ବ୍ରହ୍ମପୁର ଅଫିସ,୩।୭: ରାଜ୍ୟରେ ୧୯୫୧-୫୨ରୁ ୨୦୧୯ ମଧ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ଗଞ୍ଜାମ ଜିଲା ଧରାକୋଟ ରାଜ ପରିବାରରୁ ୮ ଜଣ ବିଭିନ୍ନ ଦଳରୁ ବିଧାୟିକା ଓ ବିଧାୟକ ହୋଇଥିବା ତଥ୍ୟ ରହିଛି। ଅନ୍ୟପକ୍ଷରେ ଏହି ପରିବାର ରାଜନୈତିକ କ୍ଷମତା ବାନ୍ଧି ରଖିଛନ୍ତି। ଅନୁଗତ ଓ କର୍ମୀଙ୍କୁ ସୁଯୋଗ ଦେଉନାହାନ୍ତି। ରାଜା ଏମପି ହେଲେ ବିଧାୟିକା ହେଉଛନ୍ତି ରାଣୀ। ସେହିପରି ରାଣୀ ବ୍ଳକ ଅଧ୍ୟକ୍ଷ ହେଲେ ଉପାଧ୍ୟକ୍ଷ ହେଉଛନ୍ତି ରାଜା। ୨୦୨୨ ପଞ୍ଚାୟତ ନିର୍ବାଚନରେ ସେଠାର ରାଜ କୁମାରୀ ହୋଇଛନ୍ତି ଧରାକୋଟ ବ୍ଲକ ଅଧ୍ୟକ୍ଷା। ପରିବାରରେ ପୁରୁଷ ନ ଥିବାରୁ ଅନ୍ୟ ଲୋକଙ୍କୁ କରାଯାଇଛି ଉପାଧ୍ୟକ୍ଷ। ଜିଲାର ଅନ୍ୟ କେଉଁଠି ଏଭଳି ରୋଚକ ରାଜନୀତି ନାହିଁ। ଦେଶ ସ୍ବାଧୀନତା ପରେ ରାଜ ରାଜୁଡ଼ା ଓ ଜମିଦାରି ଶାସନର ଅନ୍ତ ଘଟିଛି। ତଥାପି ବିଭିନ୍ନ ପୂର୍ବ ଗଡ଼ଜାତ ଅଞ୍ଚଳରେ ରାଜ ପରିବାର ପ୍ରତି ଲୋକଙ୍କ ଆନୁଗତ୍ୟ ଏବେ ବି ରହିଛି।
ସୂଚନାଯୋଗ୍ୟ, ୨୦୦୪ ନିର୍ବାଚନ ପର୍ଯ୍ୟନ୍ତ ଧରାକୋଟ ଓ ସୋରଡ଼ା ବ୍ଲକ ଏବଂ ସୋରଡ଼ା ଏନ୍ଏସିକୁ ନେଇ ଗଠିତ ହୋଇଥିଲା ସୋରଡ଼ା ନିର୍ବାଚନ ମଣ୍ଡଳୀ। ପ୍ରଥମେ ୧୯୬୭ ନିର୍ବାଚନରେ ଧରାକୋଟ ରାଜା ଅନନ୍ତ ନାରାୟଣ ସିଂହଦେଓ ସ୍ବତନ୍ତ୍ର ପାର୍ଟିରୁ ବିଧାୟକ ହୋଇଥିଲେ। ୧୯୭୧ ନିର୍ବାଚନରେ ମଧ୍ୟ ସେ ସ୍ବତନ୍ତ୍ର ପାର୍ଟିରୁ ଦ୍ୱିତୀୟ ଥର ବିଧାୟକ ହେବା ସହ ତତ୍କାଳୀନ ବିଶ୍ୱନାଥ ଦାସ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପଦ ପାଇଥିଲେ। ଅନନ୍ତ ୧୯୭୭ ନିର୍ବାଚନରେ ଜନତା ପାର୍ଟିରୁ ସୋରଡ଼ା ବିଧାୟକ ହୋଇଥିଲେ। ୧୯୯୦ ନିର୍ବାଚନରେ ରାଣୀ ଶାନ୍ତି ଦେବୀ ସୋରଡ଼ାରୁ ଜନତା ଦଳର ବିଧାୟିକା ହୋଇଥିବା ବେଳେ ରାଜା ଅନନ୍ତ ଆସିକା ଲୋକସଭା କ୍ଷେତ୍ରରୁ ଏମ୍ପି ହେଲେ। ପରବର୍ତ୍ତୀ ୧୯୯୫ ନିର୍ବାଚନରେ ଅନନ୍ତ ନାରାୟଣ ଭାଜପାରୁ ସୋରଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ନିର୍ବାଚନ ବେଳେ ବିଜେଡି ସହ ମେଣ୍ଟ ଥିବାରୁ ସେହି ନିର୍ବାଚନ ମଣ୍ଡଳୀରୁ କିଶୋର ଚନ୍ଦ୍ର ସିଂହଦେଓ ବିଧାୟକ ହୋଇଥିଲେ।
୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ସୋରଡ଼ା ଓ ବେଲଗୁଣ୍ଠା ବ୍ଲକ ଏବଂ ଦୁଇଟି ଯାକ ଏନ୍ଏସିକୁ ନେଇ ସୋରଡ଼ା ବିଧାନସଭା କ୍ଷେତ୍ର ଗଠନ ହେଲା। ସାନଖେମୁଣ୍ଡି ଓ ଧରାକୋଟ ବ୍ଲକକୁ ନେଇ ହୋଇଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ। ୨୦୦୯ରେ ସାନଖେମୁଣ୍ଡିରୁ ଭାଜପା ବିଧାୟକ ପ୍ରାର୍ଥୀ ଥିଲେ କିଶୋର ଚନ୍ଦ୍ର। ସେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ପରାସ୍ତ ହେଲେ। ୨୦୧୪ ନିର୍ବାଚନ ବେଳେ ଧରାକୋଟ ରାଜ ପରିବାର ଭାଜପା ଛାଡ଼ିଥିଲେ। ତେଣୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହେଲେ। ୨୦୧୯ ନିର୍ବାଚନରେ ମଧ୍ୟ ନନ୍ଦିନୀ ଶଙ୍ଖ ଦଳରୁ ଲଢ଼ି ପରାଜିତ ହୋଇଥିଲେ। ଏବେ ସେ ଦଳର ମହିଳା ସଂଗଠନର ଉପଦେଷ୍ଟା ଅଛନ୍ତି ଏବଂ ଝିଅ ସୁଲକ୍ଷଣାଙ୍କୁ ବିଜେଡି ରାଜନୀତିରେ ପ୍ରବେଶ କରାଇଛନ୍ତି। ସେ ଧରାକୋଟ ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି। ରାଜା ଓ ରାଣୀମାନେ ବିଧାନସଭା ଓ ଲୋସଭାକୁ ନିର୍ବାଚିତ ପରେ ସେହି ସମୟରେ ଧରାକୋଟ ବ୍ଲକରେ କେବଳ ରାଜ ପରିବାର ସଦସ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହୋଇ ଶାସନ କ୍ଷମତା ନିଜ ଅକ୍ତିଆରରେ ରଖିଥିଲେ। ଆଗାମୀ ଦିନରେ ଏହି ପ୍ରଥା ଅବ୍ୟାହତ ରହିବାର ରାଜନୀତି ବିଶ୍ଲେଷକ ଚର୍ଚ୍ଚା କରୁଛନ୍ତି।
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
‘ଶିକ୍ଷା ସଚେତନତା ରଥ’ ଉଦ୍ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…
ଚାଲିଛି ଆଇପିଏଲ ସିଜନ୍: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ
ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…
ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା
ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…
ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫
ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…
Archives

