Posted inଖେଳ

ମିଛ ଖେଲୋ ଇଣ୍ଡିଆ ବିଜ୍ଞାପନ: ସାଇର ତଦନ୍ତ ଦାବି

ନୁଆଦିଲ୍ଲୀ,୫।୧୧(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଏକ ମିଛ ବିଜ୍ଞାପନ ଜରିଆରେ ଆଥଲେଟମାନଙ୍କୁ ଧୋକା ଦିଆଯିବା ପରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ନେଇ ସାଇ ମାମଲା ରୁଜୁ କରିଛି ଓ ଯଥାଶୀଘ୍ର ତଦନ୍ତ କରିବାକୁ ଦାବି କରିଛି।
ଆସନ୍ତାବର୍ଷ ହରିୟାଣାର ପଞ୍ଚକୁଲାରେ ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିଭିନ୍ନ ସୋସିଆଲ ମିଡିଆରେ ଏ ନେଇ ଏକ ମିଛ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏହି ଇଭେଣ୍ଟରେ ଭାଗ ନେବାକୁ ଇଚ୍ଛୁକ ଥିବା ଆଥଲେଟମାନେ ଆବେଦନ କରିବାକୁ ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ଆଥଲେଟ ଏଥିରେ ପ୍ରଭାବିତ ହୋଇଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଓ ଗେମ୍ସ କ୍ୟାମ୍ପରେ ସାମିଲ ହେବା ପାଇଁ ଆଥଲେଟମାନଙ୍କୁ ୬,୦୦୦ ଟଙ୍କା ଡିପୋଜିଟ୍‌ କରିବାକୁ କୁହାଯାଇଥିଲା। ଏହି ବିଜ୍ଞାପନରେ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରଣାଳୟର ଲୋଗୋ ବ୍ୟବହାର କରାଯାଇଥିଲା। ବହୁ ଆଥଲେଟ୍‌ ଏ ନେଇ ଦ୍ୱନ୍ଦ୍ୱରେ ରହିଥିଲେ। ଆଥଲେଟମାନେ ଏହାକୁ ସରକାରଙ୍କ ବିଜ୍ଞାପନ ବୋଲି ଧରି ନେଇଥିଲେ। ଫଳରେ ବହୁ ଆଥଲେଟ ଠକାମିର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଇତିମଧ୍ୟରେ ସାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବ୍ୟାଙ୍କ ଡିଟେଲ୍ସ ସମ୍ପର୍କରେ ଜାଣିବାକୁ ପାଇଛି ଓ ଯଥାଶୀଘ୍ର ଏ ନେଇ ତଦନ୍ତ କରିବାକୁ ଦାବି କରିଛି। ବିଜ୍ଞପନରେ ଏକ ଫୋନ୍‌ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ବ୍ୟକ୍ତିଜଣକ ଆଗ୍ରାରେ ରହୁଛନ୍ତି ବୋଲି ସାଇ ତରଫରୁ କୁହାଯାଇଛି। ଉତ୍ତରପ୍ରଦେଶ ପୋଲିସ ନିକଟରେ ସାଇ ମାମଲା ରୁଜୁ କରିଛି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସର ଚତୁର୍ଥ ସଂସ୍କରଣ ଆୟୋଜନ ହେବ।
ଖେଲୋ ଇଣ୍ଡିଆ ସରକାରଙ୍କର ଏକ ସ୍କିମ୍‌ ଓ ଆଥଲେଟମାନଙ୍କୁ ଏଥିରେ ସାମିଲ ହେବା ପାଇଁ କୌଣସି ଅର୍ଥ ଦେବାକୁ ହୋଇ ନ ଥାଏ ବୋଲି ସାଇ ତରଫରୁ ସ୍ପଷ୍ଟ କରାଯାଇଛି। ତେବେ ଏହି ଇଭେଣ୍ଟରେ ସାମିଲ ହେବା ପାଇଁ ଆଥଲେଟମାନଙ୍କୁ ସ୍କୁଲ୍‌ ଗେମ୍ସ, ୟୁନିଭର୍ସିଟି ଗେମ୍ସରେ ଭଲ ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ...

ଇଂଲଣ୍ଡ ବିପକ୍ଷ ସିରିଜ: ଶାର୍ଦ୍ଦୁଳ, ସୁନ୍ଦର, ସୂର୍ଯ୍ୟକୁମାର, କିଷନ ନୂଆ ଆବିଷ୍କାର

ନୂଆଦିଲ୍ଲୀ,୩୧।୩(ପି.ଟି.): ଭାରତୀୟ କ୍ରିକେଟ ଏବେ ଭଲ ସ୍ଥିତି ଦେଇ ଗତିକରୁଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି କ୍ୱାଲିଟି ଦଳ ବିପକ୍ଷରେ ଭାରତ ଗତ କେତେମାସ ମଧ୍ୟରେ...

ମେଲବର୍ନ ଟେଷ୍ଟରେ ଭାରତର ଧଜ୍ଜିଆ ଉଡାଇଦେବ ଅଷ୍ଟ୍ରେଲିଆ ଟିମ୍‌: ଓ୍ବାର୍ନ

ନୂଆଦିଲ୍ଲୀ,୨୪।୧୨: ଭାରତ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ୮ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଦୁଇ ଟିମ୍‌ ମଧ୍ୟରେ ଦ୍ୱିତୀୟ...

ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟ ରିପୋର୍ଟ ମାଗିଲେ ସରକାର

ନୂଆଦିଲ୍ଲୀ,୨୯ା୨(ପି.ଟି.): ଆସନ୍ତା ମାସରେ ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରାଜଧାନୀ ନୂଆଦିଲ୍ଲୀରେ ଖେଳାଯିବ। ଏଥିରେ ଭାଗ ନେବାକୁ ଥିବା ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥାର ସ୍ପଷ୍ଟ ଚିତ୍ର...

ପ୍ରଥମ ମହିଳା ଆଇସିସି ମ୍ୟାଚ ରେଫରି ଜି.ଏସ୍‌. ଲକ୍ଷ୍ମୀ

ଜଣେ କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ କରିଥିବା ୫୧ ବର୍ଷୀୟ ଜି.ଏସ୍‌. ଲକ୍ଷ୍ମୀ ଏବେ ବିଶ୍ୱର ପ୍ରଥମ ମହିଳା ଭାବେ ଆଇସିସି ଅନ୍ତର୍ଜାତୀୟ...

ଏସିଆନ୍‌ କପ୍‌ ଫୁଟବଲ: ୨୦୨୭ ବିଡ୍‌ ଦାଖଲ ଡେଡ୍‌ଲାଇନ ଘୁଞ୍ଚିଲା

ହଂକଂ, ୨।୪(ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୭ ଏସିଆନ କପ୍‌...

ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଖେଳାଳି ହୋଇପାରନ୍ତି ପାକିସ୍ତାନର ନୂଆ କୋଚ୍‌, କିଛି ଏଭଳି…

ଦୁବାଇ,୨୯।୧୦: ୨୦୧୧ ମସିହାରେ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ସମୟରେ ଦଳର କୋଚ୍‌ ଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରି କିର୍ଷ୍ଟେନ। ଏବେ ସେ...

ଆର୍‌ଆର୍‌ର ବିଶାଳ ସ୍କୋର୍‌, ଏସଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୨୧୧ …

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ସମ୍ମୁଖରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ୨୧୧ରନ୍‌ର ବିଶାଳ ସ୍କୋର୍‌ର ବିଜୟ ଲକ୍ଷ୍ୟ ରଖିଛି।...

Advertisement
Archives

Model This Week