ନିଶା ଛଡ଼ାଇବା ବଦଳରେ ଜୀବନ ନେଲେ

ଭୁବନେଶ୍ୱର,୩।୨(ବ୍ୟୁରୋ):ନିଶା ସେବନରୁ ପୁଅକୁ ଦୂରେଇବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ହେଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ ନିଶା ଛଡ଼ାଇବା ବଦଳରେ ଜୀବନ ନେଇଗଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା ସହ ମରଣାନ୍ତକ ଆକ୍ରମଣର ଶିକାର ହୋଇ ହେଇଟେକ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ତେବାସୀ ସର୍ବେଶ୍ୱର ବେହେରା ଶେଷରେ ଗୁରୁବାର ଆଖି ବୁଜିଛନ୍ତି। ତାଙ୍କର ମୃତ୍ୟୁ ହେବା ପରେ ଏହି ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ମାମଲାରେ ସମ୍ପୃକ୍ତ ଥିବା ମାଲିକ ଅନିରୁଦ୍ଧ ରାଏ ଏବଂ ୨ ସହାୟକ ଅଙ୍କିତ ରାଉତ ଓ ଅନ୍ତର୍ଯ୍ୟାମୀ ମିଶ୍ର ବୁଧବାର ଗିରଫ ହୋଇ ଜେଲ ଯାଇଛନ୍ତି। ସର୍ବେଶ୍ୱରଙ୍କ ମୃତ୍ୟୁ ପରେ ପୋଲିସ ମାମଲାରେ ହତ୍ୟା ଦଫାକୁ ବଦଳାଇଛି। ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ସର୍ବେଶ୍ୱରଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ତଦନ୍ତରେ ଆବଶ୍ୟକତା ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା ସହ କ୍ରାଇମ ସିନ୍‌ ରିକ୍ରିଏଟ୍‌ ଆଦି କରାଯିବ ବୋଲି ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।
ସୂଚନାଯୋଗ୍ୟ, ଶହୀଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ସାହିରେ ରହୁଥିବା ନୟାଗଡ଼ ଜିଲାର ସର୍ବେଶ୍ୱର ବେହେରା ଡ୍ରାଇଭର ଭାବେ କାମ କରୁଥିଲେ। ତାଙ୍କର ଗୋଟିଏ ଛୋଟ ଝିଅ ଓ ୨ଟି ପୁଅ ଅଛନ୍ତି। କିଛିଦିନ ହେଲା ସେ ମଦ୍ୟପାନ କରୁଥିବାରୁ ପରିବାର ଲୋକେ ତାଙ୍କୁ ଜାନୁୟାରୀ ୨୭ରେ ଭୋଟପଡ଼ାସ୍ଥିତ ପ୍ଲଟ- ନଂ. ୨୧୩୬/୧୧୧୯୭/୪୫ରେ ଥିବା ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ପ୍ରଥମ ପର୍ଯ୍ୟାୟରେ ପରିବାର ଲୋକ ୭ ହଜାର ଟଙ୍କା ଦେଇଥିଲେ। ହେଲେ ସେଠାରେ ମାଲିକ ଅନିରୁଦ୍ଧ ଓ ସହାୟକମାନେ ପ୍ରତିଦିନ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ସର୍ବେଶ୍ୱର ଗୁରୁତର ହେବାରୁ ସୋମବାର ଅପରାହ୍ନରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ଏବଂ ପରେ ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସର୍ବେଶ୍ୱରଙ୍କ ସ୍ତ୍ରୀ ଉର୍ମିଳା ବେହେରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୩୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ବୁଧବାର ନିଶା ନିବାରଣ କେନ୍ଦ୍ରକୁ ସିଲ୍‌ କରିବା ସହ ମାଲିକ ଓ ୨ ସହାୟକଙ୍କୁ ଗିରଫ କରି ଜେଲ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri