Posted inଫୁରସତ

Instagram Reel: ରିଲ୍ସରେ ଆସୁନି କି ଲାଇକ୍‌-ଭ୍ୟୁ, ଏହି ସମୟରେ କରନ୍ତୁ ଅପଲୋଡ୍‌

ସୋସିଆଲ ମିଡିଆର ପ୍ରଭାବ ଏବେ ବଢିବାରେ ଲାଗିଛି। ଲୋକେ ଛୋଟରୁ ଛୋଟ ଭିଡିଓ କରି ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାରେ ଅପଲୋଡ୍‌ କରୁଛନ୍ତି। ଫଟୋ ଓ ରିଲ୍ସର ବଡ ପ୍ଲାଟଫର୍ମ ସାଜିଛି ଇନଷ୍ଟାଗ୍ରାମ। ଯେଉଁଥିରେ ଲୋକେ ବିଭିନ୍ନ ଫଟୋ ଅପଲୋଡ୍‌ କରିବା ସହ ବିଭିନ୍ନ କଣ୍ଟେଣ୍ଟ ଉପରେ ଭିଡିଓ ଅପଲୋଡ୍‌ କରୁଛନ୍ତି। ଟିକେ ଲାଇକ୍‌ ଓ ଭ୍ୟୁ ପାଇବା ପାଇଁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି। କିନ୍ତୁ ଯଦି ଲାଇକ୍‌, ଭ୍ୟୁ ନ ଆସିଲା ତେବେ ନିରାଶ ହୋଇଯାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଇନଷ୍ଟାରେ ରିଲ୍ସ ପୋଷ୍ଟ କରିବାର ସଠିକ୍‌ ସମୟ କେଉଁଟି। ଆସନ୍ତୁ ଜାଣିବା।

ଯଦି ଆପଣ କାହାକୁ ଇନଷ୍ଟାଗ୍ରାମ ରିଲ୍ସ କିପରି ଭାଇରାଲ କିମ୍ବା ଭ୍ୟୁ ହେବ ପଚାରନ୍ତି, ସେମାନେ ପ୍ରାୟତ ସମାନ ଉତ୍ତର ଦେବେ। ସେମାନଙ୍କ କହିବାନୁସାରେ, ଇନଷ୍ଟାଗ୍ରାମରେ କ୍ରମାଗତ ଭାବରେ ରିଲ୍ସ ପୋଷ୍ଟ କରନ୍ତୁ, କଣ୍ଟେଣ୍ଟେ କିପରି ଆଟ୍ରାକ୍ଟିଭ ହେବ ସେ ଉପରେ କାମ କରନ୍ତୁ । କିନ୍ତୁ ରିଲ୍ସ କେଉଁ ସମୟରେ ପୋଷ୍ଟ କରାଯିବା ଉଚିତ ତାହା କେହି କୁହନ୍ତି ନାହିଁ ।
କହିରଖୁଛୁ କି, ଲାଇକ୍‌-ଭ୍ୟୁ ବଢାଇବାକୁ ଚାହୁଁଥିଲେ କେବଳ ଭଲ କଣ୍ଟେଣ୍ଟ ନୁହେଁ ସଠିକ୍‌ ସମୟ ଦେଖି ପୋଷ୍ଟ କରନ୍ତୁ। ଏହାଦ୍ୱାରା ଆପଣଙ୍କ ବେଶୀ ଭ୍ୟୁଜ୍‌ ଆସିବ।

ଇନଷ୍ଟାଗ୍ରାମ ରିଲ୍‌ରେ କ୍ୟାଲିଟି କଣ୍ଟେଣ୍ଟେ ଓ ଲଗାତାର ପୋଷ୍ଟ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଠିକ ସମୟରେ ରିଲ ପୋଷ୍ଟ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଠିକ ସମୟରେ ରିଲ ପୋଷ୍ଟ କରନ୍ତି ନାହିଁ ତେବେ ଏହା ଭାଇରାଲ ହୋଇ ନ ଥାଏ। ଆଉ ଏହାର ରିଚ୍‌ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ତେଣୁ ଠିକ୍‌ ସମୟରେ ରିଲ୍ସ ପୋଷ୍ଟ କଲେ ଭ୍ୟୁ ବେଶୀ ବଢିଥାଏ।

ଇନଷ୍ଟାଗ୍ରାମର ଆଲଗୋରିଦମ ଅନୁଯାୟୀ, ଆପଣଙ୍କ ଫଲୋର୍ସମାନେ ଇନଷ୍ଟାରେ ଅଧିକ ସକ୍ରିୟ ଥିବା ସମୟରେ ରିଲ୍‌ ପୋଷ୍ଟ କରିବା ଉଚିତ୍‌। କିନ୍ତୁ ଏହା କିପରି ଜଣା ପଡ଼ିବ? ଏଥିପାଇଁ ଆପଣଙ୍କୁ ଆପଣଙ୍କର ଇନଷ୍ଟାଗ୍ରାମର Insights/Professional Dashboard କୁ ଯିବାକୁ ପଡିବ। ଏଠାରେ ଆପଣ ସକ୍ରିୟ ୟୁଜର୍ସଙ୍କର ସଠିକ ସମୟ ଜାଣିପାରିବେ।
ଏଠାରେ ଆପଣଙ୍କର ରିଲ୍‌ ଏବଂ ପୋଷ୍ଟଗୁଡିକର ରିଚ୍‌ ବିଷୟରେ ମଧ୍ୟ ଜାଣିପାରିବେ। ଏଥିସହ ଆପଣଙ୍କର କେଉଁ ରିଲ୍‌ ବା ପୋଷ୍ଟକୁ ୟୁଜର୍ସ ବେଶୀ ପସନ୍ଦ କରିଛନ୍ତି ତାହା ମଧ୍ୟ ଜାଣିପାରିବେ। କହିରଖୁଛୁ କି, ଏହିସବୁ ଡିଟେଲ ଆପଣ ସେତେବେଳେ ଜାଣିପାରିବେ ଯଦି ଆପଣଙ୍କର କ୍ରିଏଟର ବା ବିଜନେସ୍‌ ଆକାଉଣ୍ଟ ଥିବ।

ଇନଷ୍ଟାଗ୍ରାମରେ ରିଲ୍‌ ପୋଷ୍ଟ କରିବାର ସଠିକ ସମୟ ହେଉଛି ସକାଳ ୬ଟା, ୯ଟା, ମଧ୍ୟାହ୍ନ ୧୨ଟା, ଅପରାହ୍ନଣ ୩ଟା କିମ୍ବା ସଂଧ୍ୟା ୬ଟା। ଏହା ବ୍ୟତୀତ, ଆପଣ ରାତି ୯ଟାରୁ ୧୧-୧୨ଟା ମଧ୍ୟରେ ରିଲ ପୋଷ୍ଟ କରିପାରିବେ। କାରଣ ଅଧିକାଂଶ ଲୋକ ଏହି ସମୟରେ ଇନଷ୍ଟାଗ୍ରାମରେ ସକ୍ରିୟ ରହିଥା’ନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କର ରିଲ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri