Categories: ଜାତୀୟ

କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ

କୁରୁକ୍ଷେତ୍ର,୩୦।୧୧(ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ହରିୟାଣାର କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ପୁରୁଷୋତ୍ତମପୁର ବାଗ୍‌ରେ ଥିବା ଶ୍ରୀକୃଷ୍ଣଙ୍କ ରଥ ନିକଟରେ ରାଷ୍ଟ୍ରପତି ଯଜ୍ଞ କରିଥିଲେ। ଏହି କାର୍ଯ୍ୟକ୍ରମରେ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଉପସ୍ଥିତ ଥିଲେ। ଏଥିସହିତ ରାଷ୍ଟ୍ରପତି ମୁର୍ମୁ ପୁରୁଷୋତ୍ତମ ବାଗ୍‌ରେ ନିର୍ମିତ ଗୀତା ଶିଳ୍ପ ଉଦ୍ୟାନକୁ ଉଦ୍‌ଘାଟନ କରିଛନ୍ତି।

Share