Posted inଜାତୀୟ

ବଡ଼ମାଛ ଧରୁନାହିଁ କେନ୍ଦ୍ର

ନୂଆଦିଲ୍ଲୀ,୧୧ା୨: ନିଶା ସାମଗ୍ରୀ କାରବାର ରୋକିବା ପାଇଁ ୧୯୮୫ ମସିହାରୁ ଭାରତରେ ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସେସ୍‌ (ଏନ୍‌ଡିପିଏସ୍‌) ଆଇନ ପ୍ରଚଳିତ। ଅନ୍ତର୍ଜାତୀୟ ଡ୍ରଗ୍‌ ସିଣ୍ଡିକେଟ୍‌ ସଦସ୍ୟମାନେ ଏହି ଆଇନକୁ ଫାଙ୍କି ଗଳିଯାଉଛନ୍ତି। ଏଭଳି ଗଞ୍ଜେଇ ଓ ଅଫିମ ଚାଲାଣକାରୀମାନଙ୍କୁ କେନ୍ଦ୍ର ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଗିରଫ କରୁନାହାନ୍ତି। ଚାଷୀ ଓ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲୋକଙ୍କୁ ସେମାନେ ଧରୁଛନ୍ତି ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜମିରେ ଅଫିମ ଚାଷ କରିବା ଅଭିଯୋଗରେ ସବିର ନାମକ ଜଣେ ବ୍ୟକ୍ତି ଗିରଫ ହୋଇଥିଲେ। ଅଭିଯୁକ୍ତ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ରହିସାରିବା ପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି, ଭାରତ ସରକାର ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବଡ଼ମାଛଙ୍କୁ ଗିରଫ କରୁନାହାନ୍ତି। ଅନ୍ତର୍ଜାତୀୟ ଡ୍ରଗ୍‌ ସିଣ୍ଡିକେଟ ପଛରେ କାହିଁକି ଗୋଡ଼ାଉନାହାନ୍ତି? ସେମାନଙ୍କୁ ଧରିବାକୁ ଚେଷ୍ଟା କରନ୍ତୁ। କେବଳ ଚାଷୀ ଏବଂ ବସ୍‌ଷ୍ଟାଣ୍ଡ ତଥା ଅନ୍ୟ କୌଣସି ସ୍ଥାନରେ ଛିଡ଼ା ହୋଇଥିବା ଚୂନାମାଛଙ୍କୁ ଧରିଲେ କ’ଣ ହେବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ସରକାର ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ୍‌ ବାନାର୍ଜୀ ଅଭିଯୁକ୍ତ ସବିରଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ। ବିକ୍ରମଜିତ୍‌ କହିଥିଲେ, ସବିରଙ୍କ ଚାଷଜମିରୁ ମିଳିଥିବା ଅଫିମର ପରିମାଣ କମ୍‌ ନୁହେଁ। ସେ ଏହା ପୂର୍ବରୁ ମଧ୍ୟ ୨ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଖଣ୍ଡପୀଠ କହିଲେ, ଜବତ ହୋଇଥିବା ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସ (ମନଃପ୍ରଭାବୀ ଦ୍ରବ୍ୟ)ର ପରିମାଣ ଅନୁସାରେ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଅଭିଯୁକ୍ତ ୫ ବର୍ଷରୁ ଅଧିକ ସମୟ ଜେଲରେ ଦଣ୍ଡ ଭୋଗିସାରିଲେଣି। ଏମାନେ ସ୍ବଳ୍ପକାଳୀନ ଚାଷୀ ହୋଇଥିବାରୁ ନିଜ ଅପରାଧ ପାଇଁ ଜାମିନ ପାଇପାରୁ ନାହାନ୍ତି। ଅଭିଯୁକ୍ତ ସବିର ଜାମିନ ପାଇବାକୁ ଯୋଗ୍ୟ କହି ଖଣ୍ଡପୀଠ ରାଜ୍ୟ ସରକାର ଏବଂ ଏନ୍‌ସିବିର ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri