ଗାଜାରେ ଇଣ୍ଟରନେଟ ସେବା ପୁଣି ଆରମ୍ଭ, ଲୋକଙ୍କୁ ଦକ୍ଷିଣାଞ୍ଚଳକୁ ଯିବାକୁ ଇସ୍ରାଏଲର ନିର୍ଦ୍ଦେଶ…

ଜେରୁଜେଲମ,୨୯।୧୦: ଇସ୍ରାଏଲ-ହମାସ ବିବାଦ ପରେ ବର୍ତ୍ତମାନ ତିନି ସପ୍ତାହରୁ ଅଧିକ ସମୟ ବିତିଛି। ତେବେ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ସେଥିମଧ୍ୟରୁ ପ୍ରାୟ ୯,୫୦୦ ଲୋକଙ୍କର ମୃତ୍ୟୁ ହୋଇଛି। ହମାସ ଆକ୍ରମଣରେ ୧୪୦୦ରୁ ଅଧିକ ସାଧାରଣ ନାଗରିକଙ୍କର ଇସ୍ରାଏଲରେ ମୃତ୍ୟୁ ଘଟିଥିବାବେଳେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ୮,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ସମୟରେ, ଗାଜା ଷ୍ଟ୍ରିପରେ ଇସ୍ରାଏଲ ଇଣ୍ଟରନେଟ ସେବା ବନ୍ଦ କରିବାର ଗୋଟିଏ ଦିନ ପରେ ଯୋଗାଯୋଗ ପ୍ରଣାଳୀ ପୁଣି ଥରେ ଫେରି ଆସିଛି। ଗାଜାର ଟେଲି ଯୋଗାଯୋଗ କମ୍ପାନୀ ରବିବାର ଏହା ନିଶ୍ଚିତ କରିଛି।

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଧମକ ଦେଇଛନ୍ତି ଇସ୍ରାଏଲର କାର୍ଯ୍ୟକଳାପ ସବୁ ସୀମା ଅତିକ୍ରମ କରିଛି ଏବଂ ବର୍ତ୍ତମାନ ସମସ୍ତେ ମିଳିତ ଭାବେ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଟୁଇଟରରେ ଏକ ପୋଷ୍ଟରେ ରାଇସି କହିଛନ୍ତି ଆମେରିକା ଆମକୁ କିଛି ନ କରିବାକୁ କହିଥାଏ, କିନ୍ତୁ ନିଜେ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ ଦେଇଥାଏ।

ଏହି ପ୍ରସଙ୍ଗରେ ଇରାନକୁ ସମର୍ଥନ କରୁଥିବା ସଂଗଠନଗୁଡ଼ିକୁ ଆମେରିକା ଏକ ବାର୍ତ୍ତା ଦେଇଛି, କିନ୍ତୁ ଯୁଦ୍ଧକ୍ଷେତ୍ରରେ ଏହାର ଉପଯୁକ୍ତ ଉତ୍ତର ପାଇଛି।

Share