Categories: ଫୁରସତ

ଅଜବ ମ୍ୟୁଜିୟମ୍‌ : ଯେଉଁଠି ସଂରକ୍ଷିତ ରହିଛି ଶୌଚାଳୟ ସାମଗ୍ରୀ

ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ। ମାତ୍ର ଭାରତରେ ଏମିତି ମ୍ୟୁଜିୟମ ଅଛି, ଯେଉଁଠି ଅଜବ ସାମଗ୍ରୀ ରଖାଯାଇଛି; ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଦିଲ୍ଲୀରେ ଏପରି ଏକ ମ୍ୟୁଜିୟମ ଅଛି, ଯାହାର ନାଁ ଇଣ୍ଟର୍‌ନ୍ୟାଶନାଲ ଶୌଚାଳୟ ମ୍ୟୁଜିୟମ୍‌। ଏଠାରେ ବିଭିନ୍ନ ପ୍ରକାର ଶୌଚାଳୟ ସାମଗ୍ରୀ ରଖାଯାଇଛି। ଏହି ମ୍ୟୁଜିୟମ୍‌ରେ ୨୫୦୦ ଖ୍ରୀଷ୍ଟପୂର୍ବ ରୋମ୍‌ ସାମ୍ରାଜ୍ୟ ଦ୍ୱାରା ବ୍ୟବହାର କରାଯାଉଥିବା ସୁନା ଏବଂ ରୁପାରେ ତିଆରି ଶୌଚାଳୟ ସାମଗ୍ରୀ ସଂରକ୍ଷିତ ରଖାଯାଇଛି। ସେହିପରି ଆଉ ଏକ ଅଜବ ମ୍ୟୁଜିୟମ୍‌ ରହିଛି, ଯେଉଁଠି କେବଳ ବାସନକୁସନ ସଂରକ୍ଷିତ ରଖାଯାଇଛି। ଏଠାରେ ୪ ହଜାରରୁ ଅଧିକ ବାସନ ରହିଛି। ଯାହା ହଜାରେ ବର୍ଷ ତଳର ପୁରୁଣା। ଏହି ମ୍ୟୁଜିୟମ୍‌ରେ ପ୍ରତ୍ୟେକ ଧାତୁରେ ନିର୍ମିତ ବାସନ ରହିଛି। ଏହା ଭାରତୀୟ ସଂସ୍କୃତି କଳାର ମ୍ୟୁଜିୟମ୍‌।

Share