ହାତୀ ଘଉଡ଼ାଇବାକୁ ରାତି ଅନିଦ୍ରା

ଖମାର,୫ା୧୧:  ହାତୀ ଖାଇଯାଉଛନ୍ତି ଧାନ ଫସଲ। ବାର୍‌ହା ମଧ୍ୟ ନଷ୍ଟ କରୁଛନ୍ତି ଚାଷ। ବାରମ୍ବାର ଅଭିଯୋଗ ପରେ ବି ବନ୍ୟଜନ୍ତୁ ଉପଦ୍ରବ ରୋକିପାରୁନି ବନ ବିଭାଗ। ତେଣୁ ନିଜ ଫସଲ ବଞ୍ଚାଇବାକୁ ମଞ୍ଚାରେ ରାତି ଅନିଦ୍ରା ହୋଇ ଜଗି ବସୁଛନ୍ତି ଚାଷୀ। ଏଥିପାଇଁ କେତେବେଳେ କିଏ ହାତୀ ହାବୁଡ଼ରେ ପଡ଼ୁଛନ୍ତି ତ ଆଉ କେବେ ବାର୍‌ହା ଆକ୍ରମଣର ଶିକାର ହେଉଛନ୍ତି। ଅନେକଙ୍କ ଜୀବନ ମଧ୍ୟ ନେଲେଣି ଏହି ବନ୍ୟଜନ୍ତୁ। ତଥାପି ବର୍ଷକର ଦାନା ବଞ୍ଚାଇବାକୁ ଜୀବନକୁ ବାଜି ଲଗାଉଥିବା କହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଅଞ୍ଚଳର ଚାଷୀମାନେ।
ସେମାନଙ୍କ କହିବା ଅନୁଯାୟୀ, ଦେବଗଡ଼ ବନଖଣ୍ଡର ଖମାର ରେଞ୍ଜ ଅଞ୍ଚଳରେ ହାତୀ ଓ ବାର୍‌ହା ଉପଦ୍ରବ ଦିନକୁ ଦିନ ବଢି ଚାଲିଛି। ଏଥିଯୋଗୁ ପ୍ରତିବର୍ଷ ଶତାଧିକ ଏକର ଜମିରେ ଫସଲ ନଷ୍ଟ ହେଉଛି। ଅତୀତରେ ହୋଇଥିବା କ୍ଷତି ଏଯାଏ ସମ୍ପୂର୍ଣ୍ଣ ଭରଣା ହୋଇ ନ ଥିବାବେଳେ ଚଳିତବର୍ଷ ବନ୍ୟଜନ୍ତୁ ଚାଷୀମାନଙ୍କୁ ସର୍ବସ୍ବାନ୍ତ କରିଦେଲେଣି। ବିଶେଷକରି ମହାମାରୀ କରୋନା ପାଇଁ ଅନ୍ୟ ରୋଜଗାର ନ ଥିବାବେଳେ ସର୍ବାଧିକ ଲୋକ ଚାଷ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ସହରରେ କର୍ମସଂସ୍ଥାନ ହରାଇ ଖମାର ଅଞ୍ଚଳର ଅନେକ ଲୋକ ଗଁାକୁ ଫେରି ଚାଷକୁ ମୁଖ୍ୟ ଆୟ ଭାବେ ଧରିନେଇଛନ୍ତି। କିନ୍ତୁ ସେମାନଙ୍କ ଆଖି ଆଗରେ ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ପ୍ରତିକାର ବ୍ୟବସ୍ଥା କରିପାରୁ ନ ଥିବାରୁ ଶଙ୍ଖମୁର, ଖମାର, ବଦସଡ଼ା, ଅଲୋରୀ, ଇଞ୍ଜିଡ଼, କୁଞ୍ଜାମ, ମୁଣ୍ଡୁରିବେଡା ଆଦି ପଞ୍ଚାୟତର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଫସଲ ରକ୍ଷାପାଇଁ ବିଲରେ ମଞ୍ଚା ବାନ୍ଧି ସେଠାରେ ରାତିରେ ଜଗି ରହୁଛନ୍ତି। ଏହି ଚାଷୀମାନଙ୍କ ମଧ୍ୟରୁ କେତେଜଣ ସାପ କାମୁଡା ଓ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। କେହି କେହି ହାତୀ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି। କେତେଜଣଙ୍କ ଜୀବନ ମଧ୍ୟ ଯାଇଛି। କେବଳ ଏତିକିରେ ସେମାନଙ୍କ ସମସ୍ୟା ଶେଷ ହୋଇନାହିଁ। ହାତୀପଲ ଗଁାରେ ପଶି ଘର ଭାଙ୍ଗିବା ସହ ଅମଳ ହୋଇ ରହିଥିବା ଧାନ, ଗହମ, ମୁଗ, ବୁଟ, ବିରି ଆଦି ଖାଇ ନଷ୍ଟ କରୁଛନ୍ତି। ହାତୀ ଉପଦ୍ରବ ରୋକିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଥିଲେ ମଧ୍ୟ ସେମାନେ ଏ କ୍ଷେତ୍ରରେ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବନ ବିଭାଗ ଦାୟୀ
ହାତୀ ଉପଦ୍ରବ ଯୋଗୁ ଚାଷୀ ସର୍ବଦା କ୍ଷୟକ୍ଷତି ଚିନ୍ତାରେ ରହୁଛନ୍ତି। ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଏଥିପାଇଁ ବନ ବିଭାଗ ଦାୟୀ। ସେମାନଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜଙ୍ଗଲର ସୁରକ୍ଷା ହୋଇପାରୁନି। ଏହାର ପ୍ରତିକାର ବ୍ୟବସ୍ଥା ତୁରନ୍ତ କରାଯାଉ।
ସରୋଜ କୁମାର ସାହୁ
-ଜିଲା ପରିଷଦ ସଭ୍ୟ, ପାଲଲହଡ଼ା

ସମସ୍ୟା ନ ସୁଧାରିଲେ ଆନ୍ଦୋଳନ
ଚାଷୀ ଓ ଚାଷର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦିନରେ ଜମିରେ ପରିଶ୍ରମ କରି ରାତିରେ ଫସଲ ଜଗିବା ଚାଷୀମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ହାତୀପଲ ବହୁ କ୍ଷୟକ୍ଷତି ଘଟାଉଛନ୍ତି। ସମସ୍ୟା ନ ସୁଧୁରିଲେ ଆନ୍ଦୋଳନ କରାଯିବ।
-ମୀନା ପ୍ରଧାନ, ସିପିଏମ୍‌ ନେତ୍ରୀ

ସବୁ ଅଞ୍ଚଳର ସୁରକ୍ଷା ସମ୍ଭବ ହେଉନି
ବନ ବିଭାଗ ନିକଟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ସବୁ ଅଞ୍ଚଳକୁ ଦେଖିବା ସମ୍ଭବ ହେଉନାହିଁ। ବର୍ଷକର ଖାଦ୍ୟ ବଞ୍ଚାଇବାକୁ ଚାଷୀମାନେ ଉଦ୍ୟମ ଚଳାଇଛନ୍ତି। ସାଧାରଣ ଲୋକଙ୍କୁ ଲାଇଟ, ବାଣ ଆଦି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ। ଯେତିକି ସମ୍ଭବ ହେଉଛି ତାହା କରାଯାଉଛି।
-ପ୍ରଦୀପ ଶତପଥୀ,
ଫରେଷ୍ଟର, ଖମାର ରେଞ୍ଜ

ନିଶା ଟାଣି ଆଣୁଛି ହାତୀଙ୍କୁ
ଜଙ୍ଗଲ ପାଖ କେତେକ ଗଁାରେ ମହୁଲି ମଦ ପ୍ରଚୁର ପରିମାଣର ତିଆରି ହେଉଛି। ଫଳରେ ମହୁଲ ପୋଚ ଖାଇବାକୁ ହାତୀପଲ ଅନେକ ସମୟରେ ଜଙ୍ଗଲ ଛାଡ଼ି ଗାଁ ମଧ୍ୟକୁ ପଶିଆସିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ତେଣୁ ଏପରି ବେଆଇନ ମଦ ପ୍ରସ୍ତୁତି ଉପରେ ରୋକ୍‌ ଲଗାଯିବା ସହ ହାତୀପଲଙ୍କୁ ମଧ୍ୟ ରୋକାଯାଉ।
-ସୁନୀଲ ସାହୁ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri