Posted inଫୁରସତ

ଆଜି ଅନ୍ତର୍ଜାତୀୟ ନର୍ସ ଦିବସ: ଆମ ନର୍ସ ଆମ ଭବିଷ୍ୟତ

ଗତ ଅଢ଼େଇ ବର୍ଷର କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି ଏବଂ ସ୍ବାସ୍ଥ୍ୟସେବା ବ୍ୟାପାର ଉପଯୋଗ କରାଯାଇ ଏହାର ଭୟାବହତାରୁ ଅନେକ ମୂଲ୍ୟବାନ୍‌ ଜୀବନ ରକ୍ଷା କରାଯାଇପାରିଛି। ସ୍ବାସ୍ଥ୍ୟସେବା-ଉଭୟ ଚିକିତ୍ସା ଓ ସେବା ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ପୁଣିଥରେ ପ୍ରମାଣିତ ହୋଇଛି।
ସେବିକାମାନଙ୍କୁ ସ୍ବାସ୍ଥ୍ୟସେବାରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପଡ଼ିଥାଏ। ଆଜିର ଯୁଗରେ ଯେଉଁ ସମୟରେ ନିଜ ଲୋକମାନେ ମଧ୍ୟ ସେବାଯତ୍ନ, ବିଶେଷକରି ଦୀର୍ଘଦିନ ଧରି ପୀଡ଼ିତମାନଙ୍କର ସେବାଯତ୍ନ ନେବାକୁ କଷ୍ଟ ମନେକରନ୍ତି, ସେବିକାମାନେ ନିଜର ଡାକ୍ତରୀ ସେବା, ଯତ୍ନ ଓ ଶୁଶ୍ରୂଷା ଦ୍ୱାରା ରୋଗୀକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି। ଏବେ ଡାକ୍ତରୀ ଚିକିତ୍ସାରେ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଯନ୍ତ୍ରପାତି, ଉପକରଣ, ବିଶେଷ ଚିକିତ୍ସା ଗୃହ ଯଥା ଆଇସିୟୁ, ଏନ୍‌ଆଇସିୟୁ, ଭେଣ୍ଟିଲେଟର, ମନିଟର, ଅପରେଶନ ଥିଏଟର (ଓଟି), ସ୍ପେଶିଆଲାଇଜ୍ଡ ଏବଂ ସୁପର ସ୍ପେଶିଆଲାଇଜ୍ଡ ଓଟି ଓ ଆହୁରି ଅନେକ କ୍ଷେତ୍ରରେ ନର୍ସ ବା ସେବିକାମାନଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ, ଅପରିହାର୍ଯ୍ୟ ଓ ନିର୍ଣ୍ଣାୟକ ଅଟେ। ଯେଉଁ ସ୍ଥାନରେ ସାଧାରଣ ଲୋକଟିଏ କେଇ ମିନିଟ୍‌ ମାତ୍ର ରହିପାରିବ ନାହିଁ, ସେଠାରେ ନର୍ସମାନେ ଲଗାତାର ଘଣ୍ଟା ଘଣ୍ଟା ଧରି ନୀରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଥାଆନ୍ତି।
ଆଧୁନିକ ନର୍ସିଂର ଆରମ୍ଭ ହୋଇଥିଲା ମହୀୟସୀ ସାମାଜିକ କର୍ମୀ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କଠାରୁ। ୧୮୨୦ ମେ’ ୧୨ରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୧୦ ଅଗଷ୍ଟ ୧୩ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଡାକ୍ତରୀ ସେବାରେ ଜଣେ ତାଲିମ୍‌ପ୍ରାପ୍ତ ନର୍ସ ଥିଲେ ଓ କ୍ରିମେନିଆ ରଣକ୍ଷେତ୍ରରେ ଭୟ ନ କରି ଆହତ ଏବଂ ଗୁରୁତର ପୀଡ଼ିତ ସୈନିକଙ୍କ ଶିବିରକୁ ଯାଇ ସେମାନଙ୍କୁ ଚିକିତ୍ସା ଓ ପରାମର୍ଶ ତଥା ଆଶ୍ୱାସନା ଦେଉଥିଲେ। ସେ ସମୟରେ ଜଣେ ଯୁବତୀ ପାଇଁ ଏହା ଥିଲା ଏକ ବିରାଟ ଆହ୍ବାନ। ଆଲୋକବତୀଟିଏ ଧରି ସେ ଭୟଙ୍କର ରାତିରେ ଚିକିତ୍ସା ଶିବିରକୁ ଯାଇ ସେବା କରୁଥିବାରୁ ତାଙ୍କୁ ‘ଲେଡି ଉଇଥ୍‌ ଦ ଲ୍ୟାମ୍ପ୍‌’ ବୋଲି ସମ୍ବୋଧନ କରାଯାଉଥିଲା।
ତାଙ୍କ ଜନ୍ମଦିନକୁ ଅନ୍ତର୍ଜାତୀୟସ୍ତରରେ ପ୍ରତି ଦେଶରେ ୧୯୬୫ ମସିହାଠାରୁ ”ଅନ୍ତର୍ଜାତୀୟ ନର୍ସ ଦିବସ“ ରୂପେ ପାଳନ କରାଯାଉଛି। ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ଆମର ନର୍ସ ଆମ ଭବିଷ୍ୟତ’। ଅର୍ଥାତ୍‌, ଆସନ୍ତା ଦିନଗୁଡ଼ିକରେ ଡାକ୍ତରୀ ସେବା ମୁଖ୍ୟତଃ ନର୍ସମାନଙ୍କର ସେବାକୁ ନେଇ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଇ ଦେଇପାରିବ। ସାରାବିଶ୍ୱରେ ଦୁଇ ଶହ ସତୁରି ଲକ୍ଷରୁ ଅଧିକ କାର୍ଯ୍ୟରତ ନର୍ସ ଥିବା ବେଳେ ଆମ ଦେଶରେ ୩୩ ଲକ୍ଷ ୫୦ ହଜାର ଏବଂ ଆମ ରାଜ୍ୟରେ ପାଖାପାଖି ୩୭,୦୦୦ ନର୍ସ କାର୍ଯ୍ୟରତ। ସେମାନଙ୍କ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ସେମାନଙ୍କୁ ଉପଯୁକ୍ତ ନିରାପତ୍ତା, ସମ୍ମାନ, ପଦମର୍ଯ୍ୟାଦା ଓ ଉପଯୁକ୍ତ ସାମାଜିକ ମୂଲ୍ୟବୋଧ ପ୍ରଦାନ କରିବା ଆମର କର୍ତ୍ତବ୍ୟ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ମୋ :୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri