Categories: ଖେଳ

କିଟ୍‌ରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ

ଭୁବନେଶ୍ୱର,୨୧ା୯ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ ମଙ୍ଗଳବାର ସକାଳେ କିଟ୍‌-କିସ୍‌ ଆଥଲେଟିକ୍ସ ଷ୍ଟାଡିୟମରେ କିଟ୍‌-ଓ କିସ୍‌ର କ୍ରୀଡ଼ା ଛାତ୍ରମାନଙ୍କ ମଧ୍ୟରେ ପାଳିତ ହୋଇଯାଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ), ଏସିଆନ ୟୁନିଭର୍ସିଟି ସ୍ପୋଟର୍‌ସ ଫେଡେରେଶନ (ଏୟୁଏସ୍‌ଏଫ୍‌) ଆଣ୍ଡ୍‌ ଫେଡେରେଶନ ଇଣ୍ଟରନ୍ୟାଶନାଲ ଡୁ’ ସ୍ପୋର୍ଟ ୟୁନିଭର୍ସିଟେୟାର (ଏଫ୍‌ଆଏସ୍‌ୟୁ)ର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ୟୁନେସ୍କୋ ଦ୍ୱାରା ୨୦୧୫ରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ ଘୋଷଣା କରାଯାଇଥିଲା। ଏହି ବର୍ଷର ଉତ୍ସବ ପାଇଁ ବିଷୟବସ୍ତୁ ରଖାଯାଇଥିଲା କ୍ରୀଡ଼ା ମାଧ୍ୟମରେ ସଦ୍‌ଭାବନା। ଗାଇଡ୍‌ଲାଇନ୍‌ ଅନୁସାରେ କିଟ୍‌ ବିଶ୍ୱବିଦ୍ୟାଳୟର ୧୦ଜଣ ଛାତ୍ର ସେପ୍ଟେମ୍ବର ୧୬ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ଏୟୁଏସ୍‌ଏଫ୍‌ ରନ୍‌ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ। ସେମାନେ ଗତ ୫ ଦିନରେ ପ୍ରତ୍ୟେକ ୩୦ କିଲୋମିଟର ଯାତ୍ରା କରିଥିଲେ। ଏହି ଉତ୍ସବରେ କିଟ୍‌ ଭାଇସ୍‌ଚାନସେଲର ପ୍ରଫେସର ସସ୍ମିତା ସାମନ୍ତ, ରେଜିଷ୍ଟ୍ରାର ଜ୍ଞାନରଞ୍ଜନ ମହାନ୍ତି ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share