ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ ରଞ୍ଜନ ପାତ୍ରଙ୍କୁ ତୁମୁସିଙ୍ଗା ଥାନାଧିକାରୀ ଏବଂ ଯୋରନ୍ଦା ଫାଣ୍ଡିର ଏସ୍‌ଆଇ ଅନାଦି ଚରଣ ପଟ୍ଟାୟତଙ୍କୁ ମହାବିରୋଡ ଥାନାଧିକାରୀ ଭାବେ ବଦଳି କରାଯାଇଛି।
ଏସ୍‌ଆଇ ସ୍ତରରେ ପଣ୍ଡୁଆ ଫାଣ୍ଡିର ବିନ୍ଦୁଲତା ନାୟକଙ୍କ ଗୋବିନ୍ଦପୁର ଫାଣ୍ଡିକୁ ବଦଳି ହୋଇଛି। ସେହିପରି ସମରେନ୍ଦ୍ର ସାମଲଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ପଣ୍ଡୁଆ ଫାଣ୍ଡି, ବବିତା ଦେହୁରୀଙ୍କ ଗୋବିନ୍ଦପୁର ଫାଣ୍ଡିରୁ ଟାଉନ ଥାନା, ସୌଦାମିନୀ ସେଠୀଙ୍କ ଟାଉନ ଥାନାରୁ ଜିଲା ପୋଲିସ କାର୍ଯ୍ୟାଳୟ, ଚନ୍ଦ୍ରକାନ୍ତ ସେଠୀଙ୍କ ସଦର ଥାନାରୁ ଭାପୁର ଫାଣ୍ଡି, ପ୍ରତାପ ଚନ୍ଦ୍ର ଦଳେଇଙ୍କ ଭାପୁର ଫାଣ୍ଡିରୁ ରାସୋଳ ଥାନା, ତସଓ୍ବର ଅଲ୍ଲି ଖାନ୍‌ଙ୍କ ରାସୋଳ ଥାନାରୁ କଣ୍ଟାବଣିଆ ଥାନା, ସସ୍ମିତା ପାଲଙ୍କ କଣ୍ଟାବଣିଆ ଥାନାରୁ ସଦର ଥାନା, କୁମୁଦ ଚନ୍ଦ୍ର ବିଶ୍ୱାଳଙ୍କ ରିଜର୍ଭ ଲାଇନ୍‌ରୁ ସଦର ଥାନା, ସବିତା ନାୟକଙ୍କ ସଦର ଥାନାରୁ ମୋଟଙ୍ଗା ଥାନାକୁ ବଦଳି ହୋଇଛି। ସେହିପରି ବିଜନ ସେଠୀଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ଭୁବନ ଥାନା, ରଞ୍ଜିତ ପ୍ରଧାନଙ୍କ ବାଲିମୀ ଥାନାରୁ ପରଜଙ୍ଗ ଥାନା, ଶକ୍ତି ପ୍ରସାଦ ସାହୁଙ୍କ ପରଜଙ୍ଗ ଥାନାରୁ ଦଦରାଘାଟି ଫାଣ୍ଡି, ଘନିଷ୍ଠ କୁମାର ମହାନ୍ତଙ୍କ ମୋଟଙ୍ଗା ଥାନାରୁ ଟାଉନ ଥାନା, ସୌମ୍ୟରଞ୍ଜନ ମହାନ୍ତିଙ୍କ ତୁମୁସିଙ୍ଗା ଥାନାରୁ କାମାକ୍ଷାନଗର ଥାନା, ପଙ୍କଜ ମାଝିଙ୍କ ଟାଉନ ଥାନାରୁ କଙ୍କଡ଼ାହାଡ଼ ଥାନା, ବିଷ୍ଣୁପ୍ରିୟା ରଣାଙ୍କ କଙ୍କଡ଼ାହାଡ଼ ଥାନାରୁ ଭୁବନ ଥାନା, ଅନୁରାଗ ମଲ୍ଲିକଙ୍କ ଭୁବନ ଥାନାରୁ ବାଲିମୀ ଥାନା, ମୀନକେତନ ପ୍ରଧାନଙ୍କ ରିଜର୍ଭ ଲାଇନ୍‌ରୁ ଭୁବନ ଥାନା, ଅଶୋକ କୁମାର ଦେହୁରୀଙ୍କ ରିଜର୍ଭ ଲାଇନ୍‌ରୁ ମୋଟଙ୍ଗା ଥାନାକୁ ବଦଳି ହୋଇଛି। ଦିଲୀପ ଗଡ଼ନାୟକଙ୍କ ରିଜର୍ଭ ଲାଇନ୍‌ରୁ ଯୋରନ୍ଦା ଫାଣ୍ଡି, ମାଧବ ଚନ୍ଦ୍ର ନାଏକଙ୍କ ଟ୍ରାଫିକ୍‌ ଫାଣ୍ଡିରୁ ତରଭା ବିଟ୍‌ ହାଉସ୍‌, ଦିଲୀପ ପଟ୍ଟନାୟକଙ୍କ ରିଜର୍ଭ ଲାଇନ୍‌ରୁ ନିହଲପ୍ରସାଦ ଥାନାକୁ ବଦଳି ହୋଇଛି।
ସେହିପରି ଏଏସ୍‌ଆଇ ରୀତା ସେଠୀଙ୍କ ମୋଟଙ୍ଗା ଥାନାରୁ କଙ୍କଡ଼ାହାଡ଼ ଥାନା, ଜୟଲକ୍ଷ୍ମୀ ଗଡ଼ନାୟକଙ୍କ ଭୁବନ ଥାନାରୁ ବାଲିମୀ ଥାନା, ସଂଯୁକ୍ତା ନାୟକଙ୍କ କାମାକ୍ଷାନଗର କୋର୍ଟରୁ ଜିଲା ପୋଲିସ କାର୍ଯ୍ୟାଳୟ, ଦେବେନ୍ଦ୍ର କୁମାର ପାଣିଙ୍କ କାମାକ୍ଷାନଗର ଥାନାରୁ କାମାକ୍ଷାନଗର କୋର୍ଟ, ଜ୍ୟୋତିର୍ମୟୀ ସିଂଙ୍କ ଭାପୁର ଫାଣ୍ଡିରୁ ଭୁବନ ଥାନା, ରଞ୍ଜନ କୁମାର ପିଙ୍ଗୁଆଙ୍କ ସାଆନ୍ଦା ଫାଣ୍ଡିରୁ ଭାପୁର ଫାଣ୍ଡି, ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ହିନ୍ଦୋଳ ଥାନା, ପ୍ରଭାତ କୁମାର ରାଉତଙ୍କ ଭୁବନ ଥାନାରୁ ଟ୍ରାଫିକ୍‌ ଫାଣ୍ଡି, ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଗୋବିନ୍ଦ ଚନ୍ଦ୍ର ରାଉଳଙ୍କ ରିଜର୍ଭ ଲାଇନ୍‌ରୁ ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ, ଅନିଲ କୁମାର ସିଂଙ୍କ ରିଜର୍ଭ ଲାଇନ୍‌ରୁ କାମାକ୍ଷାନଗର ଥାନା, ସଞ୍ଜୟ ସାହୁଙ୍କ ରିଜର୍ଭ ଲାଇନ୍‌ରୁ ଜିଲା ପୋଲିସ କାର୍ଯ୍ୟାଳୟ, ଦିବାକର ବେହେରାଙ୍କ ରିଜର୍ଭ ଲାଇନ୍‌ରୁ ନିହଲପ୍ରସାଦ ଥାନା ଏବଂ ଏଏସ୍‌ଆଇ ଜୋଶେଫ୍‌ ପଟ୍ଟନାୟକଙ୍କ ରିଜର୍ଭ ଲାଇନ୍‌ରୁ ସାଆନ୍ଦା ଫାଣ୍ଡିକୁ ବଦଳି ହୋଇଥିବା ଜିଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?