Categories: ଜାତୀୟ

ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସେବା ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୨: ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବା ନେଇ ନଭେମ୍ବରରୁ ନିଷ୍ପତ୍ତି ହୋଇଥିଲା । ମାତ୍ର କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢିବା ପରେ ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ ଡିସେମ୍ବର ୧ ରୁ ୧୫ ପର୍ଯ୍ୟନ୍ତ କୌଣସି ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ ବୋଲି ଘୋଷଣା କରିଥିଲେ । କରୋନା ଯୋଗୁ ୨୦୨୦ ମାର୍ଚ୍ଚ ୨୩ ଠାରୁ ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି।

Share