷିତ ନୁହେଁ।

ଡାଉନଲୋଡ କରିବା ସମୟରେ ମିଳୁଥିବା ସତର୍କ ସୂଚନାକୁ ଧ୍ୟାନ ରଖନ୍ତୁ:
ଅନେକ ସମୟରେ କିଛି ଫାଇଲ ଡାଉନଲୋଡ କରିବା ସମୟରେ କ୍ରୋମ ସତର୍କ ସୂଚନା ଦେଇଥାଏ। ଯଦି ସେଭଳି କିଛି ଦେଖନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ।

ସିକ୍ୟୁରିଟି ପ୍ରୋଟେକ୍ସନର ବ୍ୟବହାର କରନ୍ତୁ:
କ୍ରୋମରେ ଆପଣଙ୍କୁ ସ୍ବନ୍ତ୍ର ସିକ୍ୟୁରିଟି ଅପ୍‌ଶନ ମିଳିଥାଏ। ଏଣୁ ନିଜର ସୁରକ୍ଷା ଲାଗି ଏନ୍‌ହାନ୍ସଡ୍‌ ସେଫ୍‌ ବ୍ରାଉଜିଂ ପ୍ରୋଟେକ୍ସନକୁ ଅନ୍‌ କରନ୍ତୁ। ଏହା କ୍ଷତିକାରକ ଓ୍ବେବ୍‌ସାଇଟ୍‌ଠାରୁ ଭଲ ସୁରକ୍ଷା ପ୍ରଦାନ କରିଥାଏ।

ଟୁ ଫ୍ୟାକ୍ଟର ଅଥଣ୍ଟିକେଶନ: ଅନ୍‌ଲାଇନ୍‌ ଲଗ୍‌ଇନ୍‌କୁ ଅଧିକ ସୁରକ୍ଷିତ କରିଥାଏ ଟୁ ଫ୍ୟାକ୍ଟର ଅଥଣ୍ଟିକେଶନ। କୌଣସି ଆପ୍‌ ଅଥବା ପ୍ଲାଟଫର୍ମକୁ ସାଇନ୍‌ ଇନ୍‌ କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଆଉ ଏକ ଲେୟାର ଆଡ୍‌ କରିଥାଏ। ଏଣୁ ଏହି ଫିଚରକୁ ଅନ୍‌ କରିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri