Posted inଜାତୀୟ

ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ

ନୂଆଦିଲ୍ଲୀ, ୩।୬(ଆଇଏଏନ୍‌ଏସ୍‌): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍‌ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ। ସେମାନଙ୍କୁ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆଯାଇଛି। ଏହା ଅଧୀନରେ ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌), ଆଇବି, ଡିଆର୍‌ଆଇ, ସିଇଆଇବି, ଇଡି, ଏନ୍‌ସିବି, ଏଆର୍‌ସି, ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌, ଏନ୍‌ଏସ୍‌ଜି, ଆସାମ ରାଇଫଲ୍ସ, ଏସ୍‌ଏସ୍‌ବି, ଆୟକର ଡିଜି (ତଦନ୍ତ), ଏନ୍‌ଟିଆର୍‌ଓ, ଏଫ୍‌ଆଇୟୁ, ଏସ୍‌ପିଜି, ଡିଆର୍‌ଡିଓ, ସୀମା ସଡ଼କ ଉନ୍ନୟନ ସଂସ୍ଥା, ଏନ୍‌ଏସ୍‌ସି, ସିବିଆଇ, ଏନ୍‌ଆଇଏ ଏବଂ ନାଟ୍‌ଗ୍ରୀଡ୍‌ ଆସୁଛି। ଏହି ନିୟମାବଳୀ କେନ୍ଦ୍ରୀୟ ବେସାମରିକ ସେବା (ପେନ୍‌ସନ) ସଂଶୋଧନ ନିୟମାବଳୀ, ୨୦୨୦ର ଅଂଶବିଶେଷ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବତନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ଯେଉଁସବୁ ବିଷୟ ପ୍ରକାଶିତ କରାଯାଇପାରିବ ନାହିଁ, ସେଗୁଡ଼ିକ ହେଲା ଉକ୍ତ ସଂଗଠନର କାର୍ଯ୍ୟକ୍ଷେତ୍ର, କୌଣସି କର୍ମଚାରୀ ଓ ତାଙ୍କ ପଦବୀର ସୂଚନା ଏବଂ ସେଠାରେ କାର୍ଯ୍ୟ କରିଥିବା ହେତୁ ହାସଲ କରିଥିବା ଅଭିଜ୍ଞତା। ଏହା ବ୍ୟତୀତ ସମ୍ବେଦନଶୀଳ ସୂଚନା, ଯାହା ପ୍ରଘଟ କଲେ ଭାରତର ସାର୍ବଭୌମତ୍ୱ ଏବଂ ସଂହତି ପ୍ରଭାବିତ ହେବ, ଯଥା ସୁରକ୍ଷା, ରଣକୌଶଳ, ଦେଶର ବୈଜ୍ଞାନିକ ଓ ଅର୍ଥନୈତିକ ସ୍ବାର୍ଥ, ବାହାର ଦେଶ ସହ ସମ୍ପର୍କ କିମ୍ବା ଯାହା ପ୍ରକାଶ କରିବା ଦ୍ୱାରା ଅପରାଧକୁ ପ୍ରୋତ୍ସାହିତ କରିବ, ସେଗୁଡ଼ିକୁ ବିନା ଅନୁମତିରେ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ କରାଯିବାକୁ ଥିବା ପ୍ରସ୍ତାବିତ ବିଷୟ ସମ୍ବେଦନଶୀଳ କି ନୁହେଁ ଏବଂ ତାହା ସଂସ୍ଥାର କାର୍ଯ୍ୟ ପରିସର ମଧ୍ୟରେ ଆସୁଛି କି ନାହିଁ ସେ ସମ୍ପର୍କରେ ସଂସ୍ଥାର ମୁଖ୍ୟଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri