ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି ଦିଗକୁ ତନ୍ନତନ୍ନ କରି ଯାଞ୍ଚ୍‌ କରିବେ। ସେଥିପାଇଁ ଆତ୍ମହତ୍ୟାର ସିନ୍‌ ରିକ୍ରିଏଟ୍‌ କରାଯିବ। ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତାକୁ ସିଲିଂ ପ୍ୟାନ୍‌ରେ ଝୁଲାଯାଇ ତଦନ୍ତ ଆରମ୍ଭ ହେବ ବୋଲି କୁହା ଯାଉଛି। ବସ୍ତା ଡମି ଭାବେ ଫ୍ୟାନ୍‌ରେ ଝୁଲାଯାଇ ପାରିପାର୍ଶ୍ୱିକ ସ୍ଥିତିର ଯାଞ୍ଚ୍‌ ପୁଣି ମୂଳରୁ ଆରମ୍ଭ ହେବ। ଇତିମଧ୍ୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି।

Share