୮୦ ବଦଳରେ ଆସିଲା ୪୦ ମାର୍କ ପ୍ରଶ୍ନପତ୍ର

ଭଞ୍ଜନଗର, ୪ା୪(ଡି.ଏନ.ଏ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବର୍ତ୍ତମାନ ଯୁକ୍ତ ୩ ତୃତୀୟ ସେମିଷ୍ଟର୍‌ ପରୀକ୍ଷା ଚାଲିଛି। ସୋମବାର କଳା ଓ ବିଜ୍ଞାନ ଛାତ୍ରୀଛାତ୍ରଙ୍କ କମ୍ୟୁନିକେଟିଭ ଇଂଲିଶ ଥିଲା। ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ଇ କମର୍ସ ପରୀକ୍ଷା ଥିଲା। ତେଣୁ ସୋମବାର ଯୁକ୍ତ ୩ ଦିତୀୟ ବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିଲେ। କଳା ଓ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ନିର୍ଦ୍ଧାରିତ ୮୦ ମାର୍କର ପ୍ରଶ୍ନପତ୍ର ଆସିଥିଲା। କିନ୍ତୁ ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଶ୍ନପତ୍ରଟି ୮୦ ମାର୍କ ବଦଳରେ ୪୦ ମାର୍କ ଆସିଥିଲା। ଯାହାକୁ ନେଇ ବାଣିଜ୍ୟ ଛାତ୍ରୀଛାତ୍ରମାନେ ଦ୍ୱନ୍ଦରେ ପଡିଯାଇଥିଲେ। ଏହିଭଳି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ଛାତ୍ରୀଛାତ୍ରମାନେ ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଦାସ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବି ବୋଲି ସେ ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ବିଭିନ୍ନ ସେମିଷ୍ଟର ପରୀକ୍ଷା ଗୁଡିକ ବିଳମ୍ବରେ ହେଇଛି। ବର୍ତ୍ତମାନ ୪ର୍ଥ ସେମିଷ୍ଟାର୍‌ ପରୀକ୍ଷା ସମୟ ହୋଇଥିବା ବେଳେ ତୃତୀୟ ସେମିଷ୍ଟର ପରୀକ୍ଷା ଚାଲିଛି। ତେଣୁ ଚଳିତ ଶିକ୍ଷା ବର୍ଷରେ ଆଉ ୪ର୍ଥ ସେମିଷ୍ଟାର୍‌ ପରୀକ୍ଷା ହେବ ନାହିଁ। ସେହିଭଳି ବର୍ତ୍ତମାନ ଦିତୀୟ ସେମିଷ୍ଟର ପରୀକ୍ଷା ହେବା ସମୟ ହୋଇଥିବା ବେଳେ ପ୍ରଥମ ସେମିଷ୍ଟର ପରୀକ୍ଷା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ପରୀକ୍ଷା ବିଳମ୍ବରେ ହେବା ଦ୍ୱାରା ପରୀକ୍ଷା ଫଳ ମଧ୍ୟ ସେହି ଅନୁପାତରେ ବିଳମ୍ବରେ ପ୍ରକାଶିତ ହେଉଛି। ଏହାଦ୍ବାରା ଯେଉଁ ଛାତ୍ରୀ ଛାତ୍ରଙ୍କ ବ୍ୟାକ ପେପର ରହୁଛି ସେହିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ବର୍ଷ। ତେଣୁ ପ୍ରତ୍ୟେକ ପରୀକ୍ଷା ଗୁଡିକୁ ନିର୍ଦ୍ଧାରିତ ସମୟରେ କରିବା ପାଇଁ ଛାତ୍ରୀ
ଛାତ୍ରମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri