ଧରାକୋଟ ରାଜପରିବାରର ରୋଚକ ରାଜନୀତି

ବ୍ରହ୍ମପୁର ଅଫିସ,୩।୭: ରାଜ୍ୟରେ ୧୯୫୧-୫୨ରୁ ୨୦୧୯ ମଧ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ଗଞ୍ଜାମ ଜିଲା ଧରାକୋଟ ରାଜ ପରିବାରରୁ ୮ ଜଣ ବିଭିନ୍ନ ଦଳରୁ ବିଧାୟିକା ଓ ବିଧାୟକ ହୋଇଥିବା ତଥ୍ୟ ରହିଛି। ଅନ୍ୟପକ୍ଷରେ ଏହି ପରିବାର ରାଜନୈତିକ କ୍ଷମତା ବାନ୍ଧି ରଖିଛନ୍ତି। ଅନୁଗତ ଓ କର୍ମୀଙ୍କୁ ସୁଯୋଗ ଦେଉନାହାନ୍ତି। ରାଜା ଏମପି ହେଲେ ବିଧାୟିକା ହେଉଛନ୍ତି ରାଣୀ। ସେହିପରି ରାଣୀ ବ୍ଳକ ଅଧ୍ୟକ୍ଷ ହେଲେ ଉପାଧ୍ୟକ୍ଷ ହେଉଛନ୍ତି ରାଜା। ୨୦୨୨ ପଞ୍ଚାୟତ ନିର୍ବାଚନରେ ସେଠାର ରାଜ କୁମାରୀ ହୋଇଛନ୍ତି ଧରାକୋଟ ବ୍ଲକ ଅଧ୍ୟକ୍ଷା। ପରିବାରରେ ପୁରୁଷ ନ ଥିବାରୁ ଅନ୍ୟ ଲୋକଙ୍କୁ କରାଯାଇଛି ଉପାଧ୍ୟକ୍ଷ। ଜିଲାର ଅନ୍ୟ କେଉଁଠି ଏଭଳି ରୋଚକ ରାଜନୀତି ନାହିଁ। ଦେଶ ସ୍ବାଧୀନତା ପରେ ରାଜ ରାଜୁଡ଼ା ଓ ଜମିଦାରି ଶାସନର ଅନ୍ତ ଘଟିଛି। ତଥାପି ବିଭିନ୍ନ ପୂର୍ବ ଗଡ଼ଜାତ ଅଞ୍ଚଳରେ ରାଜ ପରିବାର ପ୍ରତି ଲୋକଙ୍କ ଆନୁଗତ୍ୟ ଏବେ ବି ରହିଛି।
ସୂଚନାଯୋଗ୍ୟ, ୨୦୦୪ ନିର୍ବାଚନ ପର୍ଯ୍ୟନ୍ତ ଧରାକୋଟ ଓ ସୋରଡ଼ା ବ୍ଲକ ଏବଂ ସୋରଡ଼ା ଏନ୍‌ଏସିକୁ ନେଇ ଗଠିତ ହୋଇଥିଲା ସୋରଡ଼ା ନିର୍ବାଚନ ମଣ୍ଡଳୀ। ପ୍ରଥମେ ୧୯୬୭ ନିର୍ବାଚନରେ ଧରାକୋଟ ରାଜା ଅନନ୍ତ ନାରାୟଣ ସିଂହଦେଓ ସ୍ବତନ୍ତ୍ର ପାର୍ଟିରୁ ବିଧାୟକ ହୋଇଥିଲେ। ୧୯୭୧ ନିର୍ବାଚନରେ ମଧ୍ୟ ସେ ସ୍ବତନ୍ତ୍ର ପାର୍ଟିରୁ ଦ୍ୱିତୀୟ ଥର ବିଧାୟକ ହେବା ସହ ତତ୍କାଳୀନ ବିଶ୍ୱନାଥ ଦାସ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପଦ ପାଇଥିଲେ। ଅନନ୍ତ ୧୯୭୭ ନିର୍ବାଚନରେ ଜନତା ପାର୍ଟିରୁ ସୋରଡ଼ା ବିଧାୟକ ହୋଇଥିଲେ। ୧୯୯୦ ନିର୍ବାଚନରେ ରାଣୀ ଶାନ୍ତି ଦେବୀ ସୋରଡ଼ାରୁ ଜନତା ଦଳର ବିଧାୟିକା ହୋଇଥିବା ବେଳେ ରାଜା ଅନନ୍ତ ଆସିକା ଲୋକସଭା କ୍ଷେତ୍ରରୁ ଏମ୍‌ପି ହେଲେ। ପରବର୍ତ୍ତୀ ୧୯୯୫ ନିର୍ବାଚନରେ ଅନନ୍ତ ନାରାୟଣ ଭାଜପାରୁ ସୋରଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ନିର୍ବାଚନ ବେଳେ ବିଜେଡି ସହ ମେଣ୍ଟ ଥିବାରୁ ସେହି ନିର୍ବାଚନ ମଣ୍ଡଳୀରୁ କିଶୋର ଚନ୍ଦ୍ର ସିଂହଦେଓ ବିଧାୟକ ହୋଇଥିଲେ।
୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ସୋରଡ଼ା ଓ ବେଲଗୁଣ୍ଠା ବ୍ଲକ ଏବଂ ଦୁଇଟି ଯାକ ଏନ୍‌ଏସିକୁ ନେଇ ସୋରଡ଼ା ବିଧାନସଭା କ୍ଷେତ୍ର ଗଠନ ହେଲା। ସାନଖେମୁଣ୍ଡି ଓ ଧରାକୋଟ ବ୍ଲକକୁ ନେଇ ହୋଇଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ। ୨୦୦୯ରେ ସାନଖେମୁଣ୍ଡିରୁ ଭାଜପା ବିଧାୟକ ପ୍ରାର୍ଥୀ ଥିଲେ କିଶୋର ଚନ୍ଦ୍ର। ସେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ପରାସ୍ତ ହେଲେ। ୨୦୧୪ ନିର୍ବାଚନ ବେଳେ ଧରାକୋଟ ରାଜ ପରିବାର ଭାଜପା ଛାଡ଼ିଥିଲେ। ତେଣୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହେଲେ। ୨୦୧୯ ନିର୍ବାଚନରେ ମଧ୍ୟ ନନ୍ଦିନୀ ଶଙ୍ଖ ଦଳରୁ ଲଢ଼ି ପରାଜିତ ହୋଇଥିଲେ। ଏବେ ସେ ଦଳର ମହିଳା ସଂଗଠନର ଉପଦେଷ୍ଟା ଅଛନ୍ତି ଏବଂ ଝିଅ ସୁଲକ୍ଷଣାଙ୍କୁ ବିଜେଡି ରାଜନୀତିରେ ପ୍ରବେଶ କରାଇଛନ୍ତି। ସେ ଧରାକୋଟ ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି। ରାଜା ଓ ରାଣୀମାନେ ବିଧାନସଭା ଓ ଲୋସଭାକୁ ନିର୍ବାଚିତ ପରେ ସେହି ସମୟରେ ଧରାକୋଟ ବ୍ଲକରେ କେବଳ ରାଜ ପରିବାର ସଦସ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହୋଇ ଶାସନ କ୍ଷମତା ନିଜ ଅକ୍ତିଆରରେ ରଖିଥିଲେ। ଆଗାମୀ ଦିନରେ ଏହି ପ୍ରଥା ଅବ୍ୟାହତ ରହିବାର ରାଜନୀତି ବିଶ୍ଲେଷକ ଚର୍ଚ୍ଚା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri