Posted inଖେଳ

ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌-ବୋଲର୍‌ଙ୍କ ମଧ୍ୟରେ ରୋଚକ ମୁହୂର୍ତ୍ତ : ଦେଖନ୍ତୁ ଭିଡିଓ

ଲାହୋର,୨୫।୩:ପୂର୍ବ ତୁଳନାରେ ଆଜିକାଲି କ୍ରିକେଟ୍‌ ଏକ ଭଦ୍ରଲୋକଙ୍କ ଖେଳ ଭାବରେ ଉଭା ହେଉଛି। ଅତୀତରେ, ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହିତ କ୍ରିକେଟ ପଡ଼ିଆରେ ପରସ୍ପରକୁ ସ୍ଲେଜ କରିବା ଦେଖାଯାଉଥିଲା। ଉଭୟ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ସେଜିଂ ପାଇଁ ଜଣାଶୁଣା। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲାହୋରରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ସମୟରେ ପଡିଆରେ ଡେଭିଡ ୱାର୍ଣ୍ଣର ଏବଂ ପାକିସ୍ତାନର ଶାହିନ ଆଫ୍ରିଦିଙ୍କ ମଧ୍ୟରେ ସାମାନ୍ୟ ବିବାଦ ଦେଖାଦେଇଥିଲା। ଭାଇରାଲ ହେଉଥିବା ଭିଡିଓରେ ଶାହିନ ଆଫ୍ରିଦି ବୋଲିଂ କରିବା ପରେ ଡେଭିଡ ୱାର୍ଣ୍ଣରଙ୍କ ନିକଟକୁ ଆସୁଥିବାର ଦେଖାଯାଇଛି। ପରେ ଉଭୟ ଖେଳାଳି ପରସ୍ପରକୁ ଚାହିଁ ହସୁଥିବା ଦେଖାଯାଏ। ଉଭୟଙ୍କ ଏଭଳି ଅନ୍ଦାଜ୍‌କୁ ଦେଖି ସୋସିଆଲ ମିଡିଆରେ ମେମ୍‌ ପ୍ରସ୍ତୁତ ହେଉଛି। ଉଭୟ ଆଶିକି ଫିଲ୍ମ ପୋଷ୍ଟରେ ରଖି ଲୋକ ମେମ ପ୍ରସ୍ତୁତ କରୁଛନ୍ତି।
ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନର ଶେଷ ଓଭରରେ ଏହି ଘଟଣା ଘଟିଥିଲା। ୱାର୍ଣ୍ଣର ଏବଂ ଆଫ୍ରିଦିଙ୍କ ମଧ୍ୟରେ ଦେଖାଯାଇଥିବା ଷ୍ଟାଣ୍ଡଅଫ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସର ତୃତୀୟ ଓଭରରେ ଘଟିଥିଲା। ଏହା ଦିନର ଶେଷ ବଲ ଥିଲା। ଶେଷ ଓଭର ଶାହିନଙ୍କୁ ଦିଆଯାଇଥିଲା। ୱାର୍ଣ୍ଣର ଓଭରର ଶେଷ ବଲରେ ଡିଫେଣ୍ଡ କରିଥିଲେ। ଯାହା ପରେ ଶାହିନ ୱାର୍ଣ୍ଣର ଆଡକୁ ଦ୍ରୁତ ଗତିରେ ଦୌଡୁଥିଲେ। ୱାର୍ଣ୍ଣର ମଧ୍ୟ ଟିକେ ଆଗକୁ ବଢିଥିବାର ଦେଖାଯାଇଥିଲା। ଯାହା ପରେ ଦୁହେଁ ପରସ୍ପରକୁ ଅନାଇଥିବାର ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri