ଭାବରେ କମ୍ପିଲା ବାଲିଯାତ୍ରା ପଡ଼ିଆ

କଟକ ଅଫିସ,୧୯।୪: ଆମେ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ କଟକ ବାଲିଯାତ୍ରା ଉପର ପଡ଼ିଆରେ ୫ ଦିନ ବ୍ୟାପୀ ଚାଲିଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଭାବରେ ବାଲିଯାତ୍ରା ପଡ଼ିଆ କମ୍ପି ଉଠିଥିଲା। ସକାଳେ ସାଧୁସନ୍ଥମାନେ ଭଜନ ପରିବେଷଣ କରିବା ସହ ଯୋବ୍ରାସ୍ଥିତ ତତ୍ତ୍ୱବଟଠାରୁ ସଂକୀର୍ତ୍ତନ ମାଧ୍ୟମରେ ରଥ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ସମ୍ମିଳନୀ ସ୍ଥଳରେ ପହଞ୍ଚତ୍ଥିଲା। ପରେ ଆମେ ଓଡ଼ିଆର ରାଷ୍ଟ୍ରୀୟ ସଭାପତି ସରୋଜ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସିଏମ୍‌ସି ମେୟର ସୁବାସ ସିଂ, ମୁଖ୍ୟବକ୍ତା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଯୋଗଦେଇଥିଲେ। ଏଥିରେ ମହେନ୍ଦ୍ରଗିରିରୁ ବାବା ବଂଶୀଧର ଦାସ, ସ୍ବାମୀ ବିଷ୍ଣୁଗିରି ମହାରାଜ, ବାବା ଆର୍ତ୍ତତ୍ରାଣ ମହାରାଜ, ବାବା ବିଭୂତି ଦାସ ମହାରାଜ, ହରିଓଁ ବାବା, ଆମେ ଓଡ଼ିଆ ସଙ୍ଗଠନର ରାଜ୍ୟ ସଭାପତି ଗୋଲକ ବିହାରୀ ଦାସ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ପଣ୍ଡା, ଡ. ବସନ୍ତ ଜେନା, ମହାସମ୍ମିଳନୀର ଆବାହକ ପନ୍ନଗ ଭୂଷଣ ଦାସ, ରାଷ୍ଟ୍ରୀୟ ସମ୍ପାଦିକା ସସ୍ମିତା ମଲ୍ଲିକ, ଉପସଭାପତି ମନୋରଞ୍ଜନ ଦାସ, ରାଜ୍ୟ ମହାସଚିବ ପ୍ରତାପ ରାଉତରାୟ, ଉପସଭାପତି ଲିଙ୍ଗରାଜ ଦାସ, ମାଗୁଣି ଚରଣ ରାଉତ, ସମ୍ପାଦକ ପ୍ରଦୀପ ମହାନ୍ତି, ସାଧାରଣ ସମ୍ପାଦକ ଅଜୟ ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ। କଟକ ମହାନଗର ସଭାପତି ବିନୟ କୁମାର ମହାନ୍ତି ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପଶ୍ଚିମାଞ୍ଚଳ କଟକର ସଭାପତି ପ୍ରଦୀପ କୁମାର ସାମଲ ଅତିଥି ପରିଚୟ, କଟକ-ବାରବାଟୀ ସଭାପତି କ୍ଷୀରୋଦ କୁମାର ସାହୁ ସ୍ବାଗତ ଭାଷଣ ଓ କଟକ କେନ୍ଦ୍ରୀୟ ସଭାପତି ପୂର୍ଣ୍ଣଚନ୍ଦ୍ର ସିଂହ ଧନ୍ୟବାଦ ଦେଇଥିଲେ। ଗଣେଶ୍ୱର ପରିଡ଼ା, ନରେଶ ଭାରାଲାଓ୍ବାଲା, ରଞ୍ଜନ ପ୍ରଧାନ, ଜ୍ଞାନରଞ୍ଜନ ନନ୍ଦ, ଜିତେନ୍ଦ୍ର ପାଣି, ସୁଶାନ୍ତ ଦାସ, ମନୋରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ପ୍ରତ୍ୟେକ ଜିଲା ଓ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରାଯାଇଥିଲା।