Posted inଫୁରସତ

ଆଜି ଅନ୍ତର୍ଜାତୀୟ ନର୍ସ ଦିବସ: ଆମ ନର୍ସ ଆମ ଭବିଷ୍ୟତ

ଗତ ଅଢ଼େଇ ବର୍ଷର କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି ଏବଂ ସ୍ବାସ୍ଥ୍ୟସେବା ବ୍ୟାପାର ଉପଯୋଗ କରାଯାଇ ଏହାର ଭୟାବହତାରୁ ଅନେକ ମୂଲ୍ୟବାନ୍‌ ଜୀବନ ରକ୍ଷା କରାଯାଇପାରିଛି। ସ୍ବାସ୍ଥ୍ୟସେବା-ଉଭୟ ଚିକିତ୍ସା ଓ ସେବା ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ପୁଣିଥରେ ପ୍ରମାଣିତ ହୋଇଛି।
ସେବିକାମାନଙ୍କୁ ସ୍ବାସ୍ଥ୍ୟସେବାରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପଡ଼ିଥାଏ। ଆଜିର ଯୁଗରେ ଯେଉଁ ସମୟରେ ନିଜ ଲୋକମାନେ ମଧ୍ୟ ସେବାଯତ୍ନ, ବିଶେଷକରି ଦୀର୍ଘଦିନ ଧରି ପୀଡ଼ିତମାନଙ୍କର ସେବାଯତ୍ନ ନେବାକୁ କଷ୍ଟ ମନେକରନ୍ତି, ସେବିକାମାନେ ନିଜର ଡାକ୍ତରୀ ସେବା, ଯତ୍ନ ଓ ଶୁଶ୍ରୂଷା ଦ୍ୱାରା ରୋଗୀକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି। ଏବେ ଡାକ୍ତରୀ ଚିକିତ୍ସାରେ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଯନ୍ତ୍ରପାତି, ଉପକରଣ, ବିଶେଷ ଚିକିତ୍ସା ଗୃହ ଯଥା ଆଇସିୟୁ, ଏନ୍‌ଆଇସିୟୁ, ଭେଣ୍ଟିଲେଟର, ମନିଟର, ଅପରେଶନ ଥିଏଟର (ଓଟି), ସ୍ପେଶିଆଲାଇଜ୍ଡ ଏବଂ ସୁପର ସ୍ପେଶିଆଲାଇଜ୍ଡ ଓଟି ଓ ଆହୁରି ଅନେକ କ୍ଷେତ୍ରରେ ନର୍ସ ବା ସେବିକାମାନଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ, ଅପରିହାର୍ଯ୍ୟ ଓ ନିର୍ଣ୍ଣାୟକ ଅଟେ। ଯେଉଁ ସ୍ଥାନରେ ସାଧାରଣ ଲୋକଟିଏ କେଇ ମିନିଟ୍‌ ମାତ୍ର ରହିପାରିବ ନାହିଁ, ସେଠାରେ ନର୍ସମାନେ ଲଗାତାର ଘଣ୍ଟା ଘଣ୍ଟା ଧରି ନୀରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଥାଆନ୍ତି।
ଆଧୁନିକ ନର୍ସିଂର ଆରମ୍ଭ ହୋଇଥିଲା ମହୀୟସୀ ସାମାଜିକ କର୍ମୀ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କଠାରୁ। ୧୮୨୦ ମେ’ ୧୨ରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୧୦ ଅଗଷ୍ଟ ୧୩ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଡାକ୍ତରୀ ସେବାରେ ଜଣେ ତାଲିମ୍‌ପ୍ରାପ୍ତ ନର୍ସ ଥିଲେ ଓ କ୍ରିମେନିଆ ରଣକ୍ଷେତ୍ରରେ ଭୟ ନ କରି ଆହତ ଏବଂ ଗୁରୁତର ପୀଡ଼ିତ ସୈନିକଙ୍କ ଶିବିରକୁ ଯାଇ ସେମାନଙ୍କୁ ଚିକିତ୍ସା ଓ ପରାମର୍ଶ ତଥା ଆଶ୍ୱାସନା ଦେଉଥିଲେ। ସେ ସମୟରେ ଜଣେ ଯୁବତୀ ପାଇଁ ଏହା ଥିଲା ଏକ ବିରାଟ ଆହ୍ବାନ। ଆଲୋକବତୀଟିଏ ଧରି ସେ ଭୟଙ୍କର ରାତିରେ ଚିକିତ୍ସା ଶିବିରକୁ ଯାଇ ସେବା କରୁଥିବାରୁ ତାଙ୍କୁ ‘ଲେଡି ଉଇଥ୍‌ ଦ ଲ୍ୟାମ୍ପ୍‌’ ବୋଲି ସମ୍ବୋଧନ କରାଯାଉଥିଲା।
ତାଙ୍କ ଜନ୍ମଦିନକୁ ଅନ୍ତର୍ଜାତୀୟସ୍ତରରେ ପ୍ରତି ଦେଶରେ ୧୯୬୫ ମସିହାଠାରୁ ”ଅନ୍ତର୍ଜାତୀୟ ନର୍ସ ଦିବସ“ ରୂପେ ପାଳନ କରାଯାଉଛି। ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ଆମର ନର୍ସ ଆମ ଭବିଷ୍ୟତ’। ଅର୍ଥାତ୍‌, ଆସନ୍ତା ଦିନଗୁଡ଼ିକରେ ଡାକ୍ତରୀ ସେବା ମୁଖ୍ୟତଃ ନର୍ସମାନଙ୍କର ସେବାକୁ ନେଇ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଇ ଦେଇପାରିବ। ସାରାବିଶ୍ୱରେ ଦୁଇ ଶହ ସତୁରି ଲକ୍ଷରୁ ଅଧିକ କାର୍ଯ୍ୟରତ ନର୍ସ ଥିବା ବେଳେ ଆମ ଦେଶରେ ୩୩ ଲକ୍ଷ ୫୦ ହଜାର ଏବଂ ଆମ ରାଜ୍ୟରେ ପାଖାପାଖି ୩୭,୦୦୦ ନର୍ସ କାର୍ଯ୍ୟରତ। ସେମାନଙ୍କ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ସେମାନଙ୍କୁ ଉପଯୁକ୍ତ ନିରାପତ୍ତା, ସମ୍ମାନ, ପଦମର୍ଯ୍ୟାଦା ଓ ଉପଯୁକ୍ତ ସାମାଜିକ ମୂଲ୍ୟବୋଧ ପ୍ରଦାନ କରିବା ଆମର କର୍ତ୍ତବ୍ୟ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ମୋ :୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?