ଚଣ୍ଡିଖୋଲ,୨୮ା୧୦ (ଡି.ଏନ୍.ଏ.): ସରକାରଙ୍କ ତରଫରୁ ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ଏବଂ ବିକାଶ କ୍ଷେତ୍ରରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରୁଛି। ତେବେ ଯାଜପୁର ଜିଲା ବଡ଼ଚଣା ବ୍ଲକଟି ଏକ ବୃହତ ବ୍ଲକ ହୋଇଥିବାରୁ ଏଠାରେ ଦୁଇଟି ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ରହିଛି। ଗୋଟିଏ ବଡ଼ଚଣା-୧ ହୋଇଥିବା ବେଳେ ଅନ୍ୟଟି ବଡ଼ଚଣା-୨(ଗ୍ରାମୀଣ)ଭାବେ କାର୍ଯ୍ୟ କରୁଛି। ବଡ଼ଚଣା-୧ର କାର୍ଯ୍ୟାଳୟ ବଡ଼ଚଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ରହିଛି। ଏହା ଅଧୀନରେ ୨୩ଟି ପଞ୍ଚାୟତ ଥିବା ବେଳେ ଏହାକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତେବେ ବଡ଼ଚଣା-୧ ଅଧୀନରେ ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା ହୋଇଥିବା ଅଭିଯୋଗ ହୋଇଛି। କାରଣ ଏହା ଅଧୀନରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖାଦେଇଛି, ଯାହାକୁ ନେଇ ଗତ ୧୮ତାରିଖରେ ଅଙ୍ଗନଓ୍ବାଡି କର୍ମୀମାନେ ସମନ୍ବିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଠାରେ ଗ୍ୟାସ କିଣା, ଶିଶୁଙ୍କ ପୋଷାକ କିଣା ଓ ଖେଳନା କ୍ରୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥି ପାଇଁ ଏହି ସିଡିପିଓ କାର୍ଯ୍ୟାଳୟ ଅଧୀନରେ ଥିବା ୧୭୭ଟି କେନ୍ଦ୍ରରେ ଅବ୍ୟବସ୍ଥା ଲାଗିରହିଥିବା ଜଣାପଡ଼ିଥିଲା।
ସୂଚନା ଥାଉକି, ୨୦୨୧ ଓ ୨୦୨୨ରେ ପ୍ରତ୍ୟେକ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଖେଳନା ପାଇଁ ୨,୫୦୦ ଟଙ୍କା ଓ ମେଡିସିନ୍ କିଟ୍ କିଣା ପାଇଁ ୧୫୦୦ ଟଙ୍କା ଆସିଥିଲା ବେଳେ ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ବି ତାହା କିଣାଯାଇ ପାରିନାହିଁ। ଏପରିକି ଯେଉଁ ଅଙ୍ଗନଓ୍ବାଡି କେନ୍ଦ୍ର ବିଦ୍ୟାଳୟ ପରିସରରେ ଚାଲୁଛି ସେଠାକୁ ପିଲାଙ୍କ ଖେଳ ଓ ଭିତ୍ତିଭୂମି ପାଇଁ ୮,୫୦୦ ଟଙ୍କା ଗତ ବର୍ଷ ଡିସେମ୍ବରରୁ ଆସିଥିଲେ ମଧ୍ୟ ତାହା କାର୍ଯ୍ୟାକାରୀ ହୋଇପାରିନାହିଁ। ଏହି କାର୍ଯ୍ୟାଳୟରେ ୫ ସୁପରଭାଇଜର ଥିବାବେଳେ ଜଣେ ଜଣେ ସୁପରଭାଇଜର ଦୁଇ ଦୁଇଟି ସେକ୍ଟର ଦାୟିତ୍ୱରେ ରହିଛନ୍ତି। ଏପରିକି ଜଣେ ସୁପର ଭାଇଜର ଦୀର୍ଘ ୧୪ବର୍ଷ ହେଲା ଏଠାରେ ରହିଥିଲା ବେଳେ କୌଣସି କେନ୍ଦ୍ରକୁ ଦିନେବି ପରିଦର୍ଶନ କରିବାକୁ ଯାଇନାହାନ୍ତି। ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସେମାନଙ୍କ ଖାତାପତ୍ର ଧରି ସିଡିପିଓଙ୍କ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦେଉଛନ୍ତି। ପ୍ରତ୍ୟେକ କେନ୍ଦ୍ରକୁ ରୋଷେଇ ପାଇଁ ଗ୍ୟାସ ଓ ଚୁଲା କିଣା ବାବଦକୁ ୭୫୦୦ ଟଙ୍କା ଆସିଥିଲା ବେଳେ ଏହାକୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀମାନେ କିଣିବାକୁ ନିୟମ ଥିଲାବେଳେ କୁନ୍ଦଳ ଓ ପାରିଆ ସେକ୍ଟର ଦାୟିତ୍ୱରେ ଥିବା ସୁପରଭାଇଜର ସେମାନଙ୍କୁ ନିର୍ଦ୍ଦିଷ୍ଟ ଏକ ଏଜନ୍ସି ନିକଟରୁ କିଣିବା ପାଇଁ ବାଧ୍ୟ କରିଥିଲେ। ଏପରି କି ସେମାନଙ୍କ ନିକଟରୁ ପଇସା ଆଣି ନିଜେ ଗ୍ୟାସ ଓ ଚୁଲା କ୍ରୟ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ୬ମାସରୁ ୩ବର୍ଷର ଶିଶୁକୁ ଗୋଟିଏ ଛତୁଆ ପ୍ୟାକେଟ୍ ଓ ହାଲୁଆ ପ୍ୟାକେଟ୍ ଦିଆଯିବା ନିୟମ ରହିଛି। ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ମାସକୁ ୪କେଜି ୫୦୦ ଗ୍ରାମର ଛତୁଆ ଓ ବାଦାମ ଲଡୁ ଦିଆଯିବା କଥା। ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁମାନଙ୍କୁ ସକାଳ ଜଳଖିଆ ସହିତ ସପ୍ତାହରେ ୫ଦିନ ଭାତ ଓ ଅଣ୍ଡା ତରକାରି ଦିଆଯିବା ନିୟମ ରହିଛି। ମାତ୍ର ଏହି ସିଡିପିଓ କାର୍ଯ୍ୟାଳୟ ଅଧୀନରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କେବଳ ସୋମବାର ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁଙ୍କୁ ଭାତ ଡାଲମା ଦିଆଯିବାର ବ୍ୟବସ୍ଥା ଥିବା ବେଳେ ଅନ୍ୟ ୫ଦିନ ଅଣ୍ଡାତରକାରି ଓ ଭାତ ଦିଆଯିବ ବୋଲି ତତ୍କାଳୀନ ଯାଜପୁର ଜିଲାପାଳ ସମସ୍ତ ସିଡିପିଓ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ବଡ଼ଚଣା-୧କାର୍ଯ୍ୟାଳୟ ଉଲଂଘନ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଏନେଇ ବଡ଼ଚଣା-୧ର ସିଡିପିଓ ଭଗବତୀ ଗୁରୁଙ୍କୁ ପଚାରିବାରେ ସେ କୁହନ୍ତି, ଏ ପର୍ଯ୍ୟନ୍ତ ଖେଳନା ଓ ମେଡିସିନ୍ କିଟ୍ ବହୁତ କେନ୍ଦ୍ର କିଣି ନାହାନ୍ତି। ସେମାନଙ୍କୁ କୈଫିୟତ ମଗାଯାଇଛି। କିନ୍ତୁ ପୋଷାକ ସମସ୍ତ କେନ୍ଦ୍ରରେ ପହଞ୍ଚତ୍ ସାରିଛି। ଯଦି କେଉଁଠି ଅବ୍ୟବସ୍ଥା ହୋଇଥାଏ ତା’ର ତଦନ୍ତ କରାଯିବ।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି
ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
ଶେଷରେ ନଇଁଲେ ଟ୍ରମ୍ପ୍! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’
ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…
କୁଏଟ୍ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
Archives

