ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ ରଞ୍ଜନ ପାତ୍ରଙ୍କୁ ତୁମୁସିଙ୍ଗା ଥାନାଧିକାରୀ ଏବଂ ଯୋରନ୍ଦା ଫାଣ୍ଡିର ଏସ୍‌ଆଇ ଅନାଦି ଚରଣ ପଟ୍ଟାୟତଙ୍କୁ ମହାବିରୋଡ ଥାନାଧିକାରୀ ଭାବେ ବଦଳି କରାଯାଇଛି।
ଏସ୍‌ଆଇ ସ୍ତରରେ ପଣ୍ଡୁଆ ଫାଣ୍ଡିର ବିନ୍ଦୁଲତା ନାୟକଙ୍କ ଗୋବିନ୍ଦପୁର ଫାଣ୍ଡିକୁ ବଦଳି ହୋଇଛି। ସେହିପରି ସମରେନ୍ଦ୍ର ସାମଲଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ପଣ୍ଡୁଆ ଫାଣ୍ଡି, ବବିତା ଦେହୁରୀଙ୍କ ଗୋବିନ୍ଦପୁର ଫାଣ୍ଡିରୁ ଟାଉନ ଥାନା, ସୌଦାମିନୀ ସେଠୀଙ୍କ ଟାଉନ ଥାନାରୁ ଜିଲା ପୋଲିସ କାର୍ଯ୍ୟାଳୟ, ଚନ୍ଦ୍ରକାନ୍ତ ସେଠୀଙ୍କ ସଦର ଥାନାରୁ ଭାପୁର ଫାଣ୍ଡି, ପ୍ରତାପ ଚନ୍ଦ୍ର ଦଳେଇଙ୍କ ଭାପୁର ଫାଣ୍ଡିରୁ ରାସୋଳ ଥାନା, ତସଓ୍ବର ଅଲ୍ଲି ଖାନ୍‌ଙ୍କ ରାସୋଳ ଥାନାରୁ କଣ୍ଟାବଣିଆ ଥାନା, ସସ୍ମିତା ପାଲଙ୍କ କଣ୍ଟାବଣିଆ ଥାନାରୁ ସଦର ଥାନା, କୁମୁଦ ଚନ୍ଦ୍ର ବିଶ୍ୱାଳଙ୍କ ରିଜର୍ଭ ଲାଇନ୍‌ରୁ ସଦର ଥାନା, ସବିତା ନାୟକଙ୍କ ସଦର ଥାନାରୁ ମୋଟଙ୍ଗା ଥାନାକୁ ବଦଳି ହୋଇଛି। ସେହିପରି ବିଜନ ସେଠୀଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ଭୁବନ ଥାନା, ରଞ୍ଜିତ ପ୍ରଧାନଙ୍କ ବାଲିମୀ ଥାନାରୁ ପରଜଙ୍ଗ ଥାନା, ଶକ୍ତି ପ୍ରସାଦ ସାହୁଙ୍କ ପରଜଙ୍ଗ ଥାନାରୁ ଦଦରାଘାଟି ଫାଣ୍ଡି, ଘନିଷ୍ଠ କୁମାର ମହାନ୍ତଙ୍କ ମୋଟଙ୍ଗା ଥାନାରୁ ଟାଉନ ଥାନା, ସୌମ୍ୟରଞ୍ଜନ ମହାନ୍ତିଙ୍କ ତୁମୁସିଙ୍ଗା ଥାନାରୁ କାମାକ୍ଷାନଗର ଥାନା, ପଙ୍କଜ ମାଝିଙ୍କ ଟାଉନ ଥାନାରୁ କଙ୍କଡ଼ାହାଡ଼ ଥାନା, ବିଷ୍ଣୁପ୍ରିୟା ରଣାଙ୍କ କଙ୍କଡ଼ାହାଡ଼ ଥାନାରୁ ଭୁବନ ଥାନା, ଅନୁରାଗ ମଲ୍ଲିକଙ୍କ ଭୁବନ ଥାନାରୁ ବାଲିମୀ ଥାନା, ମୀନକେତନ ପ୍ରଧାନଙ୍କ ରିଜର୍ଭ ଲାଇନ୍‌ରୁ ଭୁବନ ଥାନା, ଅଶୋକ କୁମାର ଦେହୁରୀଙ୍କ ରିଜର୍ଭ ଲାଇନ୍‌ରୁ ମୋଟଙ୍ଗା ଥାନାକୁ ବଦଳି ହୋଇଛି। ଦିଲୀପ ଗଡ଼ନାୟକଙ୍କ ରିଜର୍ଭ ଲାଇନ୍‌ରୁ ଯୋରନ୍ଦା ଫାଣ୍ଡି, ମାଧବ ଚନ୍ଦ୍ର ନାଏକଙ୍କ ଟ୍ରାଫିକ୍‌ ଫାଣ୍ଡିରୁ ତରଭା ବିଟ୍‌ ହାଉସ୍‌, ଦିଲୀପ ପଟ୍ଟନାୟକଙ୍କ ରିଜର୍ଭ ଲାଇନ୍‌ରୁ ନିହଲପ୍ରସାଦ ଥାନାକୁ ବଦଳି ହୋଇଛି।
ସେହିପରି ଏଏସ୍‌ଆଇ ରୀତା ସେଠୀଙ୍କ ମୋଟଙ୍ଗା ଥାନାରୁ କଙ୍କଡ଼ାହାଡ଼ ଥାନା, ଜୟଲକ୍ଷ୍ମୀ ଗଡ଼ନାୟକଙ୍କ ଭୁବନ ଥାନାରୁ ବାଲିମୀ ଥାନା, ସଂଯୁକ୍ତା ନାୟକଙ୍କ କାମାକ୍ଷାନଗର କୋର୍ଟରୁ ଜିଲା ପୋଲିସ କାର୍ଯ୍ୟାଳୟ, ଦେବେନ୍ଦ୍ର କୁମାର ପାଣିଙ୍କ କାମାକ୍ଷାନଗର ଥାନାରୁ କାମାକ୍ଷାନଗର କୋର୍ଟ, ଜ୍ୟୋତିର୍ମୟୀ ସିଂଙ୍କ ଭାପୁର ଫାଣ୍ଡିରୁ ଭୁବନ ଥାନା, ରଞ୍ଜନ କୁମାର ପିଙ୍ଗୁଆଙ୍କ ସାଆନ୍ଦା ଫାଣ୍ଡିରୁ ଭାପୁର ଫାଣ୍ଡି, ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ହିନ୍ଦୋଳ ଥାନା, ପ୍ରଭାତ କୁମାର ରାଉତଙ୍କ ଭୁବନ ଥାନାରୁ ଟ୍ରାଫିକ୍‌ ଫାଣ୍ଡି, ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଗୋବିନ୍ଦ ଚନ୍ଦ୍ର ରାଉଳଙ୍କ ରିଜର୍ଭ ଲାଇନ୍‌ରୁ ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ, ଅନିଲ କୁମାର ସିଂଙ୍କ ରିଜର୍ଭ ଲାଇନ୍‌ରୁ କାମାକ୍ଷାନଗର ଥାନା, ସଞ୍ଜୟ ସାହୁଙ୍କ ରିଜର୍ଭ ଲାଇନ୍‌ରୁ ଜିଲା ପୋଲିସ କାର୍ଯ୍ୟାଳୟ, ଦିବାକର ବେହେରାଙ୍କ ରିଜର୍ଭ ଲାଇନ୍‌ରୁ ନିହଲପ୍ରସାଦ ଥାନା ଏବଂ ଏଏସ୍‌ଆଇ ଜୋଶେଫ୍‌ ପଟ୍ଟନାୟକଙ୍କ ରିଜର୍ଭ ଲାଇନ୍‌ରୁ ସାଆନ୍ଦା ଫାଣ୍ଡିକୁ ବଦଳି ହୋଇଥିବା ଜିଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri