Posted inଜାତୀୟ

ଅପରେସନ୍‌ ସିନ୍ଦୁର ସମୟରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ମୋବାଇଲ ବ୍ୟବହାର କରିଥିଲା ସେନା; ଆଣ୍ଡ୍ରୋଏଡ, ଆଇଫୋନ ସବୁ ବନ୍ଦ

ନୂଆଦିଲ୍ଲୀ,୧୦।୮: ଭାରତୀୟ ସେନା ଅପରେସନ୍‌ ସିନ୍ଦୁରରେ ସ୍ୱଦେଶୀ ସୁରକ୍ଷିତ ମୋବାଇଲ୍‌ ଇକୋସିଷ୍ଟମ୍‌ SAMBHAV (Secure Army Mobile Bharat Version) ବ୍ୟବହାର କରିଥିଲା ବୋଲି ସେନା ମୁଖ୍ୟ ଜେନେରାଲ୍‌ ଉପେନ୍ଦ୍ର ଦ୍ୱିବେଦୀ ପ୍ରକାଶ କରିଛନ୍ତି। AIMAର ୫୨ତମ ନ୍ୟାସନାଲ୍‌ ମ୍ୟାନେଜମେଣ୍ଟ କନଭେନସନରେ ସେ କହିଛନ୍ତି, “ଆମେ ହ୍ୱାଟ୍ସଆପ୍‌ ଓ ଅନ୍ୟ ଆପ୍‌ ବ୍ୟବହାର କରିନଥିଲୁ। SAMBHAV ଫୋନ୍‌ ଅପରେସନ୍‌ ସିନ୍ଦୁରରେ ନିର୍ଦ୍ଦେଶ ଓ ଯୋଗାଯୋଗ ପାଇଁ ବ୍ୟବହୃତ ହୋଇଥିଲା। ଏବେ ଏହାକୁ ଅଧିକ ଉନ୍ନତ କରାଯାଉଛି।”

ଏହି ଅପରେସନ୍‌କୁ ସୈନିକ, ନେତା, ବୈଜ୍ଞାନିକ ଓ ନୀତି ନିର୍ମାତାଙ୍କ ମିଳିତ ପ୍ରୟାସ ଭାବେ ବର୍ଣ୍ଣନା କରି ଜେନେରାଲ୍‌ ଦ୍ୱିବେଦୀ ଏହାକୁ “ସମଗ୍ର ରାଷ୍ଟ୍ରୀୟ ପଦକ୍ଷେପ” ବୋଲି କହିଛନ୍ତି। ଅଗଷ୍ଟରେ ସେ ଏହାକୁ “ଗୁପ୍ତଚର ଆଧାରିତ ଲ୍ୟାଣ୍ଡମାର୍କ ପ୍ରତିକ୍ରିୟା” ଭାବେ ବର୍ଣ୍ଣନା କରି ଭବିଷ୍ୟତ ସଂଘର୍ଷରେ ପାରମ୍ପରିକ ଓ ଆଧୁନିକ ସାମର୍ଥ୍ୟର ମିଶ୍ରଣ ଆବଶ୍ୟକତା ଉପରେ ଜୋର ଦେଇଥିଲେ।

SAMBHAV, ଆତ୍ମନିର୍ଭର ଭାରତ ଅଭିଯାନ ଅନୁସାରେ ଜାନୁଆରୀ ୨୦୨୪ରେ ବିକଶିତ, ୫ଜି ପ୍ରଯୁକ୍ତି ଆଧାରିତ ଏକ ସୁରକ୍ଷିତ ମୋବାଇଲ୍‌ ଇକୋସିଷ୍ଟମ୍‌। ଏହା ତୁରନ୍ତ ସଂଯୋଗ ଓ ବହୁସ୍ତରୀୟ ଏନକ୍ରିପସନ୍‌ ସହ ସ୍ୱଦେଶୀ ଆପ୍‌ M-Sigma ମାଧ୍ୟମରେ ନିରାପଦ ଡକ୍ୟୁମେଣ୍ଟ, ଫଟୋ ଓ ଭିଡିଓ ଆଦାନପ୍ରଦାନ ସୁନିଶ୍ଚିତ କରେ। ଏହା ଦେଶୀୟ ସାର୍ବଜନୀନ ସେଲୁଲାର ନେଟୱାର୍କ ବ୍ୟବହାର କରି ଏକାଡେମୀ ଓ ଶିଳ୍ପ ସହଯୋଗରେ ବିକଶିତ ହୋଇଛି। ଗତ ବର୍ଷ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ୩୦,୦୦୦ ହ୍ୟାଣ୍ଡସେଟ୍‌ ସେନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri