୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଟେଲ

ନୂଆଦିଲ୍ଲୀ,୨ା୮: ଆମେରିକାର ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ ଖର୍ଚ୍ଚକାଟ କରିବା ଲାଗି ଏହାର ୧୫% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ଛଟେଇ ପରେ କମ୍ପାନୀ ପ୍ରାୟ ୨୦ ବିଲିୟନ ଡଲାର ଟଙ୍କା ସଂଚୟ କରିବ। ନିକଟରେ ପ୍ରକାଶ ପାଇଥିବା ଶେଷ ତ୍ରୈମାସିକ ରିପୋର୍ଟ ଅନୁସାରେ କମ୍ପାନୀ ୧.୬ ବିଲିୟନ ଡଲାର ତାଙ୍କ କ୍ଷତି ରିପୋର୍ଟ କରିଥିଲା।

ଇଣ୍ଟେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ୟାଟ୍ ଗେଲସିଙ୍ଗର୍ କହିଛନ୍ତି ଯେ ଆମର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ପ୍ରଦର୍ଶନ ନିରାଶାଜନକ ଥିଲା, ଯେତେବେଳେ କି ଆମେ ପ୍ରମୁଖ ଉତ୍ପାଦ ଏବଂ ପ୍ରକ୍ରିୟାକରଣ ଟେକ୍ନୋଲୋଜି ମାଇଲଖୁଣ୍ଟକୁ ହାସଲ କରିଥିଲୁ। ଆମେ ପୂର୍ବରୁ ଆଶା କରିଥିବା ଅପେକ୍ଷା ଦ୍ୱିତୀୟ ତ୍ରୈମାସିକ ଧାରା ଅଧିକ ଆହ୍ୱାନପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେହିପରି ମୁଖ୍ୟ ଅର୍ଥନୈତିକ ଅଧିକାରୀ ଡେଭିଡ୍ ଜିନ୍ସର୍ଙ୍କ କହିବାନୁସାରେ, ଦ୍ୱିତୀୟ ତ୍ରୈମାସିକ ଆୟ ଇଣ୍ଟେଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପିସି ଉତ୍ପାଦ ଏବଂ ଏହାର ସୁବିଧାରେ ଅବ୍ୟବହୃତ କ୍ଷମତା ଉପରେ “ହେଡୱିଣ୍ଡ” ଦ୍ୱାରା ନକାରାତ୍ମକ ଭାବେ ପ୍ରଭାବିତ ହୋଇଥିଲା।

ଜିନ୍ସନର୍ କହିଛନ୍ତି ଯେ ଆମର ଖର୍ଚ୍ଚ ହ୍ରାସକୁ କାର୍ଯ୍ୟକାରୀ କରି ଆମେ ଆମର ଲାଭରେ ଉନ୍ନତି ଆଣିବା ଏବଂ ଆମର ବାଲାନ୍ସ ଶୀଟ୍ କୁ ମଜବୁତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଉଛୁ। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ନିଷ୍ପତ୍ତି ବ୍ୟବସାୟ ସ୍ଥିତି, ବଜାରର ଗତିଶୀଳତା ଏବଂ ଦାୟିତ୍ୱପୂର୍ଣ୍ଣ ପୁଞ୍ଜି ପରିଚାଳନା ଉପରେ ଆଧାରିତ।

ଇଣ୍ଟେଲ ରିପୋର୍ଟ କରିଛି ଯେ ଗତ ବର୍ଷ ଶେଷ ସୁଦ୍ଧା କମ୍ପାନୀର ୧୨୪,୮୦୦ କର୍ମଚାରୀ ଅଛନ୍ତି, ଅର୍ଥାତ ଏହି ଛଟେଇ ଦ୍ୱାରା ପ୍ରାୟ ୧୮,୦୦୦ କର୍ମଚାରୀ ଜୀବିକା ହରାଇପାରନ୍ତି। ଜୁନ୍ ମାସରେ, ଇଣ୍ଟେଲ ଇସ୍ରାଏଲର ଏକ ପ୍ରମୁଖ କାରଖାନା ପ୍ରକଳ୍ପର ସମ୍ପ୍ରସାରଣକୁ ବନ୍ଦ କରୁଥିବା ଘୋଷଣା କରିଛି, ଯାହା ଏକ ଚିପ୍ ପ୍ଲାଣ୍ଟକୁ ଅତିରିକ୍ତ ୧୫ ବିଲିୟନ ଡଲାର୍ ଅଧିକ ଖର୍ଚ୍ଚ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri