ମା’ କାଳୀଙ୍କୁ ଅପମାନ: ୟୁକ୍ରେନକୁ ସମାଲୋଚନା କଲା ରୁଷିଆ …

ମସ୍କୋ,୩।୫ : ୟୁକ୍ରେନର ପ୍ରତିରକ୍ଷା ବିଭାଗ ଦ୍ୱାରା ହିନ୍ଦୁ ଦେବୀ ମା କାଳୀଙ୍କୁ ଉପହାସ କରିବା ପ୍ରସଙ୍ଗରେ ଭାରତକୁ ରୁଷିଆର ସମର୍ଥନ ମିଳିଛି। ରୁଷିଆ ୟୁକ୍ରେନର ଏହି କାର୍ଯ୍ୟକୁ ନିନ୍ଦା କରିଛି ଏବଂ ୟୁକ୍ରେନକୁ ନାଜିଜିମ ସହିତ ତୁଳନା କରିଛି। ସୂଚନଯୋଗ୍ୟ,ୟୁକ୍ରେନର ପ୍ରତିରକ୍ଷା ବିଭାଗ ନିକଟରେ ଏକ ଟୁଇଟ କରିମା କାଳୀଙ୍କ ଉପରେ ଆପତ୍ତିଜନକ ଫଟୋ ଶେୟାର କରିଥିଲା। ତେବେ ବିବାଦ ପରେ ୟୁକ୍ରେନ ଏହି ଟୁଇଟକୁ ଡିଲିଟ କରିଦେଇଛି।

ମିଳିତ ଜାତିସଂଘରେ ରୁଷିଆର ପ୍ରତିନିଧୀ ଦିମିତ୍ରୀ ପଲିନସ୍କି କହିଛନ୍ତି,ହିନ୍ଦୁ, ମୁସଲମାନ ହେଉ କିମ୍ବା ଖ୍ରୀଷ୍ଟିଆନ ଧର୍ମ ହେଉ, କିଭ ସରକାର କାହାର ବିଶ୍ୱାସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ୟୁକ୍ରେନ ସୈନିକମାନେ କୋରାନ ଜାଳୁଛନ୍ତି, ମା କାଳୀଙ୍କୁ ପରିହାସ କରୁଛନ୍ତି ଏବଂ ଖ୍ରୀଷ୍ଟିଆନମାନଙ୍କର ପବିତ୍ର ସ୍ଥାନଗୁଡିକ ନଷ୍ଟ କରୁଛନ୍ତି। ସେମାନେ କେବଳ ନାଜି ଚିନ୍ତାଧାରାରେ ବିଶ୍ୱାସ କରନ୍ତି।

ୟୁକ୍ରେନ ସରକାର ମଧ୍ୟ ଏହାର ପ୍ରତିରକ୍ଷା ବିଭାଗର ଟୁଇଟ ପାଇଁ କ୍ଷମା ପ୍ରାର୍ଥନା କରି ସାରିଛନ୍ତି। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପ୍ରୋଭା ଏକ ବିବୃତ୍ତି ଜାରି କରି କହିଛନ୍ତି, ହିନ୍ଦୁ ଦେବୀ ମା କାଳୀଙ୍କୁ ଭୁଲ ଉପାୟରେ ଦେଖାଇଥିବାରୁ ଆମେ ଏବଂ ଆମର ପ୍ରତିରକ୍ଷା ବିଭାଗ ଲଜ୍ଜିତ। ୟୁକ୍ରେନ ଏବଂ ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି ଏବଂ ସେମାନଙ୍କର ସମର୍ଥନକୁ ପ୍ରଶଂସା କରନ୍ତି। ସେହି ଫଟୋ ଅପସାରିତ ହୋଇଛି ଏବଂ ଆମେ ପାରସ୍ପରିକ ସହଯୋଗ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇଁ ଉତ୍ସର୍ଗୀକୃତ ରହିଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri