ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ ନେଇ ବିଶ୍ୱର ମାନବ ସମ୍ବଳ ଉପରେ କୋପ ଦୃଷ୍ଟି ନିକ୍ଷେପ କରିଛି। ଏଆଇ ଯେତିକି ଦ୍ରୁତ ବେଗରେ ଆମ ଜୀବନ ଶୈଳୀକୁ ପ୍ରଭାବିତ କରୁଛି ଏହା ଦ୍ୱାରା ଏକଥା ସତ୍ୟ ଯେ ଆଗାମୀ ସମୟ ସମ୍ପୂର୍ଣ୍ଣ ରୋବୋ ଦ୍ୱାରା ପରିଚାଳିତ ହେବାକୁ ଯାଉଛି । ବିଶେଷ କରି ହ୍ୟୁମାନୋଏଡ ରୋବୋଗୁଡିକୁ ନେଇ ବିଜ୍ଞାନ ଅଧିକ ଉତ୍ସାହିତ ଅଛି। ଏହି ହ୍ୟୁମାନୋଏଡ ରୋବୋ କଳକାରଖାନାରୁ ବାହାରି ଆମମାନଙ୍କ ଘର ଓଳେଇବା, ରୋଷେଇ କରିବା, ଜଗୁଆଳି ରହିବା, ଲୁଗାସଫା କରିବା ଇତ୍ୟାଦି ନିତ୍ୟ କାମ କରିବାକୁ ଯାଉଛି ଓ ଏଥିପାଇଁ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ଆଗେଇ ଆସିଲେଣି। ଯଦି ଏହା ହୁଏ ତା’ହେଲେ ଅଷ୍ଟାଦଶ ଶତବ୍ଦୀର ଶିଳ୍ପ ବିପ୍ଳବ ପରେ ଏହା ବିଜ୍ଞାନର ଏକ ବଡ଼ ବିପ୍ଳବ କହିଲେ ଭୁଲ୍‌ ହେବନାହିଁ । ଏହାକୁ ନେଇ ସବୁଠୁ ବଡ଼ ବିପଦ ମାନବ ସମାଜର ସୁରକ୍ଷା ଉପରେ, ଯାହା ‘ଏଆଇ-୨୦୨୭’ ନାମକ ରିପୋର୍ଟରେ ସମଗ୍ର ବିଜ୍ଞାନ ଜଗତରେ ଏକ କୋକୁଆ ଭୟ ସୃଷ୍ଟି କରିଛି । ଡାନିଏଲ କୋକୁଟାଯିଲୋ ନାମକ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏଆଇ -୨ ନାମରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରି ଦାବି କରଛନ୍ତି ଯେ ଆସନ୍ତା କିଛି ବର୍ଷ ଭିତରେ ସମଗ୍ର ମାନବ ସଭ୍ୟତା ଏଆଇ ଯୋଗୁଁ ଲୋପ ପାଇଯିବ । ଏହି ଭବିଷ୍ୟବାଣୀ ପରୀ କାହାଣୀ ପରି ଲାଗୁଥିଲେ ମଧ୍ୟ ଯେଉଁ ଦ୍ରୁତ ଗତିରେ ଏଆଇ ମଣିଷର ଗାଣିତିକ କ୍ଷମତାକୁ ପଛରେ ପକାଇ ମାଡି ଚାଲିଛି, ତାହା ସତ ହୋଇପାରେ। ବିଜ୍ଞାନର ଚମତ୍କାର ଯେଉଁ ଏଆଇକୁ ଜନ୍ମ ଦେଇଛି ତାହା ଦିନକୁ ଦିନ ଅତି ବୁଦ୍ଧିମାନ ଓ ଶକ୍ତିଶାଳୀ ହେବାକୁ ଲାଗିଛି ଯେ ଭିବିଷ୍ୟତରେ ମଣିଷ ଏହାର ପ୍ରଥମ ଶିକାର ହୋଇପାରେ । ମଣିଷର ମସ୍ତିଷ୍କ ନିଜର ବିକାଶ ପାଇଁ ଖାଦ୍ୟ ଆବଶ୍ୟକ କରୁଥିବା ବେଳେ ଏହି ଯାନ୍ତ୍ରିକ ବୁଦ୍ଧିମତ୍ତା ନିଜର ବିଚକ୍ଷଣ ବୁଦ୍ଧିକୁ ପ୍ରଖର କରିବା ପାଇଁ ସର୍ବଦା ତଥ୍ୟ ପାଇଁ ଆତୁର ଥାଏ । ତେଣୁ ମଣିଷ ନିଜର ଆତ୍ମ ଚେତନା ବିକାଶ ପାଇଁ ବେଶ୍‌ ଦୀର୍ଘ ସମୟ ନେଉଥିବା ବେଳେ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଏହି ଯାନ୍ତ୍ରିକ ହ୍ୟୁମାନୋଏଡ ରୋବୋଗୁଡିକ ନିମିଷକେ ଚେତନାପ୍ରାପ୍ତ କରିନେବେ । ଏଆଇର ବିବେକ ଶୁନ୍ୟ ପ୍ରଖର ବୁଦ୍ଧି ଜାଣି ପାରେନା ‘ମୁଁ’ କିଏ ଓ ସେ ମାନବର ଚେତନା ଯୁକ୍ତ ବୁଦ୍ଧିକୁ ନକଲ କରି ଘୋର ବିପର୍ଯ୍ୟୟ ସୃଷ୍ଟି କରିପାରେ । ତେଣୁ ବିଜ୍ଞାନ ଏକ ଏପରି ଚମତ୍କାର ପ୍ରସ୍ତୁତ କରି ସାରିଛି ଯିଏ ମଣିଷକୁ ନକଲ କରି ଧୋକା ଦେବା ସଂଗେ ସଂଗେ ପ୍ରତିରୋଧ ମଧ୍ୟ କରିପାରେ ।
ବିଜ୍ଞାନର ଏହି ଜୟଯାତ୍ରା ଯୋଗୁ ୨୦୨୭ ବେଳକୁ ଅନେକ ଦେଶରେ ଏଆଇକୁ ବିରୋଧ କରି ବ୍ୟାପକ ଜନ ଆନ୍ଦୋଳନ ହେବାର କୁହାଯାଉଛି । ବୋଧେ ସେଇଥିପାଇଁ କିଛି ବର୍ଷ ପୂର୍ବରୁ ଏକବିଂଶ ଶତାବ୍ଦୀର ସବୁଠୁ ବିଚକ୍ଷଣ ବୈଜ୍ଞାନିକ ଷ୍ଟିଫେନ ହକିନ୍ସ ଭବିଷ୍ୟବାଣୀ କରିଥିଲେ ଯେ ପୃଥିବୀ ଦିନେ ରୋବୋମାନେ ଅକ୍ତିଆର କରି ମଣିଷକୁ ଦାସ କରିନେବେ। ମାନବ ଅସ୍ତିତ୍ୱର ସମ୍ଭାବ୍ୟ ବିନାଶର କାରଣ ମଧ୍ୟରେ ରୋବୋମାନଙ୍କର ଆଧିପତ୍ୟ ସ୍ଥାପନ କରିବା ମଧ୍ୟ ଏକ ସମ୍ଭାବ୍ୟ କାରଣ ହୋଇପାରେ। ରୋବୋକୁ ବିକଶିତ କରିବାର ପ୍ରଚେଷ୍ଟା ଯଦି ଜାରି ରୁହେ ତା’ହେଲେ ଏହା ଭସ୍ମାସୁର ହୋଇ ମଣିଷକୁ ନାଲିଆଖି ଦେଖେଇ ପାରେ। ତେବେ ଏହି ରୋବୋମାନେ ବରଦାନ ସାବ୍ୟସ୍ତ ହୋଇ ମଣିଷର ଅନେକ କାର୍ଯ୍ୟ କରିପାରୁଛନ୍ତି ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ମଣିଷ ପାଇଁ ନୂତନ ନିଯୁକ୍ତି ସୁଯୋଗ ତିଆରି ହୋଇଛି। ଟିକେ ଅଧିକ ବୁଦ୍ଧି ଥିବାରୁ ମଣିଷ ସିମ୍ପାଞ୍ଜିମାନଙ୍କୁ ଛାଡି ଆଜି ଏ ସୋପାନରେ ପହଞ୍ଚତ୍ଛି। ଏପର୍ଯ୍ୟନ୍ତ ମଣିଷ ତା’ର ବୁଦ୍ଧିମତ୍ତାକୁ ଆହୁରି ବଢ଼େଇବାକୁ ପ୍ରୟାସ ଜାରିରଖିଛି। ଯାହା ଫଳରେ ଅତି ବୁଦ୍ଧିମାନ ରୋବୋ ତିଆରି କରି ଅନେକ ଆସାଧ୍ୟ କାମକୁ ନିମିଷକେ କରିପାରୁଛି। ଏହି ପରିପ୍ରେକ୍ଷୀରେ ମହାନ୍‌ ବୈଜ୍ଞାନିକ ଷ୍ଟିଫେନ୍‌ ହକିନସଙ୍କ ଆକଳନ ଅନୁସାରେ ଭବିଷ୍ୟତରେ ମଣିଷ ଓ ମଣିଷ ତିଆରି ରୋବୋ ମଧ୍ୟରେ ସଂଘର୍ଷ ହେବ ଓ ରୋବାମାନେ ପୃଥିବୀ ଉପରେ ଆଧିପତ୍ୟ ଜମେଇବାର ସମ୍ଭାବନା ଅଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅସମ୍ଭବ ନୁହେଁ। ଏହି ସମସ୍ୟାକୁ ବୁଦ୍ଧି ବିସ୍ଫୋଟ କୁହାଯାଉଛି, ଯାହାଫଳରେ ନିଜେ ରୋବୋ ଓ କମ୍ପ୍ୟୁଟରଗୁଡିକ ନିଜ ପାଇଁ ଅତି ପ୍ରଖର ପ୍ରୋଗ୍ରାମ ତିଆରି କରିନେବେ ଏବଂ ମଣିଷକୁ ନିଜର ଦାସ କରିନେବେ। ଯଦିଓ ଏହା ଉପରେ ମାନବ ସମାଜ ଏତେ ଗୁରୁତ୍ୱ ଦେଇନି, ଏହା ଦିନେ ମଣିଷ ଅସ୍ତିତ୍ୱକୁ ସଙ୍କଟରେ ପକାଇ ପାରେ।
ମହାଦେବଙ୍କଠାରୁ ବରପ୍ରାପ୍ତ ହେବା ପରେ ଭସ୍ମାସୁର ପରୀକ୍ଷା କରିବା ପାଇଁ ଶିବଙ୍କୁ ଗୋଡ଼ାଇଥିବାର ଉଦାହରଣ ଆମେ ପୌରାଣିକ କଥାରେ ଶୁଣିଛେ । ଦିନେ ଏହି ଯନ୍ତ୍ର ମାନବ ଅଣ୍ଟି ଛୁରି ତଣ୍ଟି କାଟିବା ଆଳରେ ମଣିଷର ବିନାଶର କାରଣ ନ ହେଉ । ବିଜ୍ଞାନ କେତେଦୂର ଓ କେଉଁ ସୀମା ପର୍ଯ୍ୟନ୍ତ ଯିବା ଉଚିତ ତାହାର କିଛି ମାପଦଣ୍ଡ ନାହିଁ । ଜ୍ଞାନ ପିପାସୁ ମଣିଷର ଜିଜ୍ଞାସାକୁ ବିଜ୍ଞାନ ସର୍ବଦା ଜବକାଚରେ ପରୀକ୍ଷା କରିଛି। ବିଜ୍ଞାନର ଚରମ ଖ୍ୟାତି ଓ ଉନ୍ନତି କେବେ ସଂସାରରେ ମଣିଷର ଆଧିପତ୍ୟକୁ ପ୍ରଶ୍ନ ନ କରୁ। ବିଜ୍ଞାନର ଚମତ୍କାର ସୃଷ୍ଟି ଏଆଇ ବହୁ ଜନ କଲ୍ୟାଣକାରୀ କେମିତି ହେବ ଓ ଭବିଷ୍ୟତରେ ବିପର୍ଯ୍ୟୟ ସୃଷ୍ଟି ନ କରିବ ସେଥିପାଇଁ ଗହନ ଗବେଷଣା ଜରୁରୀ ।

ଡ. ନରେନ୍ଦ୍ର ସେଠୀ

ମେ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri