ପର୍ଯ୍ୟାପ୍ତ ନୁହେଁ ପ୍ରୋତ୍ସାହନ ପ୍ୟାକେଜ

ନୂଆଦିଲ୍ଲୀ, ୨୯।୭:  ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଗତ ଆର୍ଥତ୍କ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)-୭.୩% ରହିଛି। ଅର୍ଥ ବ୍ୟବସ୍ଥାକୁ ସୁଧାର ପଥରେ ଆଣିବା ଲାଗି ସରକାର ଆତ୍ମ ନିର୍ଭର ଭାରତ ପ୍ୟାଜେକ ଘୋଷଣା କରିଛନ୍ତି। ଏହା ମଧ୍ୟରେ ମୋଟ ୨୯ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ପଦକ୍ଷେପ ସରକାର ହାତକୁ ନେଇଥିବା କହିଛନ୍ତି। ହେଲେ ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ। କ୍ଷତିଗ୍ରସ୍ତ ବଜାରରେ ଚାହିଦା ବଢାଇବା ଲାଗି ସରକାରଙ୍କୁ ଅଧିକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି ବୁଧବାର କହିଛି।
ବଜାରରେ ସୁଧାର ଆଣିବା ଲାଗି ବୃହତ୍ତ ପଦକ୍ଷେପ ନିଆଯାଇଥିବା ସରକାର କହୁଛନ୍ତି। ମାତ୍ର ସଂସଦୀୟ କମିଟିର ଏଭଳି ସ୍ପଷ୍ଟୀକରଣ ସରକାରଙ୍କ କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନା ମହାମାରୀ ଦେଶର କ୍ଷୁଦ୍ର ବାଣିଜ୍ୟଗୁଡିକର ଅଣ୍ଟା ଭାଙ୍ଗି ଦେଇଛି। ଏହି ସ୍ଥିତିକୁ ସୁଧାରିବାର ଆବଶ୍ୟକତାକୁ ଉପଲବ୍ଧି କରିବାକୁ ହେବ ବୋଲି କମିଟି କହିଛି। ରିପୋର୍ଟରେ କହାଯାଇଛି ଯେ, ସରକାର ଯେଉଁ ପଦକ୍ଷେପ ଘୋଷଣା କରିଛନ୍ତି ତାର ଅଧିକାଂଶ ଭାଗ ଋଣ ଆକାରରେ ରହିଛି। ନଗଦ ଯୋଗାଣ ଦ୍ୱାରା ଚାହିଦା ବୃଦ୍ଧିକୁ ଧ୍ୟାନରେ ରଖିବା ପରିବର୍ତ୍ତେ ସରକାର ଦୀର୍ଘମିଆଦି ଯୋଜନା ଉପରେ କାହିଁକି ପଡିଛନ୍ତି। ପ୍ରଥମ ଲହରରେ କ୍ଷତିଗ୍ରସ୍ତ ବଜାର ବ୍ୟବସ୍ଥା ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଥିବା ବେଳେ ଏହା ଉପରେ ଦ୍ୱିତୀୟ ଲହର ମାଡ଼ କରିଛି। ଦେଶର ଅଭିବୃଦ୍ଧି ଇଞ୍ଜିନ ଭାବେ ପରିଗଣିତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପୁଣି ଥରେ ଚାପଗ୍ରସ୍ତ ହୋଇଛି।
ବଜାର ସମସ୍ୟା ସମାଧାନ, ଚାହିଦା ବୃଦ୍ଧି, ନିବେଶ, ରପ୍ତାନି ଏବଂ ନିଯୁକ୍ତି ସୃଷ୍ଟି ସହ ବଜାରର ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ସରକାର ଏକ ବୃହତ୍‌ ଅର୍ଥନୈତିକ ପ୍ୟାକେଜ ଆଣନ୍ତୁ ବୋଲି କମିଟି ପକ୍ଷରୁ କୁହାଯାଇଛି। ତୃତୀୟ ଲହରରେ ଏମ୍‌ଏସ୍‌ଏମ୍‌ଇ ଯେଭଳି ପ୍ରଭାବିତ ନ ହେବେ ସେଥି ଲାଗି ପୂର୍ବ ପ୍ରସ୍ତୁତି ସହ ପଦକ୍ଷେପ ଘୋଷଣା, ମହାମାରୀର ପ୍ରକୃତ ପ୍ରଭାବ ନେଇ ସର୍ଭେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଏନ୍‌ପିଏ ସଂଜ୍ଞାର ପୁନର୍ବିଚାର କରିବାକୁ ସରକାରଙ୍କୁ କମିଟି ପ୍ରସ୍ତାବ ଦେଇଛି। ମନ୍ତ୍ରଣାଳୟ ଅଦ୍ୟାବଧି କ୍ଷୁଦ୍ର ଶିଳ୍ପର କ୍ଷତି ସଂକ୍ରାନ୍ତ ସର୍ଭେ କରାଇବାକୁ ସକ୍ଷମ ହୋଇ ନ ଥିବା ଟିଆର୍‌ଏସ୍‌ ସାଂସଦ କେ.କେଶବ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଏହାର ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri