Categories: ଜାତୀୟ

ରାଞ୍ଚିରେ ଇଣ୍ଟରନେଟ ସେବା ବନ୍ଦ, ୧୪୪ ଧାରା ଲାଗୁ

ରାଞ୍ଚି,୧୧।୬: ଝାଡ଼ଖଣ୍ଡର ରାଞ୍ଚିରେ ଶୁକ୍ରବାର ଦେଖାଦେଇଥିବା ହିଂସା ପ୍ରଦର୍ଶନ ପରେ ସହରରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରବିବାର ଅର୍ଥାତ୍‌ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଉପରେ ରୋକୋ ଲଗାଯାଇଛି। ୧୨ଟି ପୋଲିସ ଷ୍ଟେସନ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏଥିସହ ସହରରେ ଲାଗିଥିବା ସମସ୍ତ ଭିଡିଓ ଓ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ।

Share