ପରିବେଶ କ୍ଷୟକ୍ଷତି ଭରଣା ପାଇଁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ ଠାରୁ ତାଳଚେର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିପୁଳ ପରିମାଣର ମୋରମ୍‌ ଲୁଟ୍‌ ହୋଇଛି। ଏହାସହ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ମୋରମ୍‌ ବ୍ୟବହାରରେ ପରିବେଶଗତ ଅନୁମତିର କ୍ଷତିଭରଣା ଏବଂ ଆବଶ୍ୟକ ରାଜସ୍ବ, ଜରିମାନା ଟଙ୍କା ଦାଖଲ ନ କରି କୋରଜନ କୋରଭିୟମ୍‌ ଠିକାସଂସ୍ଥାକୁ କ୍ଷମା କରି ଦିଆଯାଇଛି। ଏହି ମର୍ମରେ ରୁଜୁ ମାମଲା(ନ. ୩/୨୦୧୭)ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗତ ୨୫ା୧ା୨୦୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ବେଆଇନ ମୋରମ ଉତ୍ତୋଳନ ଉପରେ ଅସ୍ପଷ୍ଟ ରହିଥିବା କ୍ଷତିଭରଣା, ରାଜସ୍ବ ଓ ଜରିମାନା ପରିମାଣ ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ ଯାଜପୁର ଜିଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଜାରି କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲଠାରୁ ତାଳଚେର ପର୍ଯ୍ୟନ୍ତ ୧୩୩ କିମି ସମ୍ପ୍ରସାରଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା। ଏହି କାମ ପାଇଁ କୋରଜନ କୋରଭିୟମ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ ସେତେବେଳେ ଏହି ଠିକାସଂସ୍ଥା ପରିବେଶଗତ ଅନୁମତି ଆଇନକୁ ଫୁ କରି ସେଠାକାର ତହସିଲ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ସ୍ଥାନରୁ ମୋରମ, ମାଟି ଇତ୍ୟାଦି ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର କରିଥିଲା। ଏନେଇ ପରିବେଶବିତ୍‌ ଶଶିଭୂଷଣ ପଟ୍ଟନାୟକଙ୍କ ପକ୍ଷରୁ ଓକିଲ ଶଙ୍କରପ୍ରସାଦ ପାଣି ଏନ୍‌ଜିଟିରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁସାରେ ମୋଟ୍‌ ଦୂରତାରୁ ଚଣ୍ଡିଖୋଲଠାରୁ ବ୍ରାହ୍ମଣୀ ବ୍ରିଜ୍‌ ପର୍ଯ୍ୟନ୍ତ ୧୫ ମିଟର ଓସାର ରାସ୍ତା ଓ ୩ ମିଟର ଉଚ୍ଚତା କାମରେ ହଜାରରୁ ଊର୍ଦ୍ଧ୍ୱ ଟନ୍‌ ମାଟି ଓ ମୋରମ ବ୍ୟବହାର ହୋଇଥିଲା। ଧର୍ମଶାଳା ତହସିଲ ଅଧୀନ କଣ୍ଟପଡ଼ା, କୁସୁନପୁର, ଚକ୍ରଧରପୁର, ବାଘୁଆ, ବାଲିସାହି, ଚଡ଼େଇଧରା, ବରଡ଼ା, ଝାଟିଆପଡ଼ା, ମାଣ୍ଡିଆ, ଆରୁହା, କବାଟବନ୍ଧ, ଓସରା, ପୁରୁଣାବନ୍ଧ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରୁ ଏହି ବେଆଇନ ମୋରମ୍‌ ଉତ୍ତୋଳନ ହୋଇଥିଲା। ତେବେ ପୂର୍ବରୁ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଦାଖଲ ସତ୍ୟପାଠରେ ୫,୬୦,୩୭୬ ଘନମିଟର ମୋରମ୍‌ ବ୍ୟବହାର ହୋଇଥିଲା। ହେଲେ ସେଥିରୁ ମାତ୍ର ୧,୭୨,୧୬୨ ଘନମିଟର ମୋରମ୍‌ ଉପରେ ରାଜସ୍ବ ଟଙ୍କା ଦାଖଲ ହୋଇଛି। ବାକି ରାଜସ୍ବ ଦାଖଲ ନ କରି ସମ୍ପୃକ୍ତ ଠିକାସଂସ୍ଥାକୁ ଛାଡ଼ି ଦିଆଯାଇଛି। ତେବେ ବିଭିନ୍ନ ଅନିୟମିତତା ଓ କାର୍ଯ୍ୟରେ ଅବହେଳା ଯୋଗୁ ଠିକାସଂସ୍ଥା କୋର୍‌ଜନ କୋରଭିୟମ୍‌ ସହ ହୋଇଥିବା ଚୁକ୍ତିକୁ ଗତ ୨୦୧୭ ମାର୍ଚ୍ଚରେ ଏନ୍‌ଏଚ୍‌ଏଆଇ(ଜାତୀୟ ରାଜପଥ ପ୍ରାଧିକରଣ) ପକ୍ଷରୁ ଖାରଜ ହୋଇଥିଲା। ତେବେ ଲୁଟ୍‌ ହୋଇଥିବା ମାଟି ଓ ମୋରମ୍‌ ଉପରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଆବଶ୍ୟକ ପରିମାଣ ରାଜସ୍ବ ଆଦାୟ କରା ନ ଯାଇ ଉକ୍ତ ଠିକାସଂସ୍ଥାକୁ ଛାଡ଼ି ଦିଆଯାଇଥିଲା। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏହାବାଦ୍‌ ପରିବେଶଗତ ଅନୁମତିର ଉଲ୍ଲଂଘନ ହୋଇଥିବାରୁ ରାଜସ୍ବ ସହ କ୍ଷତିଭରଣା ଆଦାୟରେ ଏନ୍‌ଏଚ୍‌ଏଆଇ ବିଫଳ ହୋଇଥିଲା। ତେଣୁ ଏହି ଅଭିଯୋଗ ଉପରେ ଏନ୍‌ଜିଟି ଗୁରୁତ୍ୱ ଦେଇ ପରବର୍ତ୍ତୀ ଶୁଣାଣି ୯ା୩ା୨୦୨୨ରେ ଉପଯୁକ୍ତ ଭାବେ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri