ଇନ୍‌ସ୍ୟୁରାନ୍ସ ପଲିସି ମିସ୍‌ ସେଲିଂରେ ଲାଗିବ ରୋକ୍‌

ଭୁବନେଶ୍ୱର,୪।୧(ଅନୁରାଧା ମହାରଣା): ଏଣିକି ଇନ୍‌ସ୍ୟୁରାନ୍ସ ଏଜେଣ୍ଟମାନେ ଠକେଇ କରିବାକୁ ସମର୍ଥ ହେବେ ନାହିଁ। କୌଣସି ଇନ୍‌ସ୍ୟୁରାନ୍ସ ପ୍ଲାନ୍‌ ବିଷୟରେ ସୂଚନା ଦେବାବେଳେ ସେମାନଙ୍କୁ ଅଡିଓ ଭିଜୁଆଲ ରେକର୍ଡ ରଖିବାକୁ ପଡିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ପଲିିିସି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ। ଏପରି କରିବା ଦ୍ୱାରା ମିସ୍‌ ସେଲିଂ କରିବାକୁ ଏଜେଣ୍ଟମାନେ ଚେଷ୍ଟା କରିବେ ନାହିଁ। ନିକଟ ଅତୀତରେ ମିସ୍‌ ସେଲିଂ ମାମଲା ଖୁବ୍‌ ବଢ଼ିଛି। ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ ବୀମା ପଲିସି ବିକ୍ରୟ କରାଯିବାର ଅନେକ ଘଟଣା ସାମ୍‌ନାକୁ ଆସିଛି। ଏନେଇ କଞ୍ଜ୍ୟୁମର ଫୋରମରେ ହଜାର ହଜାର ଅଭିଯୋଗ ହୋଇଛି। ଏଗୁଡିକ ହ୍ରାସ କରିବାକୁ ଶୀଘ୍ର ଏକ ନୂତନ ନିୟମ ଆସିପାରେ। ନିକଟରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି। ମନ୍ତ୍ରଣାଳୟ ଏକ ଚିଠି ମାଧ୍ୟମରେ ନିୟମରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି। ବୀମା ଏଜେଣ୍ଟମାନେ ସମସ୍ତ ସର୍ତ୍ତାବଳୀ କିମ୍ବା ପଲିସିର ସମରି(ସାରାଂଶ) ପଢ଼ିବାକୁ ଏଥିରେ ଅନୁରୋଧ କରାଯାଇଛି। ଆର୍ଥିକ ସେବା ସଚିବ ବିବେକ ସିଂଙ୍କୁ ଗ୍ରାହକ ମନ୍ତ୍ରଣାଳୟର ସଚିବ ରୋହିତ କୁମାର ସିଂ ଏହି ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଗ୍ରାହକ ଏବଂ ବୀମା ଏଜେଣ୍ଟମାନଙ୍କ ମଧ୍ୟରେ ଅଧିକାଂଶ ବିବାଦ କେବଳ ସର୍ତ୍ତ ଏବଂ ସର୍ତ୍ତଗୁଡିକର ଭୁଲ୍‌ ବୁଝାମଣା କାରଣରୁ ହୋଇଥାଏ। ବୀମା ଏଜେଣ୍ଟମାନେ ଗ୍ରାହକଙ୍କୁ କେବଳ ପଲିସିର ସକାରାତ୍ମକ ଦିଗଗୁଡିକ କୁହନ୍ତ, ମାତ୍ର ସମସ୍ତ ତଥ୍ୟ ଦିଅନ୍ତି ନାହିଁ । ଭବିଷ୍ୟତରେ ଏହା ଅନେକ ବିବାଦର କାରଣ ପାଲଟିଥାଏ। ଏହି ପ୍ରସଙ୍ଗରେ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଅଫ୍‌ ଇଣ୍ଡିଆ (ଆଇଆର୍‌ଡିଏଆଇ) ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଆଇଆର୍‌ଡିଏଆଇ ନିଜେ ବୀମାକ୍ଷେତ୍ରରେ ନିୟମ ସ୍ଥିର କରେ। ଏହା ବ୍ୟତୀତ ବୀମା ପଲିସିର ସର୍ତ୍ତାବଳୀରେ ଅସ୍ପଷ୍ଟ ଭାଷାର ପ୍ରସଙ୍ଗ ମଧ୍ୟ ଚିଠିରେ ଉଠିଛି। ସେ କହିଛନ୍ତି, ଏପରି କଠିନ ଭାଷା ଯୋଗୁ ଗ୍ରାହକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ବ୍ୟତୀତ ନ୍ୟାଶନାଲ କଞ୍ଜ୍ୟୁମର ଡିସ୍‌ପୁଟ୍‌ ରିଡ୍ରେସାଲ କମିଶନର ପ୍ରେସିଡେଣ୍ଟ ଜଷ୍ଟିସ ଅମୃଶ୍ୱର ପ୍ରତାପ ମେଡିକାଲ ଇନ୍‌ସ୍ୟୁରାନ୍ସ ଉପରେ ୨୪ ଘଣ୍ଟା ଆଡମିଶନ ନିୟମକୁ ରଦ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri