ବାଲେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଯୋଗ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୨୧।୬: ଉତ୍ତର ଓଡ଼ିଶାର ବାଲେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସକାଳ ୬ଟାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବାଲେଶ୍ୱର ଆଇଟିଆଇ ପଡ଼ିଆରେ ପହଞ୍ଚି ଯୋଗ କରିଥିଲେ। ଏଥିରେ ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ସଦର ବିଧାୟକ ସ୍ବରୁପ ଦାସ, ମ୍ୟୁନିସିପାଲଟି ଅଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ଯୋଗ ଓ ପ୍ରାଣାୟମ ଦ୍ୱାରା ଶାରୀରିକ ଓ ମାନସିକ ରୋଗରେ ପୂର୍ଣ୍ଣ ଆରୋଗ୍ୟତା ମିଳିଥାଏ ବୋଲି ଯୋଗ ଦିବସରେ ସାମିଲ ହୋଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି।