Posted inଖେଳ

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ ଅଫିସ,୮।୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାର ମଙ୍ଗଳବାର ତୃତୀୟଦିନ ଉଭୟ ମହିଳା ଓ ପୁରୁଷ ବିଭାଗ ମଧ୍ୟରେ ସୁପର ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଛି। ତୃତୀୟ ଦିନରେ ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚରେ ମହାରାଷ୍ଟ୍ର ୫-୦ରେ ମଧ୍ୟପ୍ରଦେଶକୁ, ଆନ୍ଧ୍ର ପ୍ରଦେଶ ୩-୦୧ରେ ରାଜସ୍ଥାନକୁ, ତେଲେଙ୍ଗାନା ୩-୦୨ରେ କର୍ନାଟକକୁ, ପଞ୍ଜାବ୧୦-୦୦ରେ ଉତ୍ତର ପ୍ରଦେଶକୁ ହରାଇଥିଲେ। ଅନ୍ୟ ସୁପର ଲିଗ ମ୍ୟାଚରେ କେରଳ ୩-୦୦ରେ ଓଡ଼ିଶାକୁ, ଛତିଶଗଡ଼ ୭-୦୦ରେ ଦିଲ୍ଲୀକୁ, ଛତିଶଗଡ଼ ୧୦-୦୦ରେ କେରଳକୁ, ମହାରାଷ୍ଟ୍ର୧-୦୦ରେ ଆନ୍ଧ୍ରପ୍ରଦେଶକୁ, ପଞ୍ଜାବ ୯-୦୩ରେ ତେଲଙ୍ଗାନାକୁ, ଛତିଶଗଡ଼୧-୦୦ରେ ଓଡ଼ିଶାକୁ, କେରଳ ୦୫-୦୦ରେ ଦିଲ୍ଲୀକୁ, ଆନ୍ଧ୍ର ପ୍ରଦେଶ ୦୭-୦୧ରେ ତେଲଙ୍ଗାନାକୁ, ମହାରାଷ୍ଟ୍ର ୧୦-୦୦ରେ ପଞ୍ଜାବକୁ ହରାଇଛି। ସେହିପରି ପୁରୁଷ ବର୍ଗରେ ଅନୁଷ୍ଠିତ ମ୍ୟାଚଗୁଡିକରେ ପଞ୍ଜାବ ୨-୦୦ରେ ମହାରାଷ୍ଟ୍ରକୁ, ରାଜସ୍ଥାନ ୦୨-୦୧ରେ ଜମ୍ମୁକଶ୍ମୀରକୁ, ଦିଲ୍ଲୀ ୬-୦୨ ଓଡ଼ିଶାକୁ, ମଧ୍ୟପ୍ରଦେଶ ୧୦-୦୨ପଣ୍ଡିଚେରୀ କୁ, ଛତିଶଗଡ଼ ୪-୦୦ ଇଣ୍ଡିଆନ ଏଲ୍‌କୁ, ଚଣ୍ଡିଗଡ଼ ୨-୦୧ କେରଳକୁ, ହରିୟାଣା ୭-୦୦ ତେଲଙ୍ଗାନକୁ, ଆନ୍ଧ୍ର ପ୍ରଦେଶ୧୦-୦୦ ଗୁଜରାଟକୁ ହରାଇଛି। ଅପରପକ୍ଷେ ପୁରୁଷ ବିଭାଗ ସୁପର ଲିଗ ମ୍ୟାଚରେ ପଞ୍ଜାବ ୫-୦୦ ରାଜସ୍ଥାନକୁ, ଦିଲ୍ଲୀ ୪-୦୦ମଧ୍ୟପ୍ରଦେଶକୁ, ଛତିଶଗଡ଼ ୭-୦୩ ଚଣ୍ଡିଗଡ଼କୁ, ଆନ୍ଧ୍ର ପ୍ରଦେଶ ୦୩-୦୦ ହରିୟାଣାକୁ ହରାଇଛି। ଏହି ଚାମ୍ପିୟନଶିପର ଉଭୟ ବିଭାଗର ସେମି ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହେବ। ସେହିପରି ୯ ତାରିଖ ଦିନ ଏହି ସର୍ବଭାରତୀୟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ସେହିଦିନ ପୁରସ୍କାର ବିତରଣ ଉତ୍ସବ ହେବ। ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri