ବଢୁଛି ସେଲ୍‌ଫି ପଏଣ୍ଟ ପ୍ରତି ଆଗ୍ରହ, ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ହୋଇଛି…

ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ ଓ ପ୍ରଶାସନ।

ପ୍ରକାଶ ଯେ, ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଜିଲା ପ୍ରଶାସନର ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ, ବାକିଗୁଡ଼ା ଆଇଟିଡିଏ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରଦାର ପର୍ଯ୍ୟଟନର ଉନ୍ନତି ଓ ରୂପାନ୍ତର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ ରହିଥିବାରୁ ଦାରିଙ୍ଗବାଡ଼ିକୁ ବୁଲିଆସୁଥିବା ପର୍ଯ୍ୟଟକ ଫଟୋ ଉତ୍ତୋଳନ ପାଇଁ ସୁଯୋଗ ହାଡ଼ଛଡ଼ା କରନ୍ତି ନାହିଁ। ସମସ୍ତେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତି। ଏହାର ଫାଇଦା ନେବା ସହ ଦାରିଙ୍ଗବାଡ଼ିର ଅଧିକ ପ୍ରଚାର ପ୍ରସାର ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରି ଧୀରେନ ସେଠୀ ମିଳିତ ଯୋଜନା କରି ଡୁଲୁରୀ ପାଇନବଣ ଯେଉଁଠିକି ପର୍ଯ୍ୟଟନ ଋତୁରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ସେଠାରେ ‘ଆଇ ଲଭ ଦାରିଙ୍ଗବାଡ଼ି’ ଉଲ୍ଲେଖ ଥିବା ଏକ ସେଲ୍ଫି ପଏଣ୍ଟ କରାଯାଇଛି। ଯେଉଁଠି ସାଙ୍ଗସାଥୀ, ପରିବାର ବସିକି ସେଲ୍ଫି ନେଇପାରିବେ ସେହି ବ୍ୟବସ୍ଥା ସହ ସେଲ୍ଫି ପଛରେ ଥିବା ପାଇନବଣ ସମେତ ‘ଆଇ ଲଭ ଦାରିଙ୍ଗବାଡ଼ି’ର ଫଟୋ ଉତ୍ତୋଳନ ହୋଇପାରିବ ସେହିଭଳି ଲୋକେସନରେ ବ୍ୟବସ୍ଥା କରାଯାଇଥିବା ବିଡିଓ ରଥ କହିଛନ୍ତି। ସେ ଆଶା ରଖିଛନ୍ତି ଏଭଳି ନୂଆ ପ୍ରୟାସ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri