ଆନୁସଙ୍ଗିକ ସୁବିଧା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବାଲିଗୁଡ଼ା,୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀପୂଜାକୁ ନିରାଡ଼ମ୍ବର ଏବଂ ଶାନ୍ତିପୂର୍ଣ୍ଣ ବାତାବରଣରେ କରାଯିବା ନେଇ ଶନିବାର ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁର୍ଗାପୂଜା କିପରି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଉପଜିଲାପାଳ ଶ୍ରୀମତୀ ମଧୁମିତା ସଭାପତିତ୍ୱ କରିବା ସହିତ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ରାବଣ ପୋଡ଼ି ଏବଂ ବିସର୍ଜନ ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନୀରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ, ଅଳିଆ ଆବର୍ଜନାର ସୁପରିଚାଳନା ଏବଂ ପାନୀୟ ଜଳର ବ୍ୟବସ୍ଥା ଭଳି ବିଭିନ୍ନ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପୂଜା କମିଟି କର୍ମକର୍ତ୍ତା, ନେତୃସ୍ଥାନୀୟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ।

ବାଲିଗୁଡା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର ଏବଂ ସମ୍ପାଦକ ଶିବରାମ ପ୍ରଧାନୀ ପୂଜାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ୨୨ ତାରିଖ ରବିବାର ଖଡଗ ନଦୀରୁ କଳସ ଯାତ୍ରାରେ ଆସି ଗ୍ରାମଦେବୀଙ୍କୁ ଆମନ୍ତ୍ରଣ ପରେ ସପ୍ତମୀ ପୂଜା ଆରମ୍ଭ, ମହାଷ୍ଟମୀ ଦିନ ରାତ୍ରରେ ମନ୍ଦିର ପରିସରରେ ମହାଷ୍ଟମୀ ଭୋଗ ହେବା ପରେ ସମିତି ତରଫରୁ ଜନସାଧାରଣଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଖେଳପଡ଼ିଆରେ ରାବଣ ପୋଡ଼ି ଉତ୍ସବ ହେବ। ୨୫ ଓ ୨୬ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ଓ ମହାଭାରତ ଆୟୋଜନ ହେବା ପାଇଁ ସମିତି ତରଫରୁ ସ୍ଥିର କରାଯାଇଛି। ୨୭ ତାରିଖରେ ମା’ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ୨୮ ତାରିଖରେ ଲକ୍ଷ୍ମୀପୂଜା ଓ ୨୯ ରେ ଭସାଣି ହେବ। ନଭେମ୍ବର ୧୨ରେ ଶ୍ୟାମାକାଳୀ ପୂଜା ଓ ଦୀପାବଳି ଉତ୍ସବ କରାଯିବ। ନଭେମ୍ବର ୧୪ ରେ ମା’ କାଳୀଙ୍କ ଭସାଣି କରାଯିବ ବୋଲି ସମିତି ତରଫରୁ ପ୍ରକାଶ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍‌ଲା ବୈଠକ ପରିଚାଳନା କରିଥିବା ବେଳେ ସ୍ଥାନୀୟ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri