ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି

ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍‌ ୧୫ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବଲାଙ୍ଗୀର ଏମ୍‌ପି ସଙ୍ଗୀତା ରାଣୀ ସିଂହଦେଓ ଅତିଥି ଭାବେ ଯୋଗଦେଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି। ଆୟୋଜିତ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ, ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପିତ ହେବାର ୪ ମାସ ପରେ ବି କାର୍ଯ୍ୟକ୍ଷମ ହେଉନି। ଏଥିପ୍ରତି ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନାହିଁ। ଏ କ୍ଷେତ୍ରରେ ଜିଲା ସ୍ବାସ୍ଥ୍ୟ ବିଭାଗର ଉଦାସୀନ ମନୋଭାବକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଜାତୀୟ ସ୍ବାସ୍ଥ୍ୟ ମିଶନ ଅନୁଦାନରେ ୧୪ କୋଟି ୪ଲକ୍ଷ ୯୦ହଜାର ଟଙ୍କା ବ୍ୟୟରେ ତିନି ମହଲା ବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ଶିଶୁଙ୍କ ପାଇଁ ଓପିଡି, ଟିକାକରଣ, ଲାବୋରେଟୋରୀ, ଲେବର ରୁମ୍‌, ପ୍ରି ଡେଲିଭରି ଅବଜରଭେସନ ରୁମ, ଆଶା ଗୃହ, ଡାକ୍ତରଙ୍କ କକ୍ଷ, ନର୍ସ ଡ୍ୟୁଟି ରୁମ୍‌, ଏସଏନସିୟୁ, କଙ୍ଗାରୁ ମଦର କେୟାର ୟୁନିଟ, ୨୦ ଶଯ୍ୟା ବିଶିଷ୍ଟ ଏଏନସି ଓ୍ବାର୍ଡ, ଓଟି ବ୍ଲକ, ୨୦ ଶଯ୍ୟା ବିଶିଷ୍ଟ ପୋଷ୍ଟ ନାଟାଲ ଓ୍ବାର୍ଡ ଓ ୧୦ ଶଯ୍ୟା ବିଶିଷ୍ଟ ଶିଶୁ ଓ୍ବାର୍ଡ ରହିଛି। ଏହି ଅତ୍ୟାଧୁନିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଛାତ ତଳେ ପ୍ରସୂତି ମହିଳା, ନବଜାତକ, ଶିଶୁ ଓ କିଶୋରଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳିପାରିବ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ଓ ନର୍ସ ରହିବା ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟରେ କ୍ୱାଟର୍ସ ନିର୍ମାଣ ହୋଇଛି। ତେବେ ଜିଲାରେ ଡାକ୍ତର ଓ ନର୍ସଙ୍କ ଅଭାବ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରୁ ନ ଥିବା ଅଭିଯୋଗ ହେଉଛି।

ସେମାନେ କୁହନ୍ତି

ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ପାଇଁ ଜିଲାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ ନାହାନ୍ତି। ମାନବ ସମ୍ବଳର ଅଭାବ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ହୋଇଛି। ସେହିପରି ଡାକ୍ତର ଓ ନର୍ସ ରହିବା ପାଇଁ ନିର୍ମାଣ ହୋଇଥିବା କ୍ୱାଟର୍ସଗୁଡିକରେ ଇଲେକ୍ଟ୍ରିଫିକେଶନ କାର୍ଯ୍ୟ ବାକି ଅଛି। ଏହା ସରିବା ପରେ ଆମେ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବୁ। ବର୍ତ୍ତମାନ ଏହି ସ୍ବାସ୍ଥ୍ୟକେନ୍ଦ୍ରର ତଳ ମହଲାରେ କିଡ୍‌ନୀ ରୋଗୀଙ୍କ ଡାଏଲିସିସି ହେଉଛି।

ଡା. ବିଶ୍ୱରଞ୍ଜନ ପତି, ଜିଲା ମୁଖ୍ୟ ଚିକିତ୍ସା
ଓ ଜନସ୍ବାସ୍ଥ୍ୟ ଅଧିକାରୀ
ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ଭିତ୍ତିଭୂମି ନିର୍ମାଣ କରୁଛନ୍ତ। କିନ୍ତୁ ଆବଶ୍ୟକ ସଂଖ୍ୟକ ଡାକ୍ତର, ଷ୍ଟାଫ ନର୍ସ ଓ କର୍ମଚାରୀ ନିଯୁକ୍ତି କରାଯାଉନ। ଯଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଶଯ୍ୟା ଅଭାବରୁ ପ୍ରସୂତିମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ଜିଲାର ବିଧାୟକ, ବଲାଙ୍ଗୀର ଏମ୍‌ପି ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେଲେ ଲୋକେ ଉପକୃତ ହୋଇପାରିବେ।

ସିତାଂଶୁ ଶେଖର ମିଶ୍ର, ସଭାପତି ସଚେତନ ନାଗରିକ ମଞ୍ଚ
ପ୍ରସୂତି, ଶିଶୁ ଓ ନବଜାତକଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅନୁଦାନରେ ସୁବର୍ଣ୍ଣପୁରରେ ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଅନେକ ବାର ଆନ୍ଦୋଳନ ହୋଇଥିଲା। ତେବେ ଜିଲାର ନିର୍ବାଚିତ ଲୋକ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପଣ ପାଇଁ ଯେତିକି ବ୍ୟଗ୍ର ହେଉଛନ୍ତି, ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ସେତିକି ଆନ୍ତରିକତା ଥିବା ଭଳି ମନେ ହେଉନି। ଏହି ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ସ୍ବାସ୍ଥ୍ୟ ବିଭାଗ କେବଳ ସମୟ ଗଡାଇ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣର ପ୍ରକୃତ ଉଦ୍ଦେଶ୍ୟ ପୂରଣ ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ।

ବଳଦେବ ପ୍ରସାଦ ବେଦ୍‌ବାକ, ବରିଷ୍ଠ ଆଇନଜୀବୀ
ଅର୍ଥ ମନ୍ତ୍ରୀ ଓ ବଲାଙ୍ଗୀର ଏମ୍‌ପିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟର ବିଷୟ। ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଜିଲାର ଗରିବ ଲୋକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ସୁବିଧା ପାଉନାହାନ୍ତି । ଅଧିକାଂଶ ଡାକ୍ତର ନର୍ସିଂ ହୋମ ପ୍ରେମରେ ପଡିଥିବା ବେଳେ ନିର୍ବାଚିତ ଲୋକ ପ୍ରତିନିଧି କେବଳ ଫିତା କାଟି କାମ ସାରି ଦେଉଛନ୍ତି। ପ୍ରଶାସନ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ ନ କଲେ କଂଗ୍ରେସ ବାଧ୍ୟ ହୋଇ ଆନ୍ଦୋଳନ କରିବ।
ଜିତେନ୍ଦ୍ର କୁମାର ପଟ୍ଟନାୟକ, ପିସିସି ସଭ୍ୟ

(ମୃତ୍ୟୁଞ୍ଜୟ ଶତପଥୀ)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri