Categories: ଜାତୀୟ

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ, ୫ କୋଟି ୟୁଜର ପ୍ରଭାବିିତ

ନୂଆଦିଲ୍ଲୀ,୨୭।୧: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ମଙ୍ଗଳବାର ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ପୁଣି ଇଣ୍ଟରନେଟ ସେବାକୁ ବୁଧବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଳବତ୍ତର ରଖଯାଇଛି। ସିଙ୍ଘୁ ବର୍ଡର, ଟିକରି ବର୍ଡର, ଗାଜିପୁର ବର୍ଡର, ମୁବାରକା ଚୌକ, ନାଙ୍ଗଲୋଇ ଆଦି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି। ଫଳରେ ୫ କୋଟି ୟୁଜର ପ୍ରଭାବିିତ ହୋଇଥିବା କୁହାଯାଉଛି। ସ୍ଥିତି ସ୍ବାଭାବିକ ହେଲେ ଏସବୁ ଅଞ୍ଚଳରେ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରନେଟ୍‌ ସେବା ବନ୍ଦ ଯୋଗୁ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ କର୍ମଚାରୀଙ୍କ ଓ୍ବାର୍କ ଫର୍ମ ହୋମ୍‌ କାର୍ଯ୍ୟ ପ୍ରବାହିତ ହୋଇଛି।

Share