ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ନିର୍ଦ୍ଦେଶ

ଯାଜପୁର ଟାଉନ,୧୭।୫(ଡି.ଏନ.ଏ.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲା ପରିଷଦ ସମ୍ମିଳନୀଗୃହରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଡ. ଦିବ୍ୟଲୋଚନ ମହାନ୍ତ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଉପଜିଲାପାଳ ଗୋପୀନାଥ କୁଅଁର, ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା, ବ୍ୟାସନଗର ପୌରପାଳିକା ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଧର୍ମଶାଳା ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଏବଂ ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଅତିରିକ୍ତ ଜିଲାପାଳ ନାୟକ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ପରେ ଅତିରିକ୍ତ ଜିଲାପାଳ ମହାନ୍ତ ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଉରିଆ ମିଳିତଭାବେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳଭାବେ ମୁକାବିଲା ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଋତୁ ଆରମ୍ଭରେ କଣ୍ଟ୍ରୋଲ ରୁମ୍‌ ପରିଚାଳନା କରିବା, ବନ୍ୟା ପ୍ଳାବିତ ଗ୍ରାମର ଜନସାଧାରଣଙ୍କୁ ଉଦ୍ଧାର କରିବା, ବ୍ଲକ୍‌ କଣ୍ଟ୍ରୋଲ ରୁମ୍‌ରୁ ଜିଲା କଣ୍ଟ୍ରୋଲ ରୁମ୍‌ ଏବଂ ଏସ୍‌ଆର୍‌ସି କଣ୍ଟ୍ରୋଲ ରୁମ୍‌କୁ ନିରବଚ୍ଛିନ୍ନ ଯୋଗାଯୋଗ କରିବା, ତହସିଲ ଓ ବ୍ଲକ୍‌ କାର୍ଯ୍ୟାଳରେ ବର୍ଷାର ପରିମାଣ ମାପିବା, ଜଳ ସମ୍ପଦ କଣ୍ଟ୍ରୋଲ ରୁମ୍‌ ଦ୍ୱାରା ନଦୀର ଜଳ ମାପିବା, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲିବା, ଦୁର୍ବଳ ନଦୀ ବନ୍ଧ ସ୍ଥାନଗୁଡିକୁ ବିଭାଗୀୟ ଯନ୍ତ୍ରୀ, ବିଡିଓ ଏବଂ ତହସିଲଦାରମାନେ ମିଳିତ ଅନୁଧ୍ୟାନ କରି ମରାମତି କରାଇବା ସହ ପର୍ଯ୍ୟାପ୍ତ ବାଲିବସ୍ତା ଓ ବହ୍ଲା ମହଜୁଦ କରି ରଖିବାକୁ ଅତିରିକ୍ତ ଜିଲାପାଳ ଡ.ମହାନ୍ତ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବିଧାୟିକା ଦାସ ବ୍ରାହ୍ମଣୀ ନଦୀ ଦକ୍ଷିଣ ମାଟିଆପଡ଼ା ଘାଇ ହୋଇଥିବାସ୍ଥାନକୁ ମରାମତି କରିବା, ମନ୍ଦାରୀ, ଦାସ ସାହି, ସିଂହ ସାହି ଏବଂ ବ୍ରାହ୍ମଣୀ ବାମପାର୍ଶ୍ୱ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲିବସ୍ତା ମହଜୁଦ ରଖିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ବନ୍ଧସ୍ଥାନରେ ବାଲି ବସ୍ତା ଏବଂ ୪ ହଜାର ବହ୍ଲା ମହଜୁଦ ଅଛି ବୋଲି କୁହାଯାଇଥିଲା। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଶେଷ ସୀମାରେ ଥିବା ସ୍ଳୁଇସ୍‌ ଗେଟ୍‌ ଓ ଶାଖା ନାଳରେ ବନ୍ୟା ପାଣି ନିଷ୍କାସିତ ହେବା ଏବଂ ମହାନଦୀ ଉତ୍ତରଖଣ୍ଡ ଅଧୀନରେ ଥିବା ୧୭ ସ୍ଲୁଇସ୍‌ ଗେଟ୍‌ର ଠିକ ପରିଚାଳନା ପାଇଁ ବିଧାୟିକା ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଡ୍ରେନେଜ୍‌ ବ୍ୟବସ୍ଥା ପରିଚାଳନା, ୨ ପୌରସଂସ୍ଥା ଅଧୀନରେ ଥିବା ଡ୍ରେନେଜ ଜଳ ନିଷ୍କାସନ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ବିଡିଓ ଏବଂ ତହସିଲଦାରମାନେ ମିଳିତ ଭାବେ ବନ୍ୟା ଜୋନ୍‌ ଚୂଡାନ୍ତ କରିବା, ରାସ୍ତା କଡ଼ରେ ଜମୁଥିବା ପାଣିର ନିଷ୍କାସନ କରିବା, ବନ୍ୟା ସମୟରେ ବିଡିଓ, ତହସିଲଦାର ଏବଂ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ଜିଲାପ୍ରଶାସନକୁ ଦୈନନ୍ଦିନ ପରିସ୍ଥିତିର ସୂଚନା ପ୍ରଦାନ କରିବା, ସମସ୍ତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ତୃଣମୂଳସ୍ତରକୁ ସତର୍କ ସୂଚନା ପ୍ରଦାନ କରିବା, ଉଦ୍ଧାର କାର୍ଯ୍ୟ ନିମିତ ଏନ୍‌ଡିଆର୍‌ଏଫ, ଓଡ୍ରାଫ୍‌ ଟିମ୍‌ ସହ ପାୱାର ବୋଟ ନିୟୋଜିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
ଜିଲାର ଆପାତକାଳୀନ ଉଦ୍ଧାର କାର୍ଯ୍ୟ ନିମନ୍ତେ ୩୬ ପାୱାର ବୋଟ୍‌ ବିଭିନ୍ନ ବନ୍ୟା ପ୍ରବଣ ଅଞ୍ଚଳରେ ମହଜୁଦ ଥିବାବେଳେ ୨୦ ହଜାର ୮୮୦ କୁଇଣ୍ଟାଲ ଚାଉଳ ବିଭିନ୍ନ କେନ୍ଦ୍ରରେ ମହଜୁଦ କରି ରଖାଯାଇଛି। ଆବଶ୍ୟକସ୍ଥଳେ କିରୋସିନ ଏବଂ ଚୁଡ଼ା ଗଚ୍ଛିତ କରି ରଖିବା ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ବନ୍ୟା ସମୟରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବନ୍ୟା ବାତ୍ୟା ପ୍ରଭାବିତଙ୍କୁ ଖାଦ୍ୟ, ପଲିଥିନ, ଔଷଧ ଓ ଗୋ-ଖାଦ୍ୟ ପ୍ରଦାନ ନିମନ୍ତେ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଲୋକ ପ୍ରତିନିଧି, ସେଚ୍ଛାସେବୀ, ସରକାରୀ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ବୟ ରଖିବା ସହ ବିବିଧ ସମସ୍ୟା ଗୁଡିକ ତ୍ୱରିତ ସମାଧାନ କରିବାକୁ କୁହାଯାଇଛି। ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳଗୁଡିକର ସ୍ଥିତି ସୁଦୃଢ଼ୀକରଣ, ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକ୍ସନ, ହାଲୋଜିନ୍‌ ବଟିକା ରଖିବା ସହ ବିଜୁଳି ନ ଥିବା ସମୟରେ ଜେନେରେଟର ବ୍ୟବସ୍ଥା କରିବାକୁ ଟାଟା ପାଓ୍ବାରକୁ ପରାମର୍ଶ ଦିଆଯାଇଛି। ଅଗ୍ନିସମ ସେବା, ଜରୁରୀକାଳୀନ ପରିସ୍ଥିତିରେ ହେଲିପ୍ୟାଡ୍‌ ଏୟାର ଷ୍ଟ୍ରିପ୍‌ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ପୁଡିଆ ପ୍ରଦାନ କରିବା, ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ସ୍ବତନ୍ତ୍ର ଭାବେ ସୁକିନ୍ଦା ବ୍ଲକ ପାଇଁ ଏକ ପାୱାର ବୋଟ୍‌ ପ୍ରଦାନ ନିମନ୍ତେ ଏସ୍‌ଆର୍‌ସିଙ୍କୁ ଚିଠି ଲେଖିବା ଏବଂ ଡାକ୍ତଖାନାରେ ସେବା ଉପଲବ୍ଧ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଦେଇଥିଲେ। ବୈଠକ ପ୍ରାରମ୍ଭରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri