ଏଇ ଭାରତରେ

ନ୍ୟାୟିକ ବ୍ୟବସ୍ଥାରେ ଡ୍ରେସ୍‌ କୋଡ୍‌ର ଗୁରୁତ୍ୱ କେତେ ଅଛି ତାହା ସ୍ପଷ୍ଟ ହୋଇଛି ଗୁଆହାଟୀ ହାଇକୋର୍ଟରେ। କୋର୍ଟ ପରିସରରେ ଜଣେ ଆବେଦନକାରୀଙ୍କ ଆଇନଜୀବୀ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ହାଇକୋର୍ଟ ପରିସରରୁ ବାହାରକୁ ପଠାଇବାକୁ ବିଚାରପତି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ଆଇନଜୀବୀ ବି.କେ. ମହାଜନ ଜିନ୍ସ ପିନ୍ଧିଥିଲେ। ଉଲ୍ଲେଖଯୋଗ୍ୟ ଯେ ନ୍ୟାୟିକ ବ୍ୟବସ୍ଥା ସହିତ ଜଡ଼ିତ ଲୋକଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍‌ କୋଡ୍‌ ଅନୁସରଣ କରିବାକୁ ପଡ଼ିଥାଏ। ଆଇନଜୀବୀମାନଙ୍କର ଡ୍ରେସ୍‌ କୋଡ୍‌ ଆଡ୍‌ଭୋକେଟ ଆକ୍ଟ ୧୯୬୧ ଅଧୀନରେ ଆସିଥାଏ, ଯାହା ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ନିୟମ ଦ୍ୱାରା ପରିଚାଳିତ ହୋଇଥାଏ। ଡ୍ରେସ୍‌ କୋଡ୍‌ ଅନୁଯାୟୀ ଆଇନଜୀବୀଙ୍କ ପାଇଁ ଧଳା ଶାର୍ଟ, ଧଳା ନେକ୍‌ଟାଇ ଏବଂ କଳା କୋଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏତେବେ ଗୁଆହାଟୀ ହାଇକୋର୍ଟରେ ମହାଜନ ଏହାର ବ୍ୟତିକ୍ରମ କରିଥିବାରୁ ବିଚାରପତିଙ୍କ ଦ୍ୱାରା ଅପଦସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri