ଏପିଲେପ୍‌ସି

”ଏପିଲେପ୍‌ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ୍‌ ଏପିଲେପ୍‌ସି ଡେ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା..

ଅପସ୍ମାର ବା ଏପିଲେପ୍‌ସି ଏକ ପ୍ରକାର ମସ୍ତିଷ୍କ ରୋଗ। ଏହାକୁ ମୃଗୀ ରୋଗ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାଧାରଣତଃ ବାରମ୍ବାର ହଠାତ୍‌ ବାତ ମାରିଥାଏ। ରୋଗୀର ମାଂସପେଶୀଗୁଡ଼ିକରେ ଘନଘନ ଆକସ୍ମିକ ସଂକୋଚନ ହେବା ସଙ୍ଗେ ସଙ୍ଗେ ସେ ମୂର୍ଚ୍ଛା ଯାଇପାରେ। ମସ୍ତିଷ୍କସ୍ଥ ସ୍ନାୟୁକୋଷର କାର୍ଯ୍ୟଧାରାରେ ବିଘ୍ନ ତଥା ବିଶୃଙ୍ଖଳା ସୃଷ୍ଟି ହିଁ ଏଭଳି ଲକ୍ଷଣ ପ୍ରକାଶ ପାଇବାର କାରଣ। ରୋଗୀ ଓ ଜନସାଧାରଣଙ୍କଠାରେ ଏପିଲେପ୍‌ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ (ଆଜି) ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ୍‌ ଏପିଲେପ୍‌ସି ଡେ’। ଏପିଲେପ୍‌ସି ଶବ୍ଦଟି ଆସିଛି ଗ୍ରୀକ୍‌ ଶବ୍ଦ ‘ଏପିଲେପ୍‌ସିଆ’ରୁ। ଏପିଲେପ୍‌ସିଆର ଅର୍ଥ ହଠାତ୍‌ କବଳିତ କରିପକାଇବା।
ଏପିଲେପ୍‌ସି କ’ଣ ଓ କାହିଁକି ବାତ ମାରେ: ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ସିଜର୍‌’ କିମ୍ବା ‘କନ୍‌ଭଲ୍‌ସନ୍‌’। ସାଧାରଣ ଭାବରେ ଦେଖିଲେ ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେମାନେ ସେକେଣ୍ଡକୁ ଅନ୍ତତଃ ଅଶୀଥର ସ୍ନାୟୁସଙ୍କେତ ପ୍ରେରଣ କରିଥାନ୍ତି। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଙ୍କେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍‌ସି ଥାଏ, ସେମାନଙ୍କ କ୍ଷେତ୍ରରେ ଏହି ସଙ୍କେତ ପ୍ରେରଣ ସେକେଣ୍ଡ ପ୍ରତି ୮୦ ଥର ସୀମିତ ନ ରହି ହଠାତ୍‌ ୫୦୦ କିମ୍ବା ତତୋଽଧିକ ସ୍ତରକୁ ଉଠିଯାଏ। ସଙ୍କେତ ପ୍ରେରଣରେ ଅତି ସକ୍ରିୟତାର ଏପରି ସ୍ଥିତି ଉପୁଜିଲେ ପ୍ରକାଶ ପାଇଥାଏ ବାତ ମାରିବା ଲକ୍ଷଣ। ମସ୍ତିଷ୍କର କେଉଁ ଅଂଶରେ ଏହି ଅସ୍ବାଭାବିକତା ଜାତ ହୋଇଛି ତା’ ଉପରେ ନିର୍ଭର କରି ସୃଷ୍ଟି ହୋଇପାରେ ଅଲଗା ଅଲଗା ଲକ୍ଷଣ।
ଲକ୍ଷଣ: ମୁଣ୍ଡରେ ଜୋର୍‌ରେ ମାଡ଼ ବାଜିଲେ, ଶିଶୁ ଜନ୍ମ ସମୟରେ ତା’ପାଇଁ ଅମ୍ଳଜାନର ଅଭାବ ହେଲେ, ମସ୍ତିଷ୍କରେ ପ୍ରଦାହ ହେଲେ କି ମସ୍ତିଷ୍କରେ ଅର୍ବୁଦ ବା ଟ୍ୟୁମର୍‌ ହୋଇଥିଲେ ଏପିଲେପ୍‌ସିର ଲକ୍ଷଣମାନ ପ୍ରକାଶ ପାଇଥାଏ। ଏପିଲେପ୍‌ସିର ମଧ୍ୟ ରହିଛି ବଂଶଗତ ପ୍ରଭାବ। ଏହା ଏକାଧିକ ପ୍ରକାର। ପ୍ରକାରକୁ ଚାହିଁ ଲକ୍ଷଣ ଭିନ୍ନ ଭିନ୍ନ ହେବା ସ୍ବାଭାବିକ। ବାତ ମାରିବା ଆରମ୍ଭ ହେବା ପୂର୍ବରୁ ଯେଉଁସବୁ ସୂଚନା ପ୍ରକାଶ ପାଇପାରେ, ତାକୁ ଡାକ୍ତରୀ ଭାଷାରେ ‘ଅରା’ ବୋଲି କୁହନ୍ତି। ଗନ୍ଧ ଛାଡ଼ିବାର କିଛି କୁଆଡ଼େ ସୂଚନା ନ ଥାଇ ହଠାତ୍‌ ଗନ୍ଧ ବାରିବାର ଅନୁଭବ ହେବା, କୌଣସି ସୋର୍‌ଶବ୍ଦ ନ ଥାଇ ହଠାତ୍‌ ଶବ୍ଦ ଶୁଣିବାର ଅନୁଭବ ହେବା, ପାଟି ଭିତରେ କିଛି ନ ଥାଇ ଆକସ୍ମିକ ଭାବରେ ସ୍ବାଦ ଅନୁଭବ କରିବା, କୌଣସି ଅସ୍ବସ୍ତି ନ ଥାଇ ପେଟରେ ହଠାତ୍‌ ଅସ୍ବସ୍ତି ଅନୁଭବ କରିବା, ଆଖି ସାମ୍ନାରେ ହଠାତ୍‌ ଆଲୁଅ ଚକ୍‌ମକ୍‌ କରିବା ଇତ୍ୟାଦି ହେଉଛି ଅରାର କେତୋଟି ଉଦାହରଣ। ଅତ୍ୟଧିକ ମାନସିକ ଚାପ, କ୍ରୋଧ, ନୈରାଶ୍ୟ, ବିରକ୍ତି ଏବଂ ଟେଲିଭିଜନ୍‌ ପରଦାରେ ଦୃଶ୍ୟ ପରିବର୍ତ୍ତନ ଭଳି କାରକ ମସ୍ତିଷ୍କସ୍ଥ ସ୍ନାୟୁକୋଷଗୁଡ଼ିକରେ କିପରି ମାତ୍ରାଧିକ ବିଦ୍ୟୁତ୍‌ ଆବେଗ ଜାତ କରିଥାଏ, ତାହା ଏଯାବତ୍‌ ଜଣାନାହିଁ।
ଚିକିତ୍ସା: ଏପିଲେପ୍‌ସିର ପ୍ରକାର ବିବିଧ। ଏହାର ଚିକିତ୍ସା ପାଇଁ ଏକାଧିକ ଔଷଧ ଉପଲବ୍ଧ। ତେଣୁ ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସିତ ହେବା ବିଜ୍ଞତାର କାର୍ଯ୍ୟ। ତେବେ ନିୟମିତ ଚିକିତ୍ସା ସତ୍ତ୍ୱେ ଅନ୍ତତଃ ଏକ ଚତୁର୍ଥାଂଶ ରୋଗୀଙ୍କ କ୍ଷେତ୍ରରେ ଯେତେ ଯାହା ଔଷଧ ଦେଲେ ବି ଚିକିତ୍ସା ବିଶେଷ ଫଳବତୀ ହୋଇ ନଥାଏ। ସୀମିତ କ୍ଷେତ୍ରରେ ଅପରେଶନ୍‌ ଚିକିତ୍ସାର ମଧ୍ୟ ସାହାଯ୍ୟ ନିଆଯାଇପାରେ।
ସାବଧାନତା: ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖନ୍ତୁ। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ତେଣୁ ରୋଗୀକୁ ବାତ ମାରିଲା ବେଳେ ତା’ ପାଖରୁ ଚେୟାର୍‌, ଟେବୁଲ୍‌ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ବାତ ମାରିବା ସମୟରେ ରୋଗୀକୁ କଡ଼ମାଡ଼ି ଶୁଆଇ ଦେଲେ ତା’ର ଶ୍ୱାସକ୍ରିୟା ସାବଲୀଳ ରୁହେ। ତା’ର ବେକ ଓ ଅଣ୍ଟା ପାଖରୁ ବୋତାମ କି ଗଣ୍ଠି ଫିଟେଇ ହୁଗୁଳା କରିଦେବା ଆବଶ୍ୟକ। ତା’ର ପାଟିରେ କୌଣସି କାଠ, ଚାମଚ କିମ୍ବା ଆଙ୍ଗୁଠି ଭର୍ତ୍ତି କରିବା ନିରାପଦ ନୁହେଁ। କିନ୍ତୁ ବାତ ମାରିବା ବନ୍ଦ ନ ହେଲେ କି ଚେତା ନ ଫେରିଲେ ଆମ୍ବୁଲାନ୍ସ ଡକାଇ ରୋଗୀକୁ ତୁରନ୍ତ ହସ୍ପିଟାଲ୍‌ ନେଇଯାଆନ୍ତୁ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ୍‌ ନଂ-୧୧୩୧, ସିଡିଏ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri