ବଢୁଛି ଭାରତୀୟଙ୍କ ଖର୍ଚ୍ଚ ଆଗ୍ରହ

ନୂଆଦିଲ୍ଲୀ,୨୫।୭:  ୨୦୨୦ କୋଭିଡ୍‌ ସଂକ୍ରମଣଠାରୁ ଭାରତୀୟଙ୍କ ମଧ୍ୟରେ ରହିଥିବା ଆଶଙ୍କାକୁ ନେଇ ଡୋଲୋଏଟ୍‌ ପକ୍ଷରୁ ଶନିବାର କରାଯାଇଥିବା ସର୍ଭେ ‘ଗ୍ଲୋବାଲ ଷ୍ଟେଟ୍‌ ଅଫ୍‌ କଞ୍ଜ୍ୟୁମର ଟ୍ରାକର’ର ରିପୋର୍ଟ ଜାରି କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ବଢୁଛି ଭାରତୀୟଙ୍କ ଖର୍ଚ୍ଚ ଆଗ୍ରହ ସହ ଅନ୍ୟାନ୍ୟ ସୁବିଧାସୁଯୋଗ। କୋଭିଡ୍‌ର ପ୍ରଥମ ଲହର ଯୋଗୁ ମାନ୍ଦା ପଡ଼ିଯାଇଥିବା ଭାରତୀୟ ଦ୍ୱିତୀୟ ଲହରରେ କିପରି ଆର୍ଥିକ ଗତିବିଧି ଓ ଅନ୍ୟନ୍ୟା କାର୍ଯ୍ୟ କରୁଛନ୍ତି ସେସବୁ ବିଷୟକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିବା ଜଣାପଡ଼ିଛି। ସର୍ଭେ ସମୟରେ ଆଗାମୀ ଉତ୍ସବ ଓ ପାର୍ବଣକୁ କିପରି ପାଳନ କରାଯିବ ଯେପରି ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥ, ଦଶହରା ଓ କାଳୀପୂଜା ସମେତ ବିଭାଘର ଆଦିରେ ଲୋକମାନେ କିପରି କିଣାକିଣି ଓ ଖର୍ଚ୍ଚ କରିବେ ସେ ନେଇ ମଧ୍ୟ ତଥ୍ୟ ଓ ଲୋକଙ୍କର ମାନସିକତାକୁ ବିଚାରକୁ ନିଆଯାଇଥିଲା। ଏଥିରେ ଅନେକ ଭାରତୀୟ ପରିବାର ବୁଝିବିଚାରି ଖର୍ଚ୍ଚ କରିବେ ବୋଲି ସର୍ଭେରୁ ଜଣାପଡ଼ିଛି। ତେବେ ଲୋକେ ଏଥିରେ ସେମାନଙ୍କ ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିବା ଜଣାପଡ଼ିଥିବା ବେଳେ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ବୋଲି ସୂଚନା ମିଳୁଛି।
ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ୬୧% ଉପଭୋକ୍ତା ହାଟକୁ ଯାଇ କିଣାକିଣି ଲାଗି ଆଗ୍ରହୀ ଅଛନ୍ତି। ହେଲେ କରୋନା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଏହି ସମୟରେ ଲୋକେ ସ୍ଥାନୀୟ ଦୋକାନରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିଲେ। କୋଭିଡ୍‌ ଟିକାକରଣଠାରୁ ସେମାନେ ଦୂର ଓ ଖୋଲାସ୍ଥାନରୁ ପୂର୍ବଭଳି କିଣାକିଣି କରିବାକୁ ଚାହୁଁଥିବାର ସର୍ଭେରୁ ଜଣାପଡ଼ିଛି। ସେହିପରି ୫୧% ଲୋକ ବିଭିନ୍ନ ଆୟୋଜନରେ ସାମିଲହେବାକୁ ଉତ୍ସାହିଥିବାର ସୂଚନା ରହିଛି। ଦୀର୍ଘ ଦିନ ହେବ ଘରେ ରହି ରହି ପର୍ବପର୍ବାଣି, ବିବାହ ବ୍ରତରେ ସାମିଲ ହୋଇପାରି ନ ଥିବା ଲୋକେ ବର୍ତ୍ତମାନ ସାମାଜିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ଭାଗନେବାକୁ ଆଗ୍ରହୀ ଥିବା ଜଣାପଡିଛି। ଦେଶରେ କରୋନା ସଂକ୍ରମଣ ହ୍ରାସ ହୋଇ ଚାଲିଥିବା ବେଳେ ଟିକାକରଣ ମଧ୍ୟ ବଢ଼ିବଢ଼ି ଚାଲିଛି। ଫଳରେ ମହାମାରୀକୁ ନେଇ ଲୋକଙ୍କ ମନରୁ କିଛି ମାତ୍ରାରେ ମାନସିକ ଅଶାନ୍ତି ମଧ୍ୟ ହ୍ରାସ ପାଇଛି। ମେ ମାସରେ ୪୫ % ଲୋକଙ୍କ ମଧ୍ୟରେ ଅଶାନ୍ତି ଓ ମାନସିକ ଚିନ୍ତାରେ କଟୁଥିବା ବେଳେ ବର୍ତ୍ତମାନ ତାହା ୩୯% କୁ ହ୍ରାସ ହୋଇଛି। ତେବେ ୭୯% ଭାରତୀୟ ନିଜ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଥିବାବେଳେ ୮୫% ଲୋକ ପାରିବାରିକ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିଥିବା ଜଣାପଡ଼ିଛି। ଏହି ସର୍ବେକ୍ଷଣରେ ୨୦% ଭାରତୀୟ ଉପଭୋକ୍ତା ପୁଣି କାର୍ଯ୍ୟସ୍ଥଳକୁ ଫେରିବା ନେଇ ଚିନ୍ତିତ ଥିବା ବେଳେ ୬୫% ବୃତ୍ତି ହରାଇବା ଆଶଙ୍କାରେ ଦିନ କାଟୁଥିବା ଜଣାପଡ଼ିଛି। ଏସବୁ ସତ୍ତ୍ୱେ ୩୫ବର୍ଷରୁ ଅଧିକ ଆୟୁବର୍ଗରେ ଲୋକେ ଆଗାମୀ ୩ ମାସରେ ଛୁଟିରେ ଯିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri