Categories: ଜାତୀୟ

୧୭ ହଜାର ଫୁଟ ଉପରେ ଯୋଗ କଲେ ହିମବୀର

ସିକ୍କିମ, ୨୧ ।୬: କରୋନା ମହାମାରୀ କାରଣରୁ ୨୦୨୦ ଓ ୨୦୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସାର୍ବଜନିକ ଭାବେ ପାଳନ କରାଯାଇ ପାରି ନ ଥିଲା । ହେଲେ ୨୦୧୯ ପରେ ଚଳିତ ବର୍ଷ ଏହାକୁ ସାର୍ବଜନିକ ଭାବେ ପାଳନ କରାଯାଉଛି । ଏହି ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ଦେଶରେ ବଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ଦେଶର ବୀର ଯବାନମାନେ ଏଥିରେ ସାମିଲ ହୋଇଛନ୍ତି । ସିକ୍କିମର ପ୍ରାୟ ୧୭ ହଜାର ଫୁଟ ଉପରେ ବରଫ ଉପରେ ଆଇଟିବିପିର ହିମବୀରମାନେ ଯୋଗାଭ୍ୟାସ କରିଛନ୍ତି । ଏପଟେ ଯୋଗଗୁରୁ ବାବା ରାମଦେବ ହରିଦ୍ୱାରର ପତଞ୍ଜଳୀ ଯୋଗପୀଠରେ ବି ଯୋଗାଭ୍ୟାସ କରିଛନ୍ତି । ତାଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଜନତା ଓ ପିଲାମାନେ ଯୋଗାଭ୍ୟାସ କରିଛନ୍ତି ।

Share