ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ
ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ହଷ୍ଟେଲ ସୁବ୍ୟବସ୍ଥା, ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ, ଖାଦ୍ୟ ସୁରକ୍ଷା, ସହର ଓ ଗ୍ରାମ୍ୟ ସ୍ବଚ୍ଛତା, ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ, ଖଣି ସମସ୍ୟା ଓ ଶ୍ରମିକ ସମସ୍ୟା, ଗମନାଗମନ, ସାମାଜିକ ସୁରକ୍ଷା, ପଶୁପାଳନ, କୃଷି, ଜଳସେଚନ, ଧାନ କ୍ରୟ ବିକ୍ରୟର ସୁବ୍ୟସ୍ଥା ଉପରେ ଆଲୋଚନା କରା ଯାଇଥିଲା। ବିଶେଷକରି ବିକାଶମୂଳକ କାର୍ଯ୍ୟରେ ବିଭାଗୀୟ ଅଧିକାରୀମାନେ ବିଶେଷ ଗୁରୁତ୍ୱ ଦେବାକୁ ବିଧାୟକ ଦାସ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶିକ୍ଷାର ବିକାଶ ପାଇଁ ଶିକ୍ଷକ ଅଭାବ ଦୂରୀକରଣ ଓ ସାସ୍ଥ୍ୟ ବିଭାଗର ଖାଲି ପଡ଼ିଥିବା ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଚିକିତ୍ସା ବ୍ୟବସ୍ଥାରେ କେତେକ ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଅବଗତ କରାଯାଇଥିଲା। ଏହି ବୈଠକରେ ବିଧାୟକ ଦାସଙ୍କ ସହ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ, ଜିଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧକାରୀ ଦୟାମୟ ପାଢ଼ୀ, ଜିଲା ଯୋଜନା ଓ ସମନ୍ବୟ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ସମେତ ସମସ୍ତ ଜିଲାସ୍ତରୀୟ ପଦାଧିକାରୀ, ଭବାନୀପାଟଣା ଓ କେସିଙ୍ଗା ବ୍ଲକର ତହସିଲଦାର ସମେତ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

କୋରାପୁଟରେ ବନ୍ଦର ପ୍ରଭାବ: ବଡ଼ ଗାଡିଚଳାଚଳ, ଦୋକାନବଜାର ବନ୍ଦ 

କୋରାପୁଟ,୨୮।୧(ଅମିତାଭ ବେହେରା ): ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri