ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି

ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍‌ ୧୫ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବଲାଙ୍ଗୀର ଏମ୍‌ପି ସଙ୍ଗୀତା ରାଣୀ ସିଂହଦେଓ ଅତିଥି ଭାବେ ଯୋଗଦେଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି। ଆୟୋଜିତ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ, ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପିତ ହେବାର ୪ ମାସ ପରେ ବି କାର୍ଯ୍ୟକ୍ଷମ ହେଉନି। ଏଥିପ୍ରତି ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନାହିଁ। ଏ କ୍ଷେତ୍ରରେ ଜିଲା ସ୍ବାସ୍ଥ୍ୟ ବିଭାଗର ଉଦାସୀନ ମନୋଭାବକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଜାତୀୟ ସ୍ବାସ୍ଥ୍ୟ ମିଶନ ଅନୁଦାନରେ ୧୪ କୋଟି ୪ଲକ୍ଷ ୯୦ହଜାର ଟଙ୍କା ବ୍ୟୟରେ ତିନି ମହଲା ବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ଶିଶୁଙ୍କ ପାଇଁ ଓପିଡି, ଟିକାକରଣ, ଲାବୋରେଟୋରୀ, ଲେବର ରୁମ୍‌, ପ୍ରି ଡେଲିଭରି ଅବଜରଭେସନ ରୁମ, ଆଶା ଗୃହ, ଡାକ୍ତରଙ୍କ କକ୍ଷ, ନର୍ସ ଡ୍ୟୁଟି ରୁମ୍‌, ଏସଏନସିୟୁ, କଙ୍ଗାରୁ ମଦର କେୟାର ୟୁନିଟ, ୨୦ ଶଯ୍ୟା ବିଶିଷ୍ଟ ଏଏନସି ଓ୍ବାର୍ଡ, ଓଟି ବ୍ଲକ, ୨୦ ଶଯ୍ୟା ବିଶିଷ୍ଟ ପୋଷ୍ଟ ନାଟାଲ ଓ୍ବାର୍ଡ ଓ ୧୦ ଶଯ୍ୟା ବିଶିଷ୍ଟ ଶିଶୁ ଓ୍ବାର୍ଡ ରହିଛି। ଏହି ଅତ୍ୟାଧୁନିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଛାତ ତଳେ ପ୍ରସୂତି ମହିଳା, ନବଜାତକ, ଶିଶୁ ଓ କିଶୋରଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳିପାରିବ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ଓ ନର୍ସ ରହିବା ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟରେ କ୍ୱାଟର୍ସ ନିର୍ମାଣ ହୋଇଛି। ତେବେ ଜିଲାରେ ଡାକ୍ତର ଓ ନର୍ସଙ୍କ ଅଭାବ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରୁ ନ ଥିବା ଅଭିଯୋଗ ହେଉଛି।

ସେମାନେ କୁହନ୍ତି

ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ପାଇଁ ଜିଲାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ ନାହାନ୍ତି। ମାନବ ସମ୍ବଳର ଅଭାବ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ହୋଇଛି। ସେହିପରି ଡାକ୍ତର ଓ ନର୍ସ ରହିବା ପାଇଁ ନିର୍ମାଣ ହୋଇଥିବା କ୍ୱାଟର୍ସଗୁଡିକରେ ଇଲେକ୍ଟ୍ରିଫିକେଶନ କାର୍ଯ୍ୟ ବାକି ଅଛି। ଏହା ସରିବା ପରେ ଆମେ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବୁ। ବର୍ତ୍ତମାନ ଏହି ସ୍ବାସ୍ଥ୍ୟକେନ୍ଦ୍ରର ତଳ ମହଲାରେ କିଡ୍‌ନୀ ରୋଗୀଙ୍କ ଡାଏଲିସିସି ହେଉଛି।

ଡା. ବିଶ୍ୱରଞ୍ଜନ ପତି, ଜିଲା ମୁଖ୍ୟ ଚିକିତ୍ସା
ଓ ଜନସ୍ବାସ୍ଥ୍ୟ ଅଧିକାରୀ
ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ଭିତ୍ତିଭୂମି ନିର୍ମାଣ କରୁଛନ୍ତ। କିନ୍ତୁ ଆବଶ୍ୟକ ସଂଖ୍ୟକ ଡାକ୍ତର, ଷ୍ଟାଫ ନର୍ସ ଓ କର୍ମଚାରୀ ନିଯୁକ୍ତି କରାଯାଉନ। ଯଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଶଯ୍ୟା ଅଭାବରୁ ପ୍ରସୂତିମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ଜିଲାର ବିଧାୟକ, ବଲାଙ୍ଗୀର ଏମ୍‌ପି ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେଲେ ଲୋକେ ଉପକୃତ ହୋଇପାରିବେ।

ସିତାଂଶୁ ଶେଖର ମିଶ୍ର, ସଭାପତି ସଚେତନ ନାଗରିକ ମଞ୍ଚ
ପ୍ରସୂତି, ଶିଶୁ ଓ ନବଜାତକଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅନୁଦାନରେ ସୁବର୍ଣ୍ଣପୁରରେ ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଅନେକ ବାର ଆନ୍ଦୋଳନ ହୋଇଥିଲା। ତେବେ ଜିଲାର ନିର୍ବାଚିତ ଲୋକ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପଣ ପାଇଁ ଯେତିକି ବ୍ୟଗ୍ର ହେଉଛନ୍ତି, ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ସେତିକି ଆନ୍ତରିକତା ଥିବା ଭଳି ମନେ ହେଉନି। ଏହି ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ସ୍ବାସ୍ଥ୍ୟ ବିଭାଗ କେବଳ ସମୟ ଗଡାଇ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣର ପ୍ରକୃତ ଉଦ୍ଦେଶ୍ୟ ପୂରଣ ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ।

ବଳଦେବ ପ୍ରସାଦ ବେଦ୍‌ବାକ, ବରିଷ୍ଠ ଆଇନଜୀବୀ
ଅର୍ଥ ମନ୍ତ୍ରୀ ଓ ବଲାଙ୍ଗୀର ଏମ୍‌ପିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟର ବିଷୟ। ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଜିଲାର ଗରିବ ଲୋକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ସୁବିଧା ପାଉନାହାନ୍ତି । ଅଧିକାଂଶ ଡାକ୍ତର ନର୍ସିଂ ହୋମ ପ୍ରେମରେ ପଡିଥିବା ବେଳେ ନିର୍ବାଚିତ ଲୋକ ପ୍ରତିନିଧି କେବଳ ଫିତା କାଟି କାମ ସାରି ଦେଉଛନ୍ତି। ପ୍ରଶାସନ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ ନ କଲେ କଂଗ୍ରେସ ବାଧ୍ୟ ହୋଇ ଆନ୍ଦୋଳନ କରିବ।
ଜିତେନ୍ଦ୍ର କୁମାର ପଟ୍ଟନାୟକ, ପିସିସି ସଭ୍ୟ

(ମୃତ୍ୟୁଞ୍ଜୟ ଶତପଥୀ)


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri