ହାତ ବାନ୍ଧିଛି ନିଅଣ୍ଟିଆ ବର୍ଷା

ବଇଣ୍ଡା, ୨୧ା୭(ଡି.ଏନ.ଏ.) – ଚଳିତବର୍ଷ ଭଲ ବର୍ଷାର ପୂର୍ବାନୁମାନ ନେଇ ଚାଷୀକୁଳ ଉତ୍ସାହିତ ଥିଲେ। ବିଲରେ ହଳ ବୁଲାଇବା ସହ ତଳି ମଧ୍ୟ ପକାଇଥିଲେ। ହେଲେ ହାତ ବାନ୍ଧିଦେଇଛି ନିଅଣ୍ଟିଆ ବର୍ଷା। କେଉଁଠି ପାଣି ଅଭାବରୁ ତଳି ବଢ଼ିପାରୁନି ତ ଆଉକେଉଁଠି ରୁଆ କାର୍ଯ୍ୟ ଆଗେଇପାରୁ ନାହିଁ। ସମୟ ଗଡ଼ି ଯାଉଥିବାରୁ ପଛେଇଥିବା ଚାଷକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀକୁଳ।
କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୨୪ ହଜାର ୧୯୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ୧୫ ହଜାର ୭୧୩ ହେକ୍ଟରରେ ଅଣଧାନ ଓ ୮ ହଜାର ୪୮୨ ହେକ୍ଟରରେ ଧାନ ଫସଲ ହୋଇଥାଏ। କିନ୍ତୁ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଚାଷ ପାଇଁ ସଙ୍କଟ ସୃଷ୍ଟି କରିଛି। ରୁଆ କାର୍ଯ୍ୟ ଏକପ୍ରକାର ପଛେଇ ଯାଇଛି। ବ୍ଲକର ୩୦ ପ୍ରତିଶତ ଜମି ପଡ଼ିଆ ପଡ଼ିଥିବା ବେଳେ କେତେକ ସ୍ଥାନରେ ପୋଖରୀରୁ ପାଣି ମଡାଇ ଧାନ ରୁଆ ହେଉଛି। ଗତ ଜୁନରେ ବ୍ଲକରେ ୨୪୬.୪ ମିଲିମିଟର ବର୍ଷା ଆବଶ୍ୟକ ଥିବାବେଳେ ୨୩୦.୨୦ ମିଲିମିଟର ବର୍ଷା ହୋଇଛି। ସେହିପରି ଜୁଲାଇରେ ୪୩୫.୦୯ ମିଲିମିଟର ସ୍ଥାନରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୭୬.୪୬ ମିଲିମିଟର ବର୍ଷା ହୋଇଛି। କେବଳ ବର୍ଷା ନୁହେଁ ସାର ଅଭାବ ମଧ୍ୟ ସମସ୍ୟାକୁ ଆହୁରି ବଢାଇ ଦେଇଛି। ବ୍ଲକ ପାଇଁ ୩ ହଜାର କୁଇଣ୍ଟାଲ ୟୁରିଆ ଓ ୨ ହଜାର କୁଇଣ୍ଟାଲ ଡିଏସ୍‌ପି ସାର ଆବଶ୍ୟକ। ଏହାର ଯୋଗାଣ ପାଇଁ ରଣିଆକଟା, ହିମିତିରା, ଉରୁକୁଳା, ଅଙ୍ଗପଡା, ଲୁହାମୁଣ୍ଡା, ହଣ୍ଡପା, ବାମୁର, ଧଉରାପାଲି ଆଦି ସେବା ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲୁହାମୁଣ୍ଡା, ହଣ୍ଡପା, ବାମୁର, ଧଉରାପାଲି ସମିତିକୁ ମାତ୍ର ୧ ହଜାର କୁଇଣ୍ଟାଲ ୟୁରିଆ ସାର ଆସିଥିବାବେଳେ ଧଉରାପାଲି, ବାମୁର, ହିମିତିରା ସମିତିକୁ ୪୫୦ କୁଇଣ୍ଟାଲ ଡିଏସ୍‌ପି ସାର ଆସିଛି। ରଣିଆକଟା, ଉରୁକୁଳା, ଅଙ୍ଗପଡା ସମବାୟ ସମିତିକୁ ଆଦୌ ସାର ଆସିନାହିଁ। ଫଳରେ ଏହି ସମିତି ଉପରେ ନିର୍ଭର କରୁଥିବା ଧଡରପାଳ, ଅଙ୍ଗପଡା, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ନାକିଚି, ଠେଲକନାଳୀ ଆଦି ୭ ପଞ୍ଚାୟତର ୩୦ ଗ୍ରାମର ଚାଷୀ ଆଦୌ ସାର ପାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ସେମାନେ ଚଢ଼ା ଦରରେ ବଇଣ୍ଡା, କିଶୋରନଗର, ବାମୁର ଅଞ୍ଚଳରୁ ସାର କିଣୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ବଇଣ୍ଡା କୃଷି ଅଧିକାରୀ ଚଣ୍ଡିପ୍ରସାଦ ମହାଳିକ କୁହନ୍ତି, କିଶୋରନଗର ବ୍ଲକରେ ଚାଷ କାର୍ଯ୍ୟ ଠକ୍‌ଠାକ୍‌ ଚାଲିଛି। କିଛି ପଞ୍ଚାୟତରେ ରୁଆ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ବର୍ଷା ପରିମାଣ ବଢ଼ିଲେ ସମସ୍ୟା ଦୂର ହୋଇଯିବ। ସେହିପରି ଆଠମଲ୍ଲିକ ସହକାରୀ ସଂଯୁକ୍ତ ସମବାୟ ପ୍ରବନ୍ଧକ ସୁରେନ୍ଦ୍ର କୁମାର ଜେନା କହିଛନ୍ତି, ଯେତିକି ସାର ଆବଶ୍ୟକ ତାହା ଆସିନାହିଁ। ୫ଟି ସୋସାଇଟିକୁ ଅଳ୍ପ ପରିମାଣର ଆସିଛି। ୩ଟି ସୋସାଇଟିକୁ ଆଦୌ ଆସିନାହିଁ। ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri