ନିଶା ଛଡ଼ାଇବା ବଦଳରେ ଜୀବନ ନେଲେ

ଭୁବନେଶ୍ୱର,୩।୨(ବ୍ୟୁରୋ):ନିଶା ସେବନରୁ ପୁଅକୁ ଦୂରେଇବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ହେଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ ନିଶା ଛଡ଼ାଇବା ବଦଳରେ ଜୀବନ ନେଇଗଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା ସହ ମରଣାନ୍ତକ ଆକ୍ରମଣର ଶିକାର ହୋଇ ହେଇଟେକ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ତେବାସୀ ସର୍ବେଶ୍ୱର ବେହେରା ଶେଷରେ ଗୁରୁବାର ଆଖି ବୁଜିଛନ୍ତି। ତାଙ୍କର ମୃତ୍ୟୁ ହେବା ପରେ ଏହି ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ମାମଲାରେ ସମ୍ପୃକ୍ତ ଥିବା ମାଲିକ ଅନିରୁଦ୍ଧ ରାଏ ଏବଂ ୨ ସହାୟକ ଅଙ୍କିତ ରାଉତ ଓ ଅନ୍ତର୍ଯ୍ୟାମୀ ମିଶ୍ର ବୁଧବାର ଗିରଫ ହୋଇ ଜେଲ ଯାଇଛନ୍ତି। ସର୍ବେଶ୍ୱରଙ୍କ ମୃତ୍ୟୁ ପରେ ପୋଲିସ ମାମଲାରେ ହତ୍ୟା ଦଫାକୁ ବଦଳାଇଛି। ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ସର୍ବେଶ୍ୱରଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ତଦନ୍ତରେ ଆବଶ୍ୟକତା ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା ସହ କ୍ରାଇମ ସିନ୍‌ ରିକ୍ରିଏଟ୍‌ ଆଦି କରାଯିବ ବୋଲି ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।
ସୂଚନାଯୋଗ୍ୟ, ଶହୀଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ସାହିରେ ରହୁଥିବା ନୟାଗଡ଼ ଜିଲାର ସର୍ବେଶ୍ୱର ବେହେରା ଡ୍ରାଇଭର ଭାବେ କାମ କରୁଥିଲେ। ତାଙ୍କର ଗୋଟିଏ ଛୋଟ ଝିଅ ଓ ୨ଟି ପୁଅ ଅଛନ୍ତି। କିଛିଦିନ ହେଲା ସେ ମଦ୍ୟପାନ କରୁଥିବାରୁ ପରିବାର ଲୋକେ ତାଙ୍କୁ ଜାନୁୟାରୀ ୨୭ରେ ଭୋଟପଡ଼ାସ୍ଥିତ ପ୍ଲଟ- ନଂ. ୨୧୩୬/୧୧୧୯୭/୪୫ରେ ଥିବା ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ପ୍ରଥମ ପର୍ଯ୍ୟାୟରେ ପରିବାର ଲୋକ ୭ ହଜାର ଟଙ୍କା ଦେଇଥିଲେ। ହେଲେ ସେଠାରେ ମାଲିକ ଅନିରୁଦ୍ଧ ଓ ସହାୟକମାନେ ପ୍ରତିଦିନ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ସର୍ବେଶ୍ୱର ଗୁରୁତର ହେବାରୁ ସୋମବାର ଅପରାହ୍ନରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ଏବଂ ପରେ ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସର୍ବେଶ୍ୱରଙ୍କ ସ୍ତ୍ରୀ ଉର୍ମିଳା ବେହେରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୩୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ବୁଧବାର ନିଶା ନିବାରଣ କେନ୍ଦ୍ରକୁ ସିଲ୍‌ କରିବା ସହ ମାଲିକ ଓ ୨ ସହାୟକଙ୍କୁ ଗିରଫ କରି ଜେଲ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri