ବୁଦ୍ଧିମତ୍ତା ବିକାଶ ଅନ୍ତରାଳେ..

ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ତାଙ୍କର ବ୍ୟବହାର ଉପରେ ନିର୍ଭର କରେ। ନିଜର ବ୍ୟକ୍ତିତ୍ୱକୁ ଆହୁରି ପରିପ୍ରକାଶ କରିବା ପାଇଁ ଉତ୍ତମ ବ୍ୟବହାରର ଆବଶ୍ୟକତା ରହିଛି। ତେବେ ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର ବୁଦ୍ଧିମତ୍ତାର ବିକାଶ ଘଟିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଉତ୍ତମ ବ୍ୟବହାର ଓ ବୁଦ୍ଧିମତ୍ତା’ ବିଷୟକୁ ନେଇ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ କରିଥିବା ଏକ ସର୍ଭେରୁ ଏକଥା ଜାଣିପାରିଛନ୍ତି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ବ୍ୟବହାର ଉତ୍ତମ ଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ଅନ୍ୟମାନଙ୍କ ତୁଳନାରେ ପ୍ରଖର ଥିଲା ବୋଲି ପ୍ରକାଶିତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଉତ୍ତମ ବ୍ୟବହାର ନିଜ ଉପରେ ହିଁ ନିର୍ଭର କରେ। ସେଥିପାଇଁ ନିଜ ମାନସିକତାକୁ ସବୁବେଳେ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ଅଯଥାରେ ଟେନ୍‌ସନକୁ ଡାକିଆଣିଲେ ତାହାର ପ୍ରଭାବ ବ୍ୟବହାର ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।