ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ସରକାର ବାତିଲ କରିଛନ୍ତି। କରୋନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ, କେତେକ ବଛାବଛା ରୁଟ୍‌ରେ ବିମାନ ସେବା ଉପଲବ୍ଧ ହେବ। ସ୍ଥିତି ଉପରେ ନଜର ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଡିଜିସିଏ ସର୍କୁଲାରରେ ସୂଚନା ଦିଆଯାଇଛି। କରୋନା ମହମାରୀକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବାକୁ ମାର୍ଚ୍ଚ ୨୩ ପରଠାରୁ ବାତିଲ କରାଯାଇଛି। ମାତ୍ର ମେ ମାସଠାରୁ ବନ୍ଦେ ଭାରତ ମିଶନ ଏବଂ ଜୁଲାଇରୁ ଏୟାର ବବଲ ଏଗ୍ରିମେଣ୍ଟ ଦ୍ୱାରା କେତେକ ବଛାବଛା ଦେଶକୁ ବିମାନ ସେବା ଉପଲବ୍ଧ ହେଉଛି। ଭାରତ ବର୍ତ୍ତମାନ ସୁଦ୍ଧା ୧୮ ଦେଶ ଏୟାର ବବଲ ଚୁକ୍ତିରେ ସାମିଲ ହୋଇଛି। ଆମେରିକା, ବ୍ରିଟେନ, ୟୁଏଇ, କେନିଆ, ଭୁଟାନ, ଫ୍ରାନ୍ସ ଭଳି ଅନ୍ୟ ଦେଶ ଏହା ମଧ୍ୟରେ ସାମିଲ ଅଛନ୍ତି। ଏଭଳି ଚୁକ୍ତି ଦ୍ୱାରା ଦେଶଗୁଡିକ ନିଜ ନିଜ ଦେଶରେ ନିର୍ଦ୍ଦିଷ୍ଟ ବିମାନ ସେବାକୁ ଅନୁମତି ଦେଇଥାନ୍ତି। ନୂଆ ନିଷ୍ପତ୍ତି ଦ୍ୱାରା ବିମାନ ଦ୍ୱାରା ମାଲ ପରିବହନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡିଜିସିଏ ସ୍ପଷ୍ଟ କରିଛି। ସେହିଭଳି ପ୍ରାୟ ୨ ମାସ ସେବା ବନ୍ଦ ରହିବା ପରେ ମେ ୨୫ ଠାରୁ ଘରୋଇ ବଜାରରେ ଉଡ଼ାଣକୁ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତିତର୍କରୁ ତୁମୁଳ କାଣ୍ଡ, ପରିବାରର ୪ଜଣଙ୍କୁ ହତ୍ୟା କଲେ ପୁଅ

ଲକ୍ଷ୍ନୌ,୨।୩ : ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ରୂପାଇଡିହା ଥାନା ଅଞ୍ଚଳ ଅନ୍ତର୍ଗତ ବସନ୍ତପୁର ଉଦଲ (ରାମନଗର) ଗାଁରେ…

ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ…

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

ଏହି ଦିନ ବାହାରିବ ମାଟ୍ରିକ ରେଜଲ୍ଟ, ତାରିଖ ଘୋଷଣା କଲେ ବୋର୍ଡ ସଭାପତି

ଭୁବନେଶ୍ବର,୨।୩: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ମୋଟ୍ ୫୫…

କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍‌ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି…

ଓଲଟିଲା ଯାତ୍ରା ପାର୍ଟି ବସ୍‌: ୨୦ରୁ ଅଧିକ କଳାକାର ଆହତ

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ ଓପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ରିଆମାଳ ଥାନା…

ବରଗଡ଼ରେ ହଇଚଇ: ସିଭିଲ କୋର୍ଟକୁ ପୁଣି ବୋମା ଧମକ

ବରଗଡ,୨।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ସୋମବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

ଘର ପଛଭାଗ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଵାପା

ପାଟଣା,୨।୩(ବୀର କିଶୋର ଦାଶ): ଘର ପଛପଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲା ପାଟଣା ଥାନା ଫୁଲ୍ ପାହାଡି ଗ୍ରାମର ଗୋପିନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri