ରୋଚକ ହେଉଛି କନ୍ଧମାଳ ରାଜନୀତି

ଫୁଲବାଣୀ, ୫ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲାର ୩ ନିର୍ବାଚନ ମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥି ଘୋଷଣା କରିଛନ୍ତି। କେବଳ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ଦେଇନାହିଁ ା ଯେଉଁମାନଙ୍କୁ ଦଳ ପ୍ରାର୍ଥି କରିଛି ତାହାକୁ ନେଇ ଏବେ ସିବୁଠି ଅସନ୍ତୋଷ ସ୍ବର ା ଦିନକୁ ଦିନ ରୋଚକ ହେଉଛି କନ୍ଧମାଳ ରାଜନୀତି ା ପ୍ରତ୍ୟେକ ଦଳରେ ପ୍ରାର୍ଥିତ୍ୱକୁ ନେଇ ଏବେ ବିଦ୍ରୋହ ଆରମ୍ଭ ହୋଇଛି ା
ଫୁଲବାଣୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଛନ୍ତି ା ସେ ଚଳିତ ନିର୍ବାଚନରେ ତାଙ୍କ ଭଉଣୀ ଅନୀମା କହଁର ଯିଏ କି ଏବେ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅଛନ୍ତି, ତାଙ୍କୁ ବିଧାୟିକା ପ୍ରାର୍ଥୀ କରିବାକୁ ଆବେଦନ କରିଥିଲେ। ହେଲେ ଦଳ ତାଙ୍କ କଥାକୁ ଗୁରୁତ୍ୱ ଦେଲାନାହିଁ ା ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କଲା ା ଗୁରୁବାର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଅନ୍ୟ ସମର୍ଥକଙ୍କ ସହ ମିଶି ସହରରେ ପଦ୍ମନାଭ ଏବଂ ବିଧାୟିକା ପ୍ରାର୍ଥି ଜୟଶ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି। ପଦ୍ମନାଭ ହଟାଅ, କନ୍ଧମାଳ ବଞ୍ଚାଅ। ଜୟଶ୍ରୀଙ୍କୁ ହଟାଇ ଉଚିତ ପ୍ରାର୍ଥୀ ଚୟନ କରିବାକୁ ନାରାବାଜି କରିଛନ୍ତି। ଆବଶ୍ୟକ ପଡିଲେ ଦେବେନ୍ଦ୍ର ସ୍ବାଧୀନପ୍ରାର୍ଥି ଭାବେ ଲଢ଼ିବେ ବୋଲି ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି। ସେହିପରି ଭାଜପା ଉମା ଚରଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଆଶାୟୀ ଥିବା ଅନ୍ୟ ପ୍ରାର୍ଥୀମାନେ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି ା ହୁଏତ ସେମାନେ ଦଳ ଛାଡିବେ, ନ ଚେତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ା କଂଗ୍ରେସରେ ଫୁଲବାଣୀରେ ଯଦିଓ କିଛି ସ୍ବର ଉଠିନାହିଁ, ଭିତରେ କନ୍ଦଳ ଥିବା ପରିଲକ୍ଷିତ ହେଉଛି ା
ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ସାଲୁଗା ପ୍ରଧାନଙ୍କୁ ପ୍ରଥମରୁ ପ୍ରାର୍ଥୀ କରିଛି ା ଭାଜପା ଏବଂ କଂଗ୍ରେସ ଗୋଟିଏ ଦିନରେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି ା କଂଗ୍ରେସ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ା ସେଠାରେ ଥିବା ୨୦୦ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ବିରୋଧ କରିବା ସହ ପ୍ରାର୍ଥୀ ବଦଳାଇବାକୁ ଚେତାବନୀ ଦେଇଛନ୍ତି ା
ସେହିପରି ବାଲିଗୁଡାରେ ଭାଜପା କଳ୍ପନା କୁମାରୀ କହଁରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ା ସୁରଦାଙ୍କୁ ନେଇ ମଧ୍ୟ କିଛି ସ୍ଥାନରେ ବିରୋଧର ସ୍ବର ଉଠିଛି ା ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ସଂଗଠନ କର୍ମକର୍ତା ସୁରଦା ଆଦିବାସୀ ନୁହଁ‘ି ବୋଲି ଉପ ଜିଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଧାୟକ ଥିବା ଚକ୍ରମଣୀ କହଁରଙ୍କୁ ଦଳ ପ୍ରାର୍ଥି କଲେ ବିଦ୍ରୋହ ଜୋରଦାର ହେବ ବୋଳି କିଛି ଦଳୀୟ ନେତାଙ୍କ ପାଖରୁ ଖବର ମିଳିଛି। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମଧ୍ୟ ଅନୁରୁପ ଅବସ୍ଥା ା ବିଜେଡି ଅଚ୍ୟୁତ୍‌ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଅମୀର ଚାନ୍ଦ ନାୟକ, ଭାଜପା ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ା ବିଜେଡିରେ ସେପରି କିଛି କନ୍ଦଳ ଦେଖା ଦେଇ ନ ଥିବା ବେଳେ ଅନ୍ୟ ଦୁଇ ଦଳ ମଧ୍ୟରେ ଛକାପଞ୍ଚା ଲାଗିଛି ା ଭାଜପା ପ୍ରାର୍ଥୀ ସୁକାନ୍ତଙ୍କୁ ହଟାଇ ଜିଲାର କାହାକୁ ବି ହେଲେ ପ୍ରାର୍ଥୀ ଦଳୀୟ ନେତା ଦାବି କରି ଆସୁଛନ୍ତି ା ଆଜି ଯାଏ ଏହି ଘଟଣାର ସମାଧାନ ହୋଇନାହିଁ। ସେହିପରି କଂଗ୍ରେସରେ ଅମୀର ଚାନ୍ଦ ନାୟକଙ୍କୁ ଏମ୍‌ପି ପ୍ରାର୍ଥୀ ଘୋଷଣା କରାଯାଇଛି। ଅନ୍ୟ ଆଶାୟୀ ଥିବା ପ୍ରାର୍ଥିଙ୍କୁ ନିରାଶ ହେବାକୁ ପଡ଼ିଛି ା ଫଳରେ ଦଳୀୟ କନ୍ଦଳ ଏକ ପ୍ରକାର ସ୍ପଷ୍ଟ ହୋଇଛି ା କଂଗ୍ରେସ ଏକ ହୋଇ ଲଢ଼ିବାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri