୧୯ରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆନ୍ତର୍ଜାତିକ ସମ୍ମିଳନୀ

କଟକ,୧୭ା୧(କାର୍ତ୍ତିକ ସାହୁ): କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍‌ଏଆର୍‌ଏମ୍‌) ଓ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆରଆରଆଇ)ର ମିଳିତ ଆନୁକୂଲ୍ୟରେ କୃଷି ନିମନ୍ତେ ପୋଷଣୀୟ ବିକାଶ ଶୀର୍ଷକ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆଗ୍ରିଭିଜନ ୨୦୨୪ ଅନୁଷ୍ଠିତ ହେବ। ଆଗାମୀ ୧୯ରୁ ୨୧ ତାରିଖ ୩ ଦିନ ଧରି ଏନ୍‌ଆର୍‌ଆର୍‌ଆଇର ଏମ୍‌କେସିଜି ପ୍ରେକ୍ଷାଳୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ବୈଜ୍ଞାନିକ, ଗବେଷକ ଓ ଛାତ୍ରୀଛାତ୍ର ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ବୈଜ୍ଞାନିକ ଅଧିବେଶନ, ପୋଷ୍ଟର ଅଧିବେଶନ, ପ୍ରଦର୍ଶନୀ ଏବଂ କୃଷକ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭାରତ ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅନୁଷ୍ଠାନ ଏନ୍‌ଆରଆରଆଇ, ସିଫା, ସିଏମ୍‌ଏଫ୍‌ଆରଆଇ, ସିଟିସିଆରଆଇ, ଚେସ୍‌, ଫିଶେରୀ ସର୍ଭେ ଅଫ ଇଣ୍ଡିଆ, ବଟାନିକାଲ ସର୍ଭେ ଅଫ ଇଣ୍ଡିଆ, ନାରିକେଳ ଉନ୍ନୟନ ବୋର୍ଡ, କୟର ବୋର୍ଡ, କ୍ରିଭକୋ ପ୍ରମୁଖ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବେ।
ମୁଖ୍ୟ ଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ଉପ ମହାନିର୍ଦ୍ଦେଶକ ତିଳକ ରାଜ ଶର୍ମା ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରୀୟ ଆର୍ୟୁବିଜ୍ଞାନ ପରିଷଦର ମହାନିର୍ଦ୍ଦେଶକ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେବେ। ନିଜ କ୍ଷେତ୍ରରେ ପାରିଦର୍ଶିତା ହାସଲ କରିଥିବା ବିଭିନ୍ନ ବୈଜ୍ଞାନିକମାନଙ୍କୁ ଆଜୀବନ ସିଦ୍ଧି ଓ ସୁପ୍ରଖ୍ୟାତ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ କରାଯିବ। ରାଜ୍ୟ ସରକାରଙ୍କ ଓଡ଼ିଆ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସମ୍ବଲପୁରୀ, ଢେମସା, ପାଇକ ନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏନ୍‌ଆରଆରଆଇର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ଖବରଦାତା ଅନୁଷ୍ଠାନ ପରିସରରେ ସମ୍ମିଳନୀରେ ବୁଧବାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri