ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ ଏହି ୫ କଥାକୁ ରଖନ୍ତୁ ଧ୍ୟାନରେ, ନଚେତ ହେବେ ହ୍ୟାଙ୍କିଂର ଶିକାର…

ଇଣ୍ଟରନେଟ୍‌ ଏବଂ ସ୍ମାଟ୍‌ଫୋନ ଦୁନିଆରେ ହ୍ୟାର୍କ୍‌ସମାନଙ୍କ ପାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଉଛି। ସେମାନଙ୍କ ଜାଲରେ ଫସିଲେ ଯେକେହି ହ୍ୟାକିଂ ନଚେତ ଅନ୍‌ଲାଇନ୍‌ ଠକେଇର ଶିକାର ହେବେ। ଆଜି ଆମେ କିଛି ଏଭଳି ପଏଣ୍ଟ ବିଷୟରେ କହିବୁ,ଯାହାକୁ ମାନିଲେ ଅନ୍‌ଲାଇନ୍‌ ବ୍ୟବହାର ସମୟରେ ସୁରକ୍ଷିତ ରହିପାରିବେ। ଏଥିଲାଗି କିଛି କଥାକୁ ଧ୍ୟାନରେ ରଖିବାକୁ ହେବ। ଯେପରିକି:-

ସର୍ବଦା ନିଜର ବ୍ରାଉଜରକୁ ଅପ୍‌ଡେଟ୍‌ ରଖନ୍ତୁ:
ଅନ୍‌ଲାଇନ୍‌ରେ ସର୍ବଦା ନିଜର ବ୍ରାଉଜରକୁ ଅପ୍‌ଡେଟ୍‌ ରଖନ୍ତୁ। ସେ ଗୁଗଲ କ୍ରୋମ ହେଉ ଅଥବା ଅନ୍ୟ କୌଣସି ବ୍ରାଉଜର, ସର୍ବଦା ତାହାକୁ ଅପ୍‌ଡେଟ୍‌ ରଖିବାକୁ ଭୁଲନ୍ତୁ ନାହିଁ।

ସର୍ବଦା ଶକ୍ତିଶାଳୀ ପାସଓ୍ବାର୍ଡ ବ୍ୟବହାର କରନ୍ତୁ:
ସର୍ବଦା ସୋସିଆଲ ମିଡିଆ ବ୍ୟବହାର ସମୟରେ ଶକ୍ତିଶାଳୀ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। କାରଣ ସହଜରେ ମନେ ରହିବା ଲାଗି ଆମେ ସେହିଭଳି ପାସଓ୍ବାର୍ଡ ବ୍ୟବହାର କରିଥାଉ। ଏହା କିନ୍ତୁ ସୁରକ୍ଷିତ ନୁହେଁ।

ଡାଉନଲୋଡ କରିବା ସମୟରେ ମିଳୁଥିବା ସତର୍କ ସୂଚନାକୁ ଧ୍ୟାନ ରଖନ୍ତୁ:
ଅନେକ ସମୟରେ କିଛି ଫାଇଲ ଡାଉନଲୋଡ କରିବା ସମୟରେ କ୍ରୋମ ସତର୍କ ସୂଚନା ଦେଇଥାଏ। ଯଦି ସେଭଳି କିଛି ଦେଖନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ।

ସିକ୍ୟୁରିଟି ପ୍ରୋଟେକ୍ସନର ବ୍ୟବହାର କରନ୍ତୁ:
କ୍ରୋମରେ ଆପଣଙ୍କୁ ସ୍ବନ୍ତ୍ର ସିକ୍ୟୁରିଟି ଅପ୍‌ଶନ ମିଳିଥାଏ। ଏଣୁ ନିଜର ସୁରକ୍ଷା ଲାଗି ଏନ୍‌ହାନ୍ସଡ୍‌ ସେଫ୍‌ ବ୍ରାଉଜିଂ ପ୍ରୋଟେକ୍ସନକୁ ଅନ୍‌ କରନ୍ତୁ। ଏହା କ୍ଷତିକାରକ ଓ୍ବେବ୍‌ସାଇଟ୍‌ଠାରୁ ଭଲ ସୁରକ୍ଷା ପ୍ରଦାନ କରିଥାଏ।

ଟୁ ଫ୍ୟାକ୍ଟର ଅଥଣ୍ଟିକେଶନ: ଅନ୍‌ଲାଇନ୍‌ ଲଗ୍‌ଇନ୍‌କୁ ଅଧିକ ସୁରକ୍ଷିତ କରିଥାଏ ଟୁ ଫ୍ୟାକ୍ଟର ଅଥଣ୍ଟିକେଶନ। କୌଣସି ଆପ୍‌ ଅଥବା ପ୍ଲାଟଫର୍ମକୁ ସାଇନ୍‌ ଇନ୍‌ କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଆଉ ଏକ ଲେୟାର ଆଡ୍‌ କରିଥାଏ। ଏଣୁ ଏହି ଫିଚରକୁ ଅନ୍‌ କରିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri