Categories: ଫୁରସତ

ଅକାମୀ ହୋଇଯିବ ଇନ୍‌ସାଇଟ୍‌ ଲ୍ୟାଣ୍ଡର

ଓ୍ବାଶିଂଟନ୍‌: ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ସ୍ଥିତି ବିଷୟରେ ଜାଣିବା ପାଇଁ ନାସା ୨୦୧୮ରେ ଇନ୍‌ସାଇଟ୍‌ (ଇଣ୍ଟେରିଅର୍‌ ଏକ୍ସପ୍ଲୋରେଶନ୍‌ ୟୁଜିଙ୍ଗ୍‌ ସେସ୍‌ମିକ୍‌ ଇନ୍‌ଭେଷ୍ଟିଗେଶନ୍ସ, ଜିଓଡେସି ଆଣ୍ଡ ହିଟ୍‌ ଟ୍ରାନ୍ସପୋର୍ଟ) ଲ୍ୟାଣ୍ଡରକୁ ମଙ୍ଗଳ ଭୂପୃଷ୍ଠରେ ଅବତରଣ କରାଯାଇଥିଲା। ପାଖାପାଖି ୪ ବର୍ଷ ପରେ ଏହି ଲ୍ୟାଣ୍ଡର ଅକାମୀ ହେବାକୁ ଯାଉଛି। ଆସନ୍ତା ୪ରୁ ୮ ସପ୍ତାହ ମଧ୍ୟରେ ଇନ୍‌ସାଇଟ୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ବନ୍ଦ କରିଦେବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହାର ସୋଲାର ପ୍ୟାନେଲ୍‌ରେ ଧୂଳି ଜମିଯାଇଛି କାରଣରୁ ଆମେରିକା ସ୍ପେସ୍‌ ଏଜେନ୍ସିର ଷ୍ଟେଶନାରି ଲ୍ୟାଣ୍ଡରରୁ ଇନ୍‌ସାଇଟ୍‌ ଶକ୍ତି ସଂଗ୍ରହ କରିବା କମାଇ ଦେଇଛି। ଏହାର ବ୍ୟାଟେରି ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ଦୁଇ ବର୍ଷୀୟ ମିଶନରେ ଏହି ଲ୍ୟାଣ୍ଡରକୁ ମଙ୍ଗଳ ପ୍ରେରଣ କରାଯାଇଥିବାବେଳେ ଦୁଇବର୍ଷ ଅଧିକ ଅର୍ଥାତ୍‌ ୪ ବର୍ଷ ମଙ୍ଗଳ ଭୂଭାଗରେ ରହି କାର୍ଯ୍ୟ କରୁଛି।

Share