ମହିଳା ଡାକ୍ତରଙ୍କ ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ ଯାଏ ଅଜାଣତରେ ଲାଗିଥିଲା ସିସି କ୍ୟାମେରା, ଜଣାପଡ଼ିବା ପରେ…

ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କ ବାଥ୍‌ରୁମ ଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସବୁଠି ଚୋରା କ୍ୟାମେରା ଲାଗିଥିଲା। ଯାହା ଜାଣି ନ ଥିଲେ ମହିଳା ଡାକ୍ତର। ତାଙ୍କ ଘରର ଲାଇଟ୍‌ ଖରାପ ହୋଇଯିବାରୁ ସେ ଇଲେକ୍ଟ୍ରିସିଆନଙ୍କୁ ସଜାଡ଼ିବା ପାଇଁ ଡାକିଥିଲେ। ସେତେବେଳେ ଘଟଣାର ସତ୍ୟତା ଉନ୍ମୋଚନ ହୋଇଥିଲା। ପୋଲିସ ଯାଞ୍ଚ କରି ଜଣେ ପୁରୁଷ ଡାକ୍ତରଙ୍କୁ ଗିରଫ କରିଛି।

ଭାରତୀୟ ବିଦ୍ୟାପୀଠ ହସ୍ପିଟାଲରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ପୁଣେର ଏକ ହସ୍ପିଟାଲ ପରିସରରେ କ୍ୱାର୍ଟର ଆଲର୍ଟ କରାଯାଇଥିଲା। ଗତ ୬ ତାରିଖରେ ମହିଳା ଡାକ୍ତରଙ୍କ ଘରକୁ କେହି ଅଜଣା ବ୍ୟକ୍ତି ନକଲି ଚାବିରେ ତାଲା ଖୋଲି ଘର ଭିତରେ ପଶି ବାଥ୍‌ରୁମ ଏବଂ ବେଡ୍‌ରୁମରେ କ୍ୟାମେରା ଲଗାଇ ଦେଇଥିଲେ। ମହିଳା ଡାକ୍ତର ଜଣକ ଯେତେବେଳେ ଡ୍ୟୁଟିରୁ ଘରକୁ ଫେରିଲେ ସେତେବେଳେ ଲାଇଟ୍‌ ସୁଇଚ୍‌ ମାରିବାରୁ ତାହା ଜଳି ନ ଥିଲା। ଏହା ପରେ ସେ ଇଲେକ୍ଟ୍ରିସିଆନଙ୍କୁ ଡାକିଥିଲେ। ମରାମତି କରିବା ସମୟରେ ଘରେ ଲୁଚାରେ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା। ଯାହାକି ମହିଳା ଡାକ୍ତରଙ୍କ ଅଜାଣତରେ ହୋଇଥିଲା। ଏ ସମ୍ପର୍କରେ ମହିଳା ଡାକ୍ତର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବାରୁ ଏଥିରେ ଡାକ୍ତର ସୁଜିତ୍‌ ଜଗତାପଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ପୋଲିସ ତାଙ୍କୁ ପଚରାଉଚରା କରିବାରୁ ପ୍ରଥମେ ସୁଜିତ୍‌ ମନା କରୁଥିଲେ। ପରେ ସେ ସ୍ବୀକାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହି ଡାକ୍ତରଙ୍କର ମହିଳା ଡାକ୍ତରଙ୍କ ସମ୍ପର୍କ କ’ଣ? ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ପରେ ଘଟଣାର ସତ୍ୟତା ଲୋକଲୋଚନକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri