ଚାଷୀଙ୍କୁ ସହଯୋଗ କରୁନି ବୀମା କମ୍ପାନୀ

ନୟାଗଡ଼ ଅଫିସ,୨୮।୯: ଜିଲା ପରିଷଦର ସମ୍ମିଳନୀ କକ୍ଷ ସୃଜନରେ ମଙ୍ଗଳବାର ଜିଲା ଉନ୍ନୟନ କୋର୍ଡିନେଶନ ଆଣ୍ଡ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
କମିଟିର ଅଧ୍ୟକ୍ଷ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲାପାଳ ପୋମା ଟୁଡୁ, ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ସମୀକ୍ଷା କରିଥିଲେ । ଜିଲା ପରିଷଦ ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷମାନେ ମଧ୍ୟ ସମୀକ୍ଷାରେ ଭାଗ ନେଇଥିଲେ । ଯେଉଁ ଗଁାରେ ମୋବାଇଲ ସେବା ନାହିଁ ସଂପୃକ୍ତ ଅଞ୍ଚଳରେ କିପରି ମୋବାଇଲ ସେବା ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।
ତେବେ ଫସଲ ବୀମା ଯୋଜନା ପାଇଁ କାର୍ଯ୍ୟ କରୁଥିବା ବୀମା କମ୍ପାନୀ ଚାଷୀଙ୍କୁ ସଚେତନତା ଓ ସହଯୋଗ କରୁ ନ ଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏପରି କି ଅଧ୍ୟକ୍ଷ ନିଜେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥଲେ।
ପ୍ରଧାନମନ୍ତ୍ରୀ ରାସ୍ତା ମରଣଯନ୍ତା ପାଲଟିଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଣଦେଖା କରୁଥିବାରୁ ଅନୁରୂପ ଭାବେ କ୍ଷୋଭ ପ୍ରକାଶ ପାଇଥିଲା। ଚାଷୀମାନଙ୍କୁ କୃଷି ସମେତ ଅନ୍ୟାନ୍ୟ ଋଣ ଯୋଗାଇବାରେ ବ୍ୟାଙ୍କ ସହଯୋଗ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
ଭୂମିହୀନ ଲୋକଙ୍କୁ ଘର ଯୋଗାଇ ଦେବାକୁ ଗୁରୁତ୍ୱାରୋପ କରିଥିଲେ ଅଧ୍ୟକ୍ଷ।
ଜିଲାରେ ରଣପୁର ବ୍ଲକ୍‌ର ବନ୍ଦମୁଣ୍ଡା, ପଟିଆ, ନୂଆଗଁା,ଗଣିଆ ବ୍ଳକରେ ୫ଶହରୁ ଊର୍ଦ୍ଧ୍ୱ ଗଁା ରହିଛି ଯେଉଁଠାରେ ମୋବାଇଲ ସେବା କାମ କରୁନି । ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବା ନ ଥିବାରୁ ସରକାରୀ କାର୍ଯ୍ୟରେ ବି ବାଧା ସୃଷ୍ଟି ହେଉଛି । ଏପରି କି କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ବିଫଳ ହୋଇଛି । ଏଣୁ ଆସନ୍ତା ବୈଠକକୁ ଘରୋଇ ମୋବାଇଲ ସେବା ପ୍ରଦାନ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବୈଠକକୁ ଡାକିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ତେବେ ଜିଲାରେ ବିଏସ୍‌ଏନ୍‌ଏଲ ୪ଜି ସେବା ଆରମ୍ଭ ପାଇଁ ସର୍ଭେ ଆରମ୍ଭ କରିଛି । ନୟାଗଡ଼ ଜିଲାର ୧୨୧ ଟି ଗଁା ମଧ୍ୟରୁ ୮୦ଟି ଗଁାରେ ଟାୱାର ବସାଇବାକୁ ନିଷ୍ପତ୍ତି ନେଇଛି । ସାଇଟ ସିଲେକସନ କରିବା ପାଇଁ ଜିଲାପାଳଙ୍କ ସହଯୋଗ ଲୋଡିଛି । ଅନ୍ୟପକ୍ଷେ କେତେକ ସ୍ଥାନରେ ୩ ଜି ଟାୱାରଗୁଡିକୁ ୪ଜି କରାଯିବବୋଲି କୁହାଯାଇଛି । ତେବେ ବିଏସ୍‌ଏନ୍‌ଏଲ୍‌ ଘରୋଇକରଣ ହେବା ନେଇ ଚର୍ଚ୍ଚା ହେଉଥିବା ଖଣ୍ଡପଡ଼ା ବିଧାୟକ କହିଥିଲେ । ଜିଲାରେ ୪୭୬ ଜଣ ଭୂମିହୀନଙ୍କ ମଧ୍ୟରୁ ୧୫୩ଜଣଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବା କୁହାଯାଇଛି ।
ଜିଲାରେ କେତେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ଅଛନ୍ତି ଓ କେତେ ପଦବୀ ଖାଲି ପଡିଛି ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଦେଇ ପାରି ନ ଥିଲା । ସିଡିଏମ୍‌ଓ ଗୃହରେ ଅନୁପସ୍ଥିତ ଥିବାବେଳେ ଜନସ୍ବାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ନୌସଦ ଅଲ୍ଲୀ ଖଁା ହଟହଟା ହୋଇଥିଲେ ।
୧୦୦ ଶର୍ଯ୍ୟା ବିଶିଷ୍ଟ ମୋ ସରକାର ଗୃହ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଡିସେମ୍ବର ୧୫ ପରେ ଲୋକାର୍ପଣ ହେବ ବୋଲି କୁହାଯାଇଛି । ଉଦ୍ୟାନ ବିଭାଗର ଅଧିକାରୀ ମଧ୍ୟ ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀଙ୍କ ପ୍ରଶ୍ନ ବୁଝି ନ ପାରି ଭୁଲ ଉତ୍ତର ଦେଇ ଅପଦସ୍ତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧, ୨ ଓ ୩ ପର୍ଯ୍ୟାୟର କାମ ଚାଲିଛି । ହେଲେ ଅଧିକାଂଶ ରାସ୍ତା ମରଣଯନ୍ତା ପାଲଟିଥିଲେ ମଧ୍ୟ ଆଇନକାନନକୁୁ ଦେଖାଇ ମରାମତି କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏପରି କି ଖାଲଖମାରାସ୍ତାକୁ ତୁରନ୍ତ ମରାମତି କରିବାକୁ ସମସ୍ତେ ତାଗିଦ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନୂଆ ରାସ୍ତାକୁ ସାମିଲ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ରଖିଥିଲେ। ମୋ ସେବାକେନ୍ଦ୍ର ଠିକରେ କାମ କରୁଛି କି ନଁା ସେ ଉପରେ ତଥ୍ୟ ରଖିବାକୁ ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?